Ascetic of Panchasakha Era: ଗୋଟିଏ ଦିନ ପାଇଁ ଏହି କ୍ଷେତ୍ର ପାଲଟେ ଶ୍ରୀକ୍ଷେତ୍ର, ମହାପ୍ରଭୁ ଆସନ୍ତି ନିଜେ ..

ଯଶୋବନ୍ତ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ତାଙ୍କର ମହାପ୍ରୟାଣ ଦିନ ଜଗନ୍ନାଥ ଏଠାକୁ ଆସି ତାଙ୍କୁ ଦର୍ଶନ ଦେବାକୁ ସେ ବର ମାଗିଥିଲେ ।

Ascetic of Panchasakha Era

ପଞ୍ଚସଖା ଯୁଗର ସିଦ୍ଧ ସାଧକଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଯଶୋବନ୍ତ ଦାସ । ସିଦ୍ଧି ହାସଲ କରିବା ପରେ ନିଜ ଗାଁ ନାଇଲୋରେ ଆଶ୍ରମ ପ୍ରତିଷ୍ଠା କରିଥିଲେ । କିମ୍ବଦନ୍ତୀ କୁହେ ସେ ପ୍ରତିଦିନ ଶ୍ରୀକ୍ଷେତ୍ର ଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଫେରୁଥିଲେ । ତେବେ ବୟସାଧିକ ଯୋଗୁ ଆଉ ପ୍ରତିଦିନ ଶ୍ରୀକ୍ଷେତ୍ର ଯିବା ସମ୍ଭବ ହେଲା ନାହିଁ ।

ଫଳରେ ଯଶୋବନ୍ତ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ତାଙ୍କର ମହାପ୍ରୟାଣ ଦିନ ଜଗନ୍ନାଥ ଏଠାକୁ ଆସି ତାଙ୍କୁ ଦର୍ଶନ ଦେବାକୁ ସେ ବର ମାଗିଥିଲେ । ମହାପ୍ରଭୁ ଜଗନ୍ନାଥ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ତାଙ୍କ କଥାରେ ରାଜି ହୋଇଥିଲେ । କଥା ଅନୁସାରେ ଓଢଣ ଷଷ୍ଠୀ ଦିନ ଯଶୋବନ୍ତଙ୍କର ମହାପ୍ରୟାଣ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ଆଶ୍ରମକୁ ଆସି ତାଙ୍କୁ ଦର୍ଶନ ଦେଇଥିଲେ ।

ଅଧିକ ପଢନ୍ତୁ: ସାବାଡ୍ ହେବେ OAS ଅଫିସର; ବାଜିବ ସରକାରଙ୍କ ଛାଟ !

ଫଳରେ ଏହି ଦିନକୁ ଏଠାରେ ଶ୍ରୀକ୍ଷେତ୍ରର ମାନ୍ୟତା ଦିଆ ଯାଇଥାଏ । ଏହି ଦିନରେ ଏଠାକୁ ବିଭିନ୍ନ ସାଧୁ ସନ୍ଥ ମାନେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥା’ନ୍ତି । ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଜମେ । ମୀନା ବଜାର ସାଙ୍ଗକୁ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଠ କରିଥାଏ ।

ଯଶୋବନ୍ତ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଉତ୍ସବରେ ସ୍ଥାନୀୟ ବିଧାୟକ, ବହୁ ବିଶିଷ୍ଠ ସାହିତ୍ୟିକ ଓ ଲେଖକମାନେ ଯୋଗଦେଇ ଯଶୋବନ୍ତଙ୍କ ସାହିତ୍ୟ ବାବଦରେ ଆଲୋଚନା କରିଥିଲେ । ଏହି ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ।

ଏହି ପୀଠକୁ ପ୍ରତିଦିନ ଦୂରଦୁରାନ୍ତରୁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମୁଥିବା ବେଳେ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ଜରୁରୀ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅଧିକ ପଢନ୍ତୁ: ପୁଣି ଧୋକ୍କା ଦେଲା ଗୁଗୁଲ୍ ମ୍ୟାପ୍...ଘାଟି ରାସ୍ତାରେ ୩ ଦିନ ଧରି ଫସିଛି ଚାଉଳ ବୋଝେଇ ଟ୍ରକ୍