Advertisment

ଏ ବର୍ଷର ‘ଅକ୍ଷର କଥାକାର ସମ୍ମାନ’ ପାଇବେ କଥାଶିଳ୍ପୀ ପ୍ରଦୋଷ ମିଶ୍ର

ଆସନ୍ତା ୨୯ ତାରିଖ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଆତିଥ୍ୟ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ଏକ ମନୋଜ୍ଞ ସାରସ୍ୱତ ସମାବେଶରେ କଥାଶିଳ୍ପୀ ଶିଳ୍ପୀ ପ୍ରଦୋଷ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

ଅଦ୍ୟତନ ହୋଇଛି
Pradosh Mishra To Get Akhyara Samman 2024

Pradosh Mishra

Advertisment

ଓଡ଼ିଆ କ୍ଷୁଦ୍ରଗଳ୍ପ ରଚନାରେ ଜଣେ ସିଦ୍ଧହସ୍ତ କଥାଶିଳ୍ପୀ ପ୍ରଦୋଷ ମିଶ୍ର ଚଳିତବର୍ଷ ନିମନ୍ତେ ‘ଅକ୍ଷର କଥାକାର ସମ୍ମାନ' ପାଇବେ । ଏହି ସମ୍ମାନ ବାଲେଶ୍ଵରର ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ଅନୁଷ୍ଠାନ ‘ପ୍ରଜାପତି’ର ସାହିତ୍ୟ ଶାଖା 'ଅକ୍ଷର'ର ଏକ ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ ସମ୍ମାନ। ଏହା ରାଜ୍ୟର ଜଣେ ବିଶିଷ୍ଟ ତଥା ଯଶସ୍ୱୀ ଗାଳ୍ପିକ ଓ ଔପନ୍ୟାସିକଙ୍କୁ ପ୍ରଦାନ କରାଯାଇ ଓଡ଼ିଆ କଥା ସାହିତ୍ୟ ରଚନାରେ ବ୍ରତୀ ଲେଖକଙ୍କୁ ପ୍ରୋତ୍ସାହନ ଦେବା ଅଭିପ୍ରାୟରେ ଆରମ୍ଭ କରାଯାଇଛି ବୋଲି ଏକ ପ୍ରେସ୍ ବିବୃତିରେ ଅନୁଷ୍ଠାନର ମୁଖ୍ୟ କବି ପ୍ରଶାନ୍ତ ଦାସ ଜଣାଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପଦ୍ମ ପୁରସ୍କାର ପାଇଲେ ଏହି ଦୁଇ ଓଡ଼ିଆ

ଆସନ୍ତା ୨୯ ତାରିଖ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଆତିଥ୍ୟ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ଏକ ମନୋଜ୍ଞ ସାରସ୍ୱତ ସମାବେଶରେ କଥାଶିଳ୍ପୀ ଶିଳ୍ପୀ ପ୍ରଦୋଷ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, କଥାଶିଳ୍ପ ଶିଳ୍ପୀ ପ୍ରଦୋଷ ମିଶ୍ରଙ୍କର ୧୬ଟି ଗଳ୍ପ ସଂକଳନ ସାଙ୍ଗକୁ ୧୧ଟି ଉପନ୍ୟାସ, ହିନ୍ଦି ଓ ଇଂରାଜୀରେ ଅନୂଦିତ ୭ଟି ପୁସ୍ତକ ଓ ଗୋଟିଏ ଭ୍ରମଣ କାହାଣୀ ରହିଛି। ଏଥିସହ ସେ ଆନୁଷ୍ଠାନିକ ସମ୍ମାନ ଓ ସ୍ଵୀକୃତି ଲାଭ କରି ଓଡ଼ିଆ ଗଳ୍ପ ଓ ଉପନ୍ୟାସ ପିପାସୁ ପାଠକ ମହଲରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। 

Advertisment

ସୂଚନାଯୋଗ୍ୟ ଯେ, ୨୦୨୩ରେ ଆରମ୍ଭ ହୋଇଥିବା ଉକ୍ତ ମର୍ଯ୍ୟାଦାଜନକ ସମ୍ମାନର ପ୍ରଥମ ପ୍ରାପକ ଥିଲେ ବିଶିଷ୍ଟ କଥାଶିଳ୍ପୀ ଆର୍ଯ୍ୟ ଯଜ୍ଞଦତ୍ତ। ଉକ୍ତ ସାହିତ୍ୟ ସମାବେଶରେ ବାଲେଶ୍ବର ମାଟିର କଥାସାହିତ୍ୟର ଏକ ବିଶେଷ ଉତ୍ସବର ମିଳନ ପର୍ବରେ ‘ଅକ୍ଷର କଥାକାର ସମ୍ମାନ ୨୦୨୪’ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି କବି ପ୍ରଶାନ୍ତ ଦାସ, ସଂପାଦକ ରାଜେଶ ଗିରି ଓ ସଂଯୋଜକ ବିପ୍ଳବ ଦାସମହାପାତ୍ର ପ୍ରକାଶ କରିଛନ୍ତି।

Odia Writers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ