• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଟ୍ରାକ୍ଟରର ସହ ଟ୍ରକ ଧକ୍କାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ହୋଇଛନ୍ତି । ନୂଆପଡା ଲଖନା ଥାନା କୁରୁମପୁରୀ ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଳମ୍ବିତ ରାତ୍ରିରେ ନୂଆପଡାରୁ କୋମନା ଆଡକୁ ଆସୁ ଥିବା ଯାତ୍ରୀଙ୍କୁ ନେଇ ଟ୍ରାକ୍ଟରକୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ପଛରୁ ପିଟିଥିଲା। ଘଟିଥିଲା ଏ ଦୁର୍ଘଟଣା ଟ୍ରାକ୍ଟରରେ ଏ ସମସ୍ତ ବସି ରହିଥିଲେ । ଦୁର୍ଘଟଣାପରେ ଘଟଣାସ୍ଥଳରେ ହିଁ ଟ୍ରାକ୍ଟରରେ ବସି ଥିବା ୨ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିଚୟ ମିଳିନଥିବା ଜଣାପଡିଛି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

nuapada accident(ନୂଆପଡ଼ା ଦୁର୍ଘଟଣା)

ସେହିପରି ବରଗଡ଼ ବରପାଲି ମେହେରପଡ଼ାରେ ମଧ୍ୟ ଆଜି ଏକ ସରକାରୀ ବସ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ବସ-ଟ୍ରକ ଧକ୍କାରେ ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବସଟି ମାଲକାନଗିରିରୁ ଝାରସୁଗୁଡା ଯାଉଥିବାବେଳେ ଦୁର୍ଘଟଣା ହୋଇଥିଲା । ତେବେ ଆହତମାନଙ୍କ ମଧ୍ୟରୁ ବସ ଓ ଟ୍ରକ ଡ଼୍ରାଇଭର ଗୁରୁତର ଥିବା ସୂଚନା ମିଳିଛି l

Baragada Accident(ବରଗଡ଼ ଦୁର୍ଘଟଣା)

ଠିକ୍ ଏହିପରି ଆଜି କୋରାପୁଟ ଜିଲ୍ଲା ଜୟପୁର ଉମୁରି ଜାତୀୟ ରାଜପଥ ୨୬ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡିଲା । ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଗୁରୁତ ଅବସ୍ଥା ସେମାନଙ୍କୁ ଉଦ୍ଧାର କରାଯାଇଛି ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

koraput Accident(ଜୟପୁର ଦୁର୍ଘଟଣା)