Advertisment

ଡାକି ଡାକି ଆସିଲେନି ନିଶାରେ ଚୁର୍ ଡାକ୍ତର, ରୋଗୀ ମୃତ୍ୟୁ ପରେ ପିଟିଲେ ସଂପର୍କୀୟ

ଭଗବାନଙ୍କ ଦ୍ୱିତୀୟ ଅବତାର ଯେବେ ନିଜ ଦାୟିତ୍ୱ ଭୁଲିଯାନ୍ତି। ନିଶାରେ ଚୁର ହୋଇ ଗୁରୁତର ରୋଗୀ ପାଖକୁ ନ ଆସନ୍ତି। ତାହାଲେ ରୋଗୀ କ’ଣ ଆଉ ବଞ୍ଚିବ ?

undefined

'Drunk' doctor attacked

Advertisment

ରୋଗୀ ଗୁରୁତର ହେଲେ ପ୍ରାଣ ବଞ୍ଚାଇବାକୁ ବଡ଼ ମେଡିକାଲ ଆସନ୍ତି। ହେଲେ ସେଠି ଯଦି ଡାକ୍ତର ଡାକି ଡାକି ନଶୁଣନ୍ତି, ତାହାଲେ ରୋଗୀ ଆଉ ବଞ୍ଚିବ ତ ? ଠିକ୍ ସେୟା ହିଁ ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ। ନିଶାରେ ଚୁର ଜଣେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଜଣେ ନୁହେଁ ଦୁଇ ଦୁଇ ଜଣ ରୋଗୀଙ୍କ ପ୍ରାଣ ଯାଇଥିବା ଅଭିଯୋଗ ହୋଇଛି। ଆଉ ରୋଗୀଙ୍କ ସଂପର୍କୀୟ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ବି ମାରପିଟ୍ କରିଛନ୍ତି। ତେଣେ ମେଡିକାଲ ଅଧୀକ୍ଷକ କହିଛନ୍ତି- ଘଟଣାର ତଦନ୍ତ ରିପୋର୍ଟ ଆସିଲେ ହେବ ଆକ୍ସନ।

Advertisment

ଭଗବାନଙ୍କ ଦ୍ୱିତୀୟ ଅବତାର ଯେବେ ନିଜ ଦାୟିତ୍ୱ ଭୁଲିଯାନ୍ତି। ନିଶାରେ ଚୁର ହୋଇ ଗୁରୁତର ରୋଗୀ ପାଖକୁ ନ ଆସନ୍ତି। ତାହାଲେ ରୋଗୀ କ’ଣ ଆଉ ବଞ୍ଚିବ ? ଆଖିରେ ଲୁହ ଓ ଛାତିରେ କୋହ ରଖି ସେଇ କଥା ପଚାରି, କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି ବଲାଙ୍ଗିର ମେଡିକାଲରେ ଗତକାଲି ଚିକିତ୍ସା ଅବହେଳା ଅଭିଯୋଗରୁ ପ୍ରାଣ ହରାଇଥିବା ବଲାଙ୍ଗିର କନ୍ଧପାଲି ପଡ଼ାର ନିକୁ ବାରିକ ନାମକ ଜଣେ ୩୦ ବର୍ଷ ବୟସ୍କ ରୋଗୀଙ୍କ ଭଉଣୀ। ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଡାକି ଡାକି ନିରାଶ ହେବା ପରେ ଶେଷରେ ଧୈର୍ଯ୍ୟର ବନ୍ଧ ଭାଙ୍ଗି ଥିଲା ତାଙ୍କ ସଂପର୍କୀୟଙ୍କର। ଦାୟିତ୍ୱରେ ଥିବା ଡାକ୍ତର ରାଜେନ୍ଦ୍ର ନାରାୟଣ ସିଂ ଦଳପତିଙ୍କୁ ୩ ଘଣ୍ଟା ବିଳମ୍ବରେ ଆସିବାର କାରଣ ପଚାରିଥିଲେ, ହେଲେ ଡାକ୍ତର ସେତେବେଳେ କିଛି କହିବା ଅବସ୍ଥାରେ ନ ଥିଲେ। ଅତ୍ୟଧିକ ମଦ୍ୟପନ ଯୋଗୁଁ ନିଶାରେ ଚୁର୍ ଥିବାରୁ ସଠିକ୍ ଉତ୍ତର ଦେଇ ନ ପାରିବାରୁ ଶେଷରେ ତାଙ୍କୁ ମାରପିଟ୍ କରିଥିବା ବି ମାନିଛନ୍ତି ନିକୁଙ୍କ ସଂପର୍କୀୟ। ଏଥିସହ ଉକ୍ତ ଡାକ୍ତରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି କରିଛନ୍ତି।

ତେବେ ଖାଲି ନିକୁ ବାରିକ ନୁହଁନ୍ତି ସେଇ ମେଡିସିନ୍ ୱାର୍ଡରେ ପ୍ରଶାନ୍ତ ଧରୁଆ ନାମକ ଆଉ ଜଣେ ରୋଗୀଙ୍କର ବି ଉକ୍ତ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସଂପର୍କୀୟ।

Advertisment

ସେତେବେଳେ ଡ୍ୟୁଟିରେ ଥିବା ସେଇ ଡାକ୍ତର ରାଜେନ୍ଦ୍ର ନାରାୟଣ ସିଂ ଦଳପତି। ଆଜି ସଫା ସଫା କହୁଛନ୍ତି-କାଲି ଆଦୌ ମଦ ପିଇ ନ ଥିଲେ। କର୍ତ୍ତବ୍ୟରେ ବି କିଛି ଖିଲାପ କରିନାହାନ୍ତି। କିନ୍ତୁ ରୋଗୀଙ୍କ ସଂପର୍କୀୟ ଶୀଘ୍ର ଆସିବାକୁ କାକୁତି ମୀନତି ହେଉଥିବାବେଳେ କେଉଁଠି ଏତେ ସମୟ ଥିଲେ ବୋଲି ପ୍ରଶ୍ନରେ କିନ୍ତୁ ଥିଲେ ନିରୁତ୍ତର। ତେଣେ କାଲିର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ମେଡିକାଲ ଅଧୀକ୍ଷକ, କହିଛନ୍ତି ଏଭଳି ଅଭିଯୋଗ ସତ ହୋଇଥିଲେ ସାଂଘାତିକ। ତଦନ୍ତ ପାଇଁ ବରିଷ୍ଠ ଡାକ୍ତରଙ୍କୁ ନେଇ ଟିମ୍ ଗଠନ ହୋଇଛି, ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯିଏ ଦୋଷୀ ସେ ଦଣ୍ଡ ପାଇବ।

Odisha Bolangir Bhima Bhoi Medical College
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ