Advertisment

ବାବୁ ଆମେ ଆମ୍ବସଢା ତିଆରି କରୁଛୁ ହେଲେ ବିକ୍ରି ହେଉନି

ଏତେ ପରିଶ୍ରମ କରୁଛୁ । ଖରାରେ ଖଟୁଛୁ...ମୂଳ ଉଠୁନି କି ଭଲ ରୋଜଗାର ହେଉନି । ଏମିତି ହେଲେ ଆମେ ଚଳିବୁ କେମିତି? କିଛି ଏମିତି ଢଙ୍ଗରେ ଦୁଃଖ ବଖାଣିଛନ୍ତି ଆମ୍ବସଢା ବେପାରୀ

author-image
Sarbeswar
Ambasadha

Ambasadha

ଆମ୍ବରୁ ଚୋପା ଛଡାଚାଲିଛି । ଆମ୍ବସଢା ଲାଗି ପ୍ରସ୍ତୁତି ହେଉଛି । ଗାଁର ମହିଳାମାନେ ଆମ୍ବରୁ ଚୋପା ଛଡେଇ ସପ, ତାଳବରଡା ଆଦି ଜାଗାରେ ଆମ୍ବକୁ ଶୁଖାଇ ପ୍ରସ୍ତୁତ କରୁଛନ୍ତି ଆମ୍ବସଢା । ଟାଣ ଖରାରେ ଆମ୍ବସଢା ପ୍ରସ୍ତୁତ ହେବା ପରେ ବଜାରରେ ଏହାକୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା । ହେଲେ ଉପଯୁକ୍ତ ବଜାର ସୁବିଧା ନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ ।

Advertisment

ଆମ୍ବସଢା ବିକ୍ରିକରି ପରିବାର ପ୍ରତିପୋଷଣ କରୁଛନ୍ତି ମହିଳା । ସେହି ଆଶାରେ ତ ସକାଳ ହେବା କ୍ଷଣି ଆମ୍ବକୁ ଧୋଇ ପ୍ରସ୍ତୁତ କରୁଛନ୍ତି ଆମ୍ବସଢା । ଖାଲି ଆମ୍ବସଢା ନୁହେଁ ଆମ୍ବୁଲ ଆଦି ବିକ୍ରି କରି ପରିବାର ପୋଷୁଥିଲେ ଦୁର୍ଗମ ଅଞ୍ଚଳର ବହୁ ମହିଳା । ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଉତ୍ପାଦନ ହେଉଥିବା ଆମ୍ବସଢା, ଆମ୍ବୁଲ ଉଚିତ୍ ଦରରେ ବିକ୍ରି କରି ନପାରି ବେପାରୀକୁ କମ୍‌ ଦରରେ ବିକ୍ରି କରି କ୍ଷତି ସହିବାକୁ ପଡୁଛି ଏବେ ମହିଳାଙ୍କୁ ।

ଗଜପତି ମୋହନା ବ୍ଲକର ଜିରାଙ୍ଗ ପଞ୍ଚାୟତର ଯୁରାପାଟା ଗାଁରେ ଏବେ ଘରେ ଘରେ ତିଆରି ଚାଲିଛି ଆମ୍ବସଢା ।ଗାଁରେ ଥିବା ଦୁଇଟି ମହିଳା ସଂଘର ପ୍ରାୟ ୪୦ ଜଣ ମହିଳାମାନେ ଜଙ୍ଗଲରୁ ଆମ୍ବ ସଂଗ୍ରହ କରି ଆମ୍ବକୁ ଚିପୁଡ଼ି ସେଥିରୁ ରସ ବାହାର କରି ଆମ୍ବସଢ଼ା ଓ ଆମ୍ବୁଲ ତିଆରି କରି ବଜାରରେ ବିକ୍ରି କରି ପରିବାର ପୋଷଣ କରୁଛନ୍ତି । ବିଶେଷ କରି ଖରା ୪ ମାସ ମହିଳାମାନେ ଅଧିକ ପରିଶ୍ରମ କରି ଭଲ ୨ ପଇସା ରୋଜଗାର କରନ୍ତି । ହେଲେ ଅଭାବି ବିକ୍ରି ପାଇଁ ଆମ୍ବସଢା ତିଆରି କରୁଥିଲେ ମଧ୍ୟ ଏଥିରେ ବିକ୍ରିବଟା ସମସ୍ୟା ଦେଖାଯାଇଛି ।

Advertisment

ସେପଟେ ଅଭାବି ବିକ୍ରିକୁ ନେଇ ଜୀବିକା ମିଶନର ବ୍ଲକ୍ ପ୍ରୋଗ୍ରାମିଙ୍ଗ ମ୍ୟାନେଜର କହିଛନ୍ତି, ଆଗକୁ ଜୀବିକା ମିଶନ ଜରିଆରେ ସେମାନଙ୍କୁ ଋଣ ଯୋଗାଇବା ବ୍ୟବସ୍ଥା କରିବା ସହ ମିଶନ ଶକ୍ତି ମାଧ୍ୟମରେ ମାର୍କେଟିଂ ବ୍ୟବସ୍ଥା କରାଯିବ ।

Advertisment
Advertisment