2 lakh seized from a bank employee athagarh
ଅଧା ବାଟରେ ଟଙ୍କା ବିଡ଼ା ପାଲଟିଗଲା କାଗଜ ବିଡ଼ା ! ବ୍ୟାଙ୍କରୁ ୫୦୦ ଟଙ୍କିଆ ୪ ବଣ୍ଡଲ ଧରି ଏକ ଘରୋଇ ବ୍ୟାଙ୍କ୍ର ଜଣେ ଗୋଲ୍ଡ କାଉନ୍ସିଲର୍ ହିତାଧିକାରୀଙ୍କୁ ଦେବାକୁ ବାହାରି ଥିଲେ।ତେବେ ଅଧା ବାଟରେ ଟଙ୍କା ବିଡ଼ା ସବୁ ତାହା କାଗଜ ବିଡ଼ା ହୋଇଯାଇଥିବା ନେଇ ପରେ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଯେକେହିବି ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ହେଲେ ପରେ ଏହି ଘଟଣାର ପର୍ଦ୍ଦାଫାଶ ହେବା ସତ ସାମ୍ନାକୁ ଆସିଥିଲା। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏହି ଘଟଣା ଘଟିଛି।
ପୋଲିସ ନଗଦ ୨ ଲକ୍ଷ ଟଙ୍କା ଜବତ କରିବା ସହ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇ ପୋଲିସ୍ ଅଟକ ରଖିଛି। ସୂଚନା ଅନୁସାରେ, ସ୍ଥାନୀୟ ଏକ ଘରୋଇ ବ୍ୟାଙ୍କ୍ର ଗୋଲ୍ଡ କାଉନ୍ସିଲର୍ ଶିବ ପ୍ରସାଦ ପଣ୍ଡା ବ୍ୟାଙ୍କରୁ ବିନା କାଗଜପତ୍ରରେ ୫୦୦ ଟଙ୍କିଆ ୪ଟିି ବଣ୍ଡଲ(୨ ଲକ୍ଷ ଟଙ୍କା) ଧରି ହିତାଧିକାରୀଙ୍କୁ ଦେବାକୁ ଯାଇଥିଲେ। ହେଲେ ବ୍ୟାଙ୍କ୍ର ଏହି ଅଧିକାରୀ ବିଶ୍ୱାସରେ ବିଷ ଦେଇଥିଲେ। ଅଧା ବାଟରେ ଟଙ୍କା ବିଡ଼ା ସବୁ ତାହା କାଗଜ ବିଡ଼ା ହୋଇଯାଇଥିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସେ ଜଣାଇଥିଲେ।
ପରେ ବ୍ୟାଙ୍କ ପକ୍ଷରୁ ଏନେଇ ଆଠଗଡ଼ ଥାନାରେ ଅଭିଯୋଗ ପରେ ପୋଲିସ ଶିବ ପ୍ରସାଦଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପରେ ସେ ସବୁ ମାନିବା ସହ ତାଙ୍କ ନିକଟରୁ ୪ ବଣ୍ଡଲ ୫୦୦ ଶହ ଟଙ୍କିଆ ବିଡ଼ା ନୋଟ ପୋଲିସ୍ ଜବତ କରିଥିଲା। ଏହି ଘଟଣାରେ ଆଉ କେଉଁ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ୍ ତଦନ୍ତ ଚଳାଇଛି। ତାହା ତଦନ୍ତ କରୁଛି ପୋଲିସ । ଏଠି ପ୍ରଶ୍ନ ଉଠୁଛି ବିନା କାଗଜପତ୍ରରେ କିଭଳି ଟଙ୍କା ଦିଆଗଲା ? ତେବେ ଏନେଇ କ୍ୟାମେରା ଆଗରେ କିଛି ଜାଣି ନଥିବା ବ୍ୟାଙ୍କ ଦାୟିତ୍ଵରେ ଥିବା ଅଧିକାରୀ କହିଛନ୍ତି।
(ରିପୋର୍ଟ- ନୀଳକଣ୍ଠ ଦୋରା, ଆଠଗଡ଼)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1683692019.jpg)