/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663488481.jpg)
children death
ଚିକିତ୍ସା ଅବହେଳା ନା ଆଉ କିଛି ? କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଅଭିଯୋଗ । ଗତ ୧୮ ଦିନରେ ଚିକିତ୍ସାଧୀନ ଅବସ୍ଥାରେ ୧୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଗତ ୨୪ ଘଣ୍ଟାରେ ହିଁ ୪ ଶିଶୁଙ୍କ ଜୀବନ ଚାଲିଯାଇଛି । ଏନେଇ ADMO କିଶୋର ପୃଷ୍ଟିଙ୍କ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଚିକିତ୍ସା ଅବହେଳା ଅଭିଯୋଗ କରି ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତକାଲି ଠାରୁ ଶିଶୁଙ୍କୁ ଅକ୍ସିଜେନ ଦେବାକୁ ନେହୁରା ହୋଇଥିଲେ ବି କେହି ଶୁଣି ନଥିଲେ l ଫଳରେ ସେମାନଙ୍କ ଶିଶୁଙ୍କର ମୃତ୍ୟୁ ହୋଇଛି l ବର୍ତ୍ତମାନ ମେଡିକାଲରେ ପହଞ୍ଚିଛନ୍ତି ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳ ।
ଜଣେ ଅଭିଭାବକ ଅଭିଯୋଗ କରିଛନ୍ତି, ମୋ ସାନ ଭାଇର ପୁଅକୁ ଡାକ୍ତରଖାନାରେ ଆଡମିଟ୍ କରାଯାଇଥିଲା । ହେଲେ ଡାକ୍ତର ଓ ନର୍ସଙ୍କ ଅବହେଳା ପାଇଁ ତା’ର ଜୀବନ ଚାଲିଯାଇଛି । ପୂର୍ବରୁ ଆଡମିଟ୍ ହୋଇଥିବା ହସ୍ପିଟାଲ ଏଠାକୁ ରେଫର୍ କରିଥିଲା । ପୁଅକୁ ଅକ୍ସିଜେନ୍ ଦରକାର ବୋଲି କୁହାଯାଇଥିଲା । ହେଲେ ଏଠାରେ ଅକ୍ସିଜେନ୍ ଦେବାରେ ଅବହେଳା କରିଛନ୍ତି । ଏଠି ଡାକ୍ତର ବି ନାହାନ୍ତି । ପିଲାକୁ ଦେଖିବା ପାଇଁ କହିଲେ ମେଡିକାଲ କର୍ତ୍ତୃପକ୍ଷ ଦେଖାଇ ଦେଉନଥିବା ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)