Advertisment

ବର୍ଷା ଜନିତ ବନ୍ୟା ଯୋଗୁଁ ୧.୨୦ ଲକ୍ଷ ଲୋକ ପ୍ରଭାବିତ: SRC

୯୦ଟି ବ୍ଲକର ୭୬୨ ଗାଁ ଓ ୧୭ଟି ସହରାଞ୍ଚଳର ୬୬ ୱାର୍ଡ ପ୍ରଭାବିତ

ଅଦ୍ୟତନ ହୋଇଛି
flood in odisha

flood in odisha

Advertisment

ରାଜ୍ୟରେ ବର୍ଷାଜନିତ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ୧ ଲକ୍ଷ ୨୦ ହଜାର ଲୋକ। ବନ୍ୟା ମୁକାବିଲାକୁ ନେଇ ପ୍ରସ୍ତୁତି ସମ୍ପର୍କରେ SRC ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬୮୩୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଇଛି। ପ୍ରାଥମିକ ଆକଳନ ଅନୁସାରେ ୧୫ ଜିଲ୍ଲାର ୯୦ ବ୍ଲକ ପ୍ରଭାବିତ ହୋଇଛି।

Advertisment

ତାସହ ୯୦ଟି ବ୍ଲକର ୭୬୨ ଗାଁ ଓ ୧୭ଟି ସହରାଞ୍ଚଳର ୬୬ ୱାର୍ଡ ପ୍ରଭାବିତ ହୋଇଥିବାବେଳେ ବର୍ଷାଜନିତ ବନ୍ୟା ଯୋଗୁଁ ୧ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ସ୍ଥିତି ଉପରେ SRC ତୀକ୍ଷ୍ଣ ନଜର ରଖିଥିବା ସୂଚନା ମିଳିଛି।

ମହାନଦୀରେ ବନ୍ୟାଜଳ ବଢୁଥିବାରୁ ଜଗତସିଂହପୁର ତିର୍ତ୍ତୋଲ ବ୍ଳକ ଅଞ୍ଚଳର ତଳିଆ ଅଞ୍ଚଳରେ ପାଣି ମାଡିଯାଇଛି। ଫଳରେ କୋଟକଣା ଏବଂ ତିର୍ତ୍ତୋଲ ଲକ୍ ନିକଟ ବସ୍ତିବାସିନ୍ଦାଙ୍କୁ ପ୍ରଶାସନ ତରଫରୁ ସ୍ଥାନାନ୍ତର କରାଯାଇଛି। ରାତି ୧୦ ସୁଦ୍ଧା ୨୨୬ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୫ଟି ସ୍ଥାନରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆସନ୍ତାକାଲି ଗୋଟିଏ ଦିନ ପାଇଁ ଜିଲ୍ଲାର ୪୪ଟି ସ୍କୁଲକୁ ବନ୍ଦ ଘୋଷଣା କରିଛି ପ୍ରଶାସନ। ଜିଲ୍ଲାର କୁଜଙ୍ଗ ଏବଂ ତିର୍ତ୍ତୋଲ ଅଂଚଳରେ ଫୁଲିବାରେ ଲାଗିଛି ମହାନଦୀ ଓ ପାଇକା । ନଦୀ କୂଳିଆ ଗାଁ ଗଣ୍ଡାରେ ପ୍ରବେଶ କରିଛି ବନ୍ୟାଜଳ। ସାଇଲୋ ପଂଚାୟତର ହରିପୁର ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଉପରେ ପ୍ରାୟ ୪ ଫୁଟର ବନ୍ୟା ଜଳ ଚାଲିଛି।

ଫଳରେ ହରିପୁର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ମଲାସାହି ପଂଚାୟତର ମଧୁପୁର ଏବଂ ଜିଲ୍ଲାନାସୀ ପଂଚାୟତର ସାହାରାଡିହା ଗାଁରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ କୁଜଙ୍ଗ ପଂଚାୟତ ଭଣ୍ଡୁଆ ଗାଁ ବନ୍ୟାଜଳ ଘେରରେ ରହିଛି।

Advertisment
Flood In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ