ରାଜଧାନୀରେ କୁକୁର ରଖିଥିଲେ ସାବଧାନ ! ଗଣିପାରନ୍ତି ଜରିମାନା

ଦେଶୀ ବିଦେଶୀ କୁକୁର ରଖିଥିବା ରାଜଧାନୀର ଲୋକେ ସାବଧାନ । କୁକୁର କାମୁଡିଲେ ମାଲିକ ଗଣିବେ ତଣ୍ଡ । ରାସ୍ତା, ପାର୍କ, ଜନବସତି ଅଞ୍ଚଳରେ ମଳ ତ୍ୟାଗ କରାଇଲେ ମଧ୍ୟ ତଣ୍ଡ ଗଣିବେ । ବିଏମସି ଆଣିଛି ଏପରି ନୂଆ ନିୟମ ।

କୁକୁର ପାଇଁ BMCର ନୂଆ ନିୟମ

କୁକୁର ରଖିବାକୁ ପ୍ରାୟ ଲୋକ ପସନ୍ଦ କରିଥା’ନ୍ତି । ଗୃହପାଳିତ ପଶୁକଥା ଆସିଲେ କୁକୁରର ନାଁ ପ୍ରଥମେ ଆସିଥାଏ । ଦେଶୀ-ବିଦେଶୀ କୁକୁର ସହ ବୁଲାକୁକୁରଙ୍କୁ ମଧ୍ୟ କିଛି ଲୋକ ଖୁବ୍‌ ଭଲ ପାଇବା ସହ ସେମାନଙ୍କୁ ଖାଦ୍ୟ ଦେଇଥା’ନ୍ତି । କାରଣ କୁକୁରକୁ ସବୁଠୁ ବିଶ୍ୱସ୍ଥ ପ୍ରାଣୀ ବୋଲି କୁହାଯାଏ । ହେଲେ ବର୍ତ୍ତମାନ କୁକୁରକୁ ନେଇ ବଡ଼ ଖର ଆସିଛି ।

ଯଦି ଆପଣ ଭୁବନେଶ୍ୱରରେ ରହୁଛନ୍ତି ଆଉ କୁକୁର ରଖୁଛନ୍ତି । ତେବେ ଆପଣଙ୍କୁ ସାବଧାନ ହେବାକୁ ହେବ । ନହେଲେ କେତେବେଳେ ବି ଆପଣଙ୍କୁ ଜରିମାନା ଦେବାକୁ ପଡ଼ିପାରେ । କୁକୁରକୁ ନେଇ ବାରମ୍ୱାର କିଛି ଦୁର୍ଘଟଣାର ଖବର ସାମ୍ନାକୁ ଅସିବା ପରେ କଠୋର ହୋଇଛି ବିସିଏମ୍‌ସି । ଏଣିକି କୁକୁର ରଖିଥିବା ମାଲିକଙ୍କ ପାଇଁ ବିଏମ୍‌ସି କିଛି ନୂଆ ନିୟମ ଆଣିଛି ।

ଦେଶୀ ବିଦେଶୀ କୁକୁର ରଖିଥିବା ରାଜଧାନୀର ଲୋକେ ସାବଧାନ । କୁକୁର କାମୁଡିଲେ ମାଲିକ ଗଣିବେ ତଣ୍ଡ । ରାସ୍ତା, ପାର୍କ, ଜନବସତି ଅଞ୍ଚଳରେ ମଳ ତ୍ୟାଗ କରାଇଲେ ମଧ୍ୟ ତଣ୍ଡ ଗଣିବେ । ବିଏମସି ଆଣିଛି ଏପରି ନୂଆ ନିୟମ । ଗତକାଲି ବିଏମସି ବୈଠକରେ ଏହି ବାଇ ଲ ପାରିତ ହୋଇଛି । ଏହି ନିୟମ ଅନୁସାରେ-ଜଣେ କୁକୁର ପ୍ରେମୀ ଚାହିଁଲେ ଅତି ବେଶିରେ ଦୁଇଟି କୁକୁର ରଖିପାରିବେ ।

କୁକୁର ରଖିବାକୁ ଚାହିଁଲେ ବିଏମସି ଅଧୀନରେ ପଞ୍ଜୀକରଣ ବାଧ୍ୟତାମୂଳକ । ବାହାର କୁକୁର ସହରକୁ ଆଣିଲେ ସପ୍ତାହେ ଭିତରେ ପଞ୍ଜୀକରଣ କରିବାକୁ ହେବ । କୁକୁର ବାହାରକୁ ଗଲେ ବେକରେ କୁକୁର ପଟା ସହ ରେଜିଷ୍ଟ୍ରେସନ ପ୍ଲେଟ ବା ନମ୍ବର ଝୁଲାଇବାକୁ ହେବ । କୁକୁର ବୟସ ହୋଇଗଲେ ରାସ୍ତା କଡରେ ଛାଡି ଦେଇପାରିବେ ନାହିଁ । ଖେଳ ପ୍ରଦର୍ଶନ କରିବାକୁ ଥିଲେ ବିଏମସିରେ ଆଗୁଆ ଜଣାଇବାକୁ ହେବ ।

କୁକୁର ଯଦି ଅନ୍ୟ କୌଣସି ବାହ୍ୟ ଲୋକ କିମ୍ବା ସମ୍ପତ୍ତିକୁ ନଷ୍ଟ କଲେ ମାଲିକଙ୍କୁ ଏଥି ପାଇଁ ଜରିମାନା ଦେବାକୁ ହେବ । ବିଏମସିର ଏହି ନୂଆ ନିୟମକୁ ନେଇ ପଶୁପ୍ରେମୀ କହିଛନ୍ତି, କୁକୁରଙ୍କ ପାଇଁ ଉଦ୍ଦିଷ୍ଟ ପାର୍କ ନିର୍ମାଣ ନ ହେଲେ ମଳତ୍ୟାଗ ବା କୁକୁର ବୁଲାଇବାକୁ ଅସୁବିଧା ହୋଇପାରେ ।