Advertisment

୨୫ ବର୍ଷ ଧରି ଜଙ୍ଗଲରେ ଜୀବନ ବିତାଉଛନ୍ତି ଶତାୟୁ

୬୦ ବର୍ଷ ପୂର୍ବେ ପ୍ରତିମା ଭାଲୁଡୁଙ୍ଗରି ଗାଁରେ ବାହାହୋଇ ଘର ସଂସାର କରିଥିଲେ। ପ୍ରତିମା ଜଣେ ଭକ୍ତି ପରାୟାଣ ଲୋକ ହୋଇଥିବାରୁ ଭଗବାନଙ୍କ ଠାରେ ବହୁ ବିଶ୍ୱାସ ରଖୁଥୁଲେ।

ଅଦ୍ୟତନ ହୋଇଛି
ଜଙ୍ଗଲରେ ରହୁଥିବା ଶତାୟୁ ବୃଦ୍ଧା

ଜଙ୍ଗଲରେ ରହୁଥିବା ଶତାୟୁ ବୃଦ୍ଧା

Advertisment

ପାଟଣାଗଡ(କରୁଣାକର ବୁଡେକ): ବିଜ୍ଞାନ ଯୁଗରେ ବି ଲୋକଙ୍କ ମନରେ ହଟୁନି ଅନ୍ଧ ବିଶ୍ୱାସ। ଲୋକମାନେ ଚନ୍ଦ୍ରପୃଷ୍ଠରେ ଘର କରିବାକୁ ସ୍ୱପ୍ନ ଦେଖୁଥିବା ବେଳେ ଆଜି ବି ଗାଁଗଣ୍ଡାରେ ଭରି ରହିଛି ଅନ୍ଧବିଶ୍ୱାସ। ଜଙ୍ଗଲରେ ଏକୁଟିଆ ୧୦୦ ବର୍ଷିଆ ବୃଦ୍ଧା। ପାଟଣାଗଡ ବ୍ଲକ ଅନ୍ତର୍ଗତ ଭାଲଡୁଙ୍ଗରି ଗାଁର ପ୍ରତିମା ଧରୁଆ। ବୟସ ୧୦୦ ବର୍ଷ। ଚଲାବୁଲା କରିବାକୁ ଦେହରେ ଶକ୍ତି ନାହିଁ। ଆଖି କୁ ବି ଭଲ ଭାବରେ ଦେଖାଯାଉନାହିଁ। ଭାବିଥିଲେ- ପୁଅ ନାତିଙ୍କ ଠାରୁ ମୁଠାଏ ଖାଇ ଭଲରେ ଜୀବନ କଟିବ।ହେଲେ କଣ କରିବେ ଲୋକଙ୍କ ସଂସ୍କାର ମନଭାବ ଯୋଗୁଁ ଏହି ଅବସ୍ଥାରେ ଘଞ୍ଚ ଜଙ୍ଗଲରେ ଏକୁଟିଆ ଦିନ କାଟୁଛନ୍ତି ପ୍ରତିମା। ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ହେବ ସେ ଏକୁଟିଆ ଏହି ନିଛାଟିଆ ଘରେ ରହୁଛନ୍ତି। ଏମିତିକି ଭୟରେ ପ୍ରତିମା ରହୁଥୁବା ସ୍ଥାନକୁ ଭଲ ଭାବରେ ଯାଆସ କରୁନାହାନ୍ତି ଲୋକେ। 

Advertisment

୬୦ ବର୍ଷ ପୂର୍ବେ ପ୍ରତିମା ଭାଲୁଡୁଙ୍ଗରି ଗାଁରେ ବାହାହୋଇ ଘର ସଂସାର କରିଥିଲେ। ପ୍ରତିମା ଜଣେ ଭକ୍ତି ପରାୟାଣ ଲୋକ ହୋଇଥିବାରୁ ଭଗବାନଙ୍କ ଠାରେ ବହୁ ବିଶ୍ୱାସ ରଖୁଥୁଲେ। ଏପରି ପ୍ରତିଦିନ ସକାଳୁ ଗାଧୋଇ ତୁଳସୀ ଚଉରା ମୂଳରେ ଜଳ ଅର୍ପଣ କରି ପୂଜା ପାଠରେ ମନ ଦେଉଥିଲେ।ଏହାକୁ ଗାଁଲୋକ ଦେଖି ପ୍ରତିମାକୁ ଡାହାଣୀ ସନ୍ଦେହ କରିଥିଲେ ଏବଂ ବାସନ୍ଦ କରି ଗାଁରୁ ତଡି ଦେଇଥିଲେ।

ସେବେଠାରୁ ଗାଁ ଠାରୁ ୧.୫ କିମି ଦୂରରେ ଜଙ୍ଗଲରେ ଏକୁଟିଆ ଦିନ କାଟୁଛନ୍ତି ପ୍ରତିମା। ଏବେ ପରିଣତ ବୟସରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରତିମା। ଭଗବାନଙ୍କୁ ଆଦରି ଦିନ ଗଣୁଛନ୍ତି। ଅନ୍ୟପଟେ ବୃଦ୍ଧାଙ୍କ ଖବର ଜାଣିବା ପରେ ଆଜିକାଲି ଯୁୁଗରେ ବି ଏମିତି ଅନ୍ଧବିଶ୍ୱାସ ଭରି ରହିଥିବାରୁ ଦୁଃଖପ୍ରକାଶ କରିଛନ୍ତି। ସମାଜସେବୀ। ବୃଦ୍ଧାଙ୍କ ଉପରେ ତୁରନ୍ତ ପ୍ରସାଶନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ସ୍ୱାଧିନତାର ଏତେବର୍ଷ ପରେ ବି ଗ୍ରାମାଞ୍ଚଳରେ ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ଭଳି ଘଟଣା ଦେଖିବାକୁ ମିଳୁଛି। ସରକାରୀ ସ୍ତରରେ ଏହା ଉପରେ ଦୃଷ୍ଟିଦେବାକୁ ଲୋକେ ଦାବି କରୁଛନ୍ତି।

Advertisment
Old Woman Bolangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ