Advertisment

ଉନ୍ମୋଚିତ ହେଲା ‘ଅନୁଗୋଳର ଲୋକକଥା’ ପୁସ୍ତକ

ଫ୍ରେଣ୍ଡ୍‌ ପବ୍ଲିଶର କଟକ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଅନୁଗୋଳ ଜିଲ୍ଲାର କୋଡିଏଟି ଲୋକକଥା ସ୍ଥାନ ପାଇଛି ।

ଅଦ୍ୟତନ ହୋଇଛି
Book Inauguration

Book Inauguration

Advertisment

ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ ‘ଅନୁଗୋଳର ଲୋକକଥା’ ଉନ୍ମୋଚିତ ହୋଇଛି । ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ ସାରସ୍ୱତ ସାହିତ୍ୟ ସମାରୋହ ତଥା କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଅନୁଗୋଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ।

Advertisment

ସାହିତ୍ୟ ସଂସଦର ସଭାପତି ପ୍ରଫେସର କୁମୁଦ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲ, ମୁଖ୍ୟ ବକ୍ତା ଭାବେ ଶାନ୍ତନୁ କୁମାର ସର ଏବଂ ସମ୍ମାନୀତ ଅତିଥି ଭାବେ କବି ଡଃ ଇନ୍ଦିରା ଦାଶ ଓ ସାହିତ୍ୟ ସଂସଦ ସଂପାଦକ ରାଧାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ‘ଅନୁଗୋଳର ଲୋକକଥା’ ପୁସ୍ତକଟିକୁ ଉନ୍ମୋଚିତ କରିଥିଲେ ।

ଫ୍ରେଣ୍ଡ୍‌ ପବ୍ଲିଶର କଟକ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଅନୁଗୋଳ ଜିଲ୍ଲାର କୋଡିଏଟି ଲୋକକଥା ସ୍ଥାନ ପାଇଛି । ପୁସ୍ତକଟି ଜିଲ୍ଲାର ଅନେକ ଅନାଲୋଚିତ ତଥ୍ୟ ସାମ୍ନାକୁ ଆଣିପାରିଥିବାରୁ ଏହା ବିଶେଷ ପାଠକୀୟ ଆଦୃତ ଲାଭକରିବ ବୋଲି ଅତିଥିମାନେ ଆଶାପୋଷଣ କରିଥିଲେ ।

Advertisment
Odia Book
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ