ବିଶ୍ୱର ସବୁଠୁ ଦାମୀ ପରଫ୍ୟୁମ୍‌ ‘ସୁମୁଖ୍‌’, ବଟଲରେ ଖଞ୍ଜାଯାଇଛି ୩୫୦୦ ହୀରା, ଅଢ଼େଇ କେଜି ସୁନା !

ସମୟ ଅନୁଯାୟୀ ଭିନ୍ନ ଗନ୍ଧର ପରଫ୍ୟୁମ୍‌ ବ୍ୟବହାର ହୋଇଥାଏ । ତେବେ ଏହାର ଦାମ୍ ମଧ୍ୟ ସେମିତି ଭିନ୍ନ ରହିଥାଏ ।

Perfume

ସାଧାରଣତଃ ପରଫ୍ୟୁମ୍‌ ଏକ ସୌଖିନ୍‌ ଜିନିଷ । ଦେହରେ ପରଫ୍ୟୁମ୍‌ ପକାଇବା, ଲୋକଙ୍କର ଏକ ପ୍ରକାର ସୌକ । ବର୍ତ୍ତମାନ ସମୟରେ ଏହାର ବ୍ୟବହାର ବହୁଳ ମାତ୍ରାରେ ବଢ଼ିଯାଇଛି । ପିଲାଠାରୁ ବୁଢ଼ା ଯାଏଁ ସଭିଁଏ ଏହାକୁ ବ୍ୟବହାର କରୁଛନ୍ତି । ଏହା ଭିନ୍ନ ଭିନ୍ନ ପ୍ରକାରରେ ଆସୁଛି । କିନ୍ତୁ ପର୍ବରୁ କେବଳ ବଡ଼ ବଡ଼ିଆ ବା ଧନୀ ଶ୍ରେଣୀୟ ଲୋକମାନେ ହିଁ କେବଳ ବ୍ୟବହାର କରୁଥିଲେ । କାରଣ ଏହାର ମୂଲ୍ୟ ଖୁବ୍ ଅଧିକ ରହିଥିଲା । ଏମିତିକି ଏହାର ଉତ୍ପାଦନ ମଧ୍ୟ ଖୁବ୍‌ କମ୍ ଥିଲା । କିନ୍ତୁ ଏବେ ପରଫ୍ୟୁମ୍‌ ସବୁଠି ବିକ୍ରି ହେଉଛି ।

ସାଧାରଣତଃ ପ୍ୟାକେଜିଂ ଏବଂ ଏହାର ବଟଲିଂ ପରଫ୍ୟୁମ୍‌ର ଦାମ୍‌ ବଢ଼ାଇଥାଏ । ଯେଉଁ ପରଫ୍ୟୁମ୍‌ ବଟଲ୍‌ ଯେତେ ସୁନ୍ଦର ହେବ, ତାହାର ଦାମ୍ ବି ସେତେ ଅଧିକ ହେବ । ପରଫ୍ୟୁମ୍‌କୁ କାଚ ବଟଲ୍‌ରେ ରଖାଯିବା ପରେ ଏହାର ପ୍ୟାକେଜିଂ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଲୋକଙ୍କ ସୌକ ଅନୁସାରେ ପରଫ୍ୟୁମ୍‌ ମଧ୍ୟ ବିକ୍ରି ହୁଏ । ଏମିତିକି ସମୟ ଅନୁଯାୟୀ ଭିନ୍ନ ଗନ୍ଧର ପରଫ୍ୟୁମ୍‌ ବ୍ୟବହାର ହୋଇଥାଏ । ତେବେ ଏହାର ଦାମ୍ ମଧ୍ୟ ସେମିତି ଭିନ୍ନ ରହିଥାଏ ।

 

Perfume

ଏହି ୧୧ଟି ପରଫ୍ୟୁମ୍ ହେଉଛି ବିଶ୍ୱର ଦାମୀ ପରଫ୍ୟୁମ୍‌ । ତେବେ ତାଲିକାର ଏକ ନମ୍ବରରେ ଥିବା ସୁମୁଖ୍‌ ପରଫ୍ୟୁମ୍‌ ହେଉଛି ବିଶ୍ୱର ସବୁଠୁ ଅଧିକ ଦାମୀ । ଆସନ୍ତୁ ଏହା ବିଷୟରେ ଜାଣିବା କାହିଁକି ଏହାର ଦାମ୍‌ ଏତେ ଅଧିକ ।

ସୁମୁଖ

ସୁମୁଖ ହେଉଛି ବର୍ତ୍ତମାନର ସବୁଠୁ ଦାମୀ ପରଫ୍ୟୁମ୍ । ୧.୧୪୩ ମିଲିୟନ୍ ୟୁରୋ ତଳକୁ ଏହାର ଦାମ୍‌ ନାହିଁ । ଏହାକୁ ଉଭୟ ପୁରୁଷ ଏବଂ ମହିଳା ଲଗାଇପାରିବେ । ଏହାକୁ ୨୦୧୯ରେ ନବୀଲ ପରଫ୍ୟୁମ୍‌ ପ୍ରସ୍ତୁତ କରିଛି । ଦୁବାଇ ମଲ୍‌ରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଏହାର ବଜାର ପ୍ରବେଶ କରାଯାଇଥିଲା । ସ୍ୟାଣ୍ଡେଲ ଉଡ୍, ମସ୍କ ଏବଂ ଗୋଲାପରୁ ଏହା ପ୍ରସ୍ତୁତ ।

ଏହାର ପ୍ୟାକେଜିଂ ଯୋଗୁଁ ହିଁ ମୂଲ୍ୟ ସବୁଠାରୁ ଅଧିକ ରହିଛି । ଏହାର ବଟଲରେ ସୁନା - ରୁପା - ହୀରା ଭଳି ଦାମି ମେଟାଲ ଖଞ୍ଜା ହୋଇଯାଇଛି । ଯେଉଁଥିପାଇଁ ଏହି ପରଫ୍ୟୁମ୍ ଗିନିଜ୍‌ ୱାର୍ଲ୍ଡ ରେର୍ଡରେ ସ୍ଥାନ ପାଇଛି । ୩୫୦୦ ହୀରା, ୧୮ କ୍ୟାରେଟ୍‌ର ଅଢ଼େଇ କିଗ୍ରା ସୁନା, ୫.୯ କିଗ୍ରା ରୂପା ବ୍ୟତୀତ ଅନ୍ୟ ଦାମୀ ରତ୍ନ ମଧ୍ୟ ଏଥିରେ ଲାଗିଛି । ତିନି ଲିଟର ପରଫ୍ୟୁମ୍‌କୁ ୩ ବର୍ଷ ରଖିବା ପରେ ଏହାର ପ୍ରକୃତ ବାସ୍ନା ଜଣାପଡ଼ିଥାଏ । ପ୍ରାୟ ୪୯୦ ଥର ଏଭଳି ପ୍ରଚେଷ୍ଟା ପରେ ଏହି ପରଫ୍ୟୁମ୍ ପ୍ରସ୍ତୁତ କରଯାଇଛି ।