Advertisment

ଓଡ଼ିଶାର ୨ କମାଣ୍ଡୋଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ

ଅଦମ୍ୟ ସାହସ ଓ ବୀରତ୍ୱ ପ୍ରଦର୍ଶନ କରିଥିବା ପୋଲିସର ଯବାନଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥାଏ। ଓଡ଼ିଶା ପୋଲିସର ୨ କମାଣ୍ଡୋଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରିଥିବାରୁ ପୋଲିସ ଡିଜି ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅଦ୍ୟତନ ହୋଇଛି
ଓଡ଼ିଶାର ୨ କମାଣ୍ଡୋଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ

Shaurya Chakra

Advertisment

ଭୁବନେଶ୍ୱର: ଓଡ଼ିଶାର ୨ ଯବାନଙ୍କୁ ମିଳିବ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ। ସହିଦ ୨ ଏସ୍ଓଜି କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ମରଣୋତ୍ତର ଶୌଯର୍ୟ ଚକ୍ର ସମ୍ମାନ ମିଳିବ। ମାଓବାଦୀଙ୍କ ସହ ଗୁଳି ବିନିମୟରେ ଏହି ଦୁଇ କମାଣ୍ଡୋ ଅସୀମ ବୀରତ୍ୱ ପ୍ରଦର୍ଶନ କରିବା ସହ ସହିଦ ହୋଇଥିଲେ। ପୋଲିସ ଡିଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହାସହ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି। ଅଦମ୍ୟ ସାହସ ଓ ବୀରତ୍ୱ ପ୍ରଦର୍ଶନ କରିଥିବା ପୋଲିସର ଯବାନଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥାଏ। ଓଡ଼ିଶା ପୋଲିସର ୨ କମାଣ୍ଡୋଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରିଥିବାରୁ ପୋଲିସ ଡିଜି ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। 

Advertisment

ଓଡ଼ିଶାର ୬୭ ଜଣଙ୍କୁ ସାହସିକତା ପୋଲିସ ମେଡାଲ ନେଇ ଘୋଷଣା। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିବ।ଏସଆଇଡବ୍ଲୁର DSP ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସର କନଷ୍ଟେବଲ ଭାବଗ୍ରାହୀ ତ୍ରିପାଠୀଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିବ। ୧୧ ଜଣଙ୍କୁ ପ୍ରଂଶସନୀୟ ସେବା ପାଇଁ ପୋଲିସ ମେଡାଲ ମିଳିବ। ସାରା ଦେଶରେ ମୋଟ ୧୩୮୦ ପୋଲିସ ମେଡାଲରେ ସମ୍ମାନିତ ହେବେ।

Advertisment

ସେହିପରି ଓଡ଼ିଶାର ୬ ଅଗ୍ନିଶମ କର୍ମଚାରୀଙ୍କୁ ମେଡାଲ ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି। ସାହସିକତା ପାଇଁ ଜୟନ୍ତ ନାୟକ, ଅକ୍ଷୟ ବେହେରା ମେଡାଲ ପାଇବେ। ଶ୍ରୀଚନ୍ଦନ ପରିଡ଼ା ଓ ତପନ ବେହେରା ମଧ୍ୟ ସାହସିକତା ମେଡାଲ ପାଇବେ। ଉଲ୍ଲେଖନୀୟ ସେବା ପାଇଁ ୨ ଅଗ୍ନିଶମ କର୍ମଚାରୀ ମେଡାଲ ପାଇବେ।
ସତ୍ୟପୀର ବେହେରା ଓ ରୂପାଇ ମାଝୀ ଉଲ୍ଲେଖନୀୟ ସେବା ମେଡାଲ ପାଇବେ।

Odisha News Shaurya Chakra Awardee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ