Advertisment

ଘୋଡ଼ା ଯେଉଁଠି ଥିଲା, ସେଇଠି ରହିବ !

ଗତ ଜୁନ୍‌ରେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା କରାଯାଇଥିଲା। ତେବେ ସ୍ମାର୍ଟ ଜନପଥର ବିକାଶ ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଘୋଡ଼ା ଯେଉଁଠି ଥିଲା, ସେଇଠି ରହିବ !

Iconic Horse

Advertisment

ଭୁବନେଶ୍ୱର: ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥାପତ୍ୟ ଘୋଡ଼ା। ଘୋଡା ସ୍ଥାନାନ୍ତରକୁ ନେଇ ବହୁ ବିବାଦ ଓ ସମାଲୋଚନା ପରେ ସରକାରୀ ନିଷ୍ପତ୍ତି ବଦଳିଛି। ଏହି ସ୍ମାରକ ଘୋଡ଼ା ସ୍ଥାନାନ୍ତର ହେବନି ବୋଲି କହିଛନ୍ତି  ବିଏମ୍‌ସି କମିଶନର ସଞ୍ଜୟ ସିଂ। ଏନେଇ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏହି ଘୋଡ଼ାକୁ ହଟାଯିବ ବୋଲି ନିଷ୍ପତ୍ତି ହେବା ପରେ ଏହାକୁ ନେଇ ପ୍ରବଳ ବିରୋଧ ହୋଇଥିଲା। କଂଗ୍ରେସ ସହ ବହୁ ସଂଗଠନ ଘୋଡ଼ା ସ୍ଥାନାନ୍ତରକୁ ବିରୋଧ କରିଥିଲେ। 

Advertisment

ପ୍ରକାଶଥାଉକି, ଗତ ଜୁନ୍‌ରେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା କରାଯାଇଥିଲା। ତେବେ ସ୍ମାର୍ଟ ଜନପଥର ବିକାଶ ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବର୍ଷ ବର୍ଷ ଧରି ଏହି ଛକର ଶୋଭା ବଢାଉଥିବା ଏହି ସ୍ଥାପତ୍ୟକୁ ସ୍ଥାନାନ୍ତର କରିବାକୁ ଯୋଜନା ପରେ ଏହାକୁ ବିରୋଧ କରାଯାଇଥିଲା। 

ସ୍ମାର୍ଟସିଟି ଯୋଜନାକୁ କାର୍ଯ୍ୟକାରୀ କରିବା ଆଳରେ ଘୋଡ଼ା ପ୍ରତିମୂର୍ତ୍ତିକୁ ହଟାଇବା ପାଇଁ ଚାଲିଥିବା ଉଦ୍ୟମକୁ ଉଭୟ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ। ଉଭୟ ଦଳ ଏହି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଜନ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଥିଲେ। 

Advertisment

କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ, ସ୍ମାର୍ଟସିଟି ଯୋଜନାର କାର୍ଯ୍ୟକାରିତା ପାଇଁ ମାଷ୍ଟରକ୍ୟାଂଟିନ ଛକରୁ ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତିକୁ ରାଜଭବନ ଛକକୁ ଉଠାଇ ନେବା ପାଇଁ ବିଡ଼ିଏ ପକ୍ଷରୁ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ତାହା କଦାପି କରାଇ ଦିଆଯିବ ନାହିଁ। ଏଠାରେ ଥିବା ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ, ବୀରପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରତ୍ୱର ଗାଥାର ଏକ ପ୍ରଦର୍ଶନ ବୋଲି ସେ କହିଥିଲେ।

Advertisment

ସେହିପରି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଥିଲେ ଯେ, ସ୍ଥପତି ପଦ୍ନବିଭୁଷଣ ସ୍ୱର୍ଗତଃ ରଘୁନାଥ ମହାପାତ୍ରଙ୍କ ଦ୍ୱାରା ଐତିହ୍ୟ କୋଣାର୍କ ମନ୍ଦିରର ଅବିକଳ ଢାଞ୍ଚାରେ ନିର୍ମିତ ତଥା ଓଡିଶା ଶାସନର ପ୍ରତୀକ ରାଜଧାନୀର ପରିଚୟ ଅଟେ। ସୈାନ୍ଦର୍ଯୀକରଣ ନାଁରେ ରାଜଧାନୀର ଐତିହ୍ୟ, ସଂସ୍କୃତି ଏବଂ ପରଂପରାକୁ ଆଦୌ କ୍ଷୁର୍ଣ୍ଣ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ।

Odisha News Bhubaneswar Smart City BDA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ