Advertisment

ଶ୍ରୀଲଙ୍କା ଔପନ୍ୟାସିକ ଶେହାନ କରୁଣାତିଲକଙ୍କୁ ବୁକର ସମ୍ମାନ

ଗୋଟିଏ ଦେଶର ରାଜନୈତିକ ଅଶାନ୍ତି, ଦୀର୍ଘ ବର୍ଷର ଗୃହ ଯୁଦ୍ଧ ତାର ସାହିତ୍ୟକୁ ଏତେ ସମୃଦ୍ଧ କରିପାରେ ? ବିଶ୍ୱସ୍ତରର ମାନ୍ୟତା ଦେଇପାରେ ? ଏ ପ୍ରଶ୍ନର ଉତ୍ତର ଦେବ ୨୦୨୨ର ସମ୍ମାନଜନକ ବୁକର ପ୍ରାଇଜ।

ଅଦ୍ୟତନ ହୋଇଛି
Booker winner Shehan Karunatilaka

Booker winner Shehan Karunatilaka

Advertisment

ଗୋଟିଏ ଦେଶର ରାଜନୈତିକ ଅଶାନ୍ତି, ଦୀର୍ଘ ବର୍ଷର ଗୃହ ଯୁଦ୍ଧ ତାର ସାହିତ୍ୟକୁ ଏତେ ସମୃଦ୍ଧ କରିପାରେ ? ବିଶ୍ୱସ୍ତରର ମାନ୍ୟତା ଦେଇପାରେ ? ଏ ପ୍ରଶ୍ନର ଉତ୍ତର ଦେବ ୨୦୨୨ର ସମ୍ମାନଜନକ ବୁକର ପ୍ରାଇଜ। ଦୀର୍ଘ ଦଶନ୍ଧି ଧରି ଆଇଲାଣ୍ଡ କଣ୍ଟ୍ରି ଶ୍ରୀଲଙ୍କାରେ ଚାଲିଥିବା ଗୃହଯୁଦ୍ଧ ଯେତେବେଳେ ଇତିହାସରୁ ସାହିତ୍ୟ ହୋଇଯାଇଛି ସେତେବେଳେ ତାକୁ ମିଳିଛି ଏଇ ସମ୍ମାନ। ଚଳିତବର୍ଷର ସମ୍ମାନଜନକ ବୁକର ପୁରସ୍କାର ପାଇଛନ୍ତି ୪୭ ବର୍ଷୀୟ ଶ୍ରୀଲଙ୍କା  ଔପନ୍ୟାସିକ ତଥା ଲେଖକ ଶେହାନ କରୁଣାତିଲକ  ।

Advertisment

କରୁଣାତିଲକଙ୍କୁ ତାଙ୍କର ୨ୟ ଉପନ୍ୟାସ ‘ଦ ସେଭେନ ମୁନ୍‌ସ ଅଫ ମାଲି ଆଲମେଡା’ ପାଇଁ ମିଳିଛି ଏହି ସମ୍ମାନଜନକ ପୁରସ୍କାର। ଜଣେ ମୃତ ଯୁଦ୍ଧ ଫଟୋଗ୍ରାଫର ମାଲି ଆଲମେଡାଙ୍କ କାହାଣୀକୁ ନେଇ ରଚିତ ହୋଇଛି କରୁଣାତିଲକଙ୍କର ପୁସ୍ତକ ‘ଦ ସେଭେନ ମୁନ୍‌ସ ଅଫ ମାଲି ଆଲମେଡା’ ।

ସୋମବାର ରାତିରେ ଲଣ୍ଡନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଔପନ୍ୟାସିକ କରୁଣାତିଲକଙ୍କୁ ପୁରସ୍କାର ବାବଦ ୫୦ ହଜାର ଗ୍ରେଟବ୍ରିଟେନ ପାଉଣ୍ଡ ପ୍ରଦାନ କରାଯାଇଥିଲା। ରାଣୀ କାମିଲା ନିଜେ ଏହି ପୁରସ୍କାରକୁ ପ୍ରଦାନ କରିଥିଲେ। କରୁଣାତିଲକ ଶ୍ରୀଲଙ୍କାର ୨ୟ ଔପନ୍ୟାସିକ ଯାହାଙ୍କୁ ଏହି ପୁରସ୍କାର ମିଳିଛି। ଏହା ପୂର୍ବରୁ ୧୯୯୨ରେ ‘ଦ ଇଂଲିଶ ପେସେଣ୍ଟ’ ପୁସ୍ତକ ପାଇଁ ମାଇକେଲ ଓଂଡାତ୍‌ଜେଙ୍କୁ ଏହି ପୁରସ୍କାର ପ୍ରଥମେ ମିଳିଥିଲା।

Advertisment

ବୁକର ପୁରସ୍କାର ୨୦୨୨ର ଜୁରୀ ଅଧ୍ୟକ୍ଷ ନୀଲ ମେକଗ୍ରେଗର ଏ ସମ୍ପର୍କରେ ଟୀପ୍ପଣୀ ଦେଇ କହିଛନ୍ତି, ‘ଦ ସେଭେନ ମୁନ୍‌ସ ଅଫ ମାଲି ଅଲମେଡା’ର ଯେଉଁ ଜିନିଷକୁ ଜୁରୀ ବେଶି ପ୍ରଶଂସା କରିଛନ୍ତି ତାହା ହେଉଛି ତାର ମହତ୍ୱାକାଂକ୍ଷା ଏବଂ କଥା କହି ନିଜକୁ ଜାହିର କରିବାର କୌଶଳ। ଶ୍ରୀଲଙ୍କାରେ ଗୃହଯୁଦ୍ଧ ଭିତରେ ବଞ୍ଚିବା ପାଇଁ ମଣିଷ ସଂଘର୍ଷ କରୁଥିବାବେଳେ ମୃତ୍ୟୁ ପରେ ଜୀବନର ଅନୁସନ୍ଧାନ କରୁଥିବା ଜଣେ ମଣିଷର କାହାଣୀକୁ ନେଇ ରଚିତ ଏହି ପୁସ୍ତକ ସର୍ଟ ଅଫ ବୁକ୍‌ସ ଦ୍ୱାରା ପ୍ରକାଶ ପାଇଛି।

ଏହି ସଫଳତା ପାଇବା ପରେ ନିଜେ କରୁଣାତିଲକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମୋର ଆଶା, ସେ ଦିନ ଆଉ ବେଶି ଦୂର ନାହିଁ ..ଶ୍ରୀଲଙ୍କା ଏବେ ବୁଝିଲାଣି, ଭ୍ରଷ୍ଟାଚାର, ଜାତିବାଦ, ନକ୍ସଲ ଚିନ୍ତାଧାରା ସବୁବେଳେ କାମ କରେ ନାହିଁ କି କରିବ ନାହିଁ। ନୂଆ ସକାଳର ଅନ୍ୱେଷଣରେ ଏ ଦେଶ ଏପରି ବିଚାରଧାରା ଭିତରୁ ବାହାରିବ।’

Advertisment
Srilanka Booker Prize
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ