Advertisment

ପାରମିତା ଶତପଥୀଙ୍କୁ ମିଳିବ ଶାରଳା ପୁରସ୍କାର

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୌଣସି ସମାରୋହ ଆୟୋଜନ କରାନଯାଇ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ପକ୍ଷରୁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି।

ଅଦ୍ୟତନ ହୋଇଛି
ପାରମିତା ଶତପଥୀଙ୍କୁ ମିଳିବ ଶାରଳା ପୁରସ୍କାର

ପାରମିତା ଶତପଥୀ

Advertisment

ଭୁବନେଶ୍ୱର: ବିଶିଷ୍ଟ କଥାକାର ପାରମିତା ଶତପଥୀଙ୍କୁ ମିଳିବ ଶାରଳା ପୁରସ୍କାର। ଉପନ୍ୟାସ ଅଭିପ୍ରେତ କାଳ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ୨୦୧୬ ରେ ଭୁବନେଶ୍ୱରର ପଶ୍ଚିମା ପ୍ରକାଶନ ଦ୍ୱାରା ଏହି ପୁସ୍ତକଟି ପ୍ରକାଶିତ ହୋଇଥିଲା। ପୁରସ୍କାର ସ୍ୱରୁପ କଥାକାର ପାରମିତା ଶତପଥୀଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। 

Advertisment

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୌଣସି ସମାରୋହ ଆୟୋଜନ କରାନଯାଇ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ପକ୍ଷରୁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି। ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡକ୍ଟର ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଶାରଳା ପୁରସ୍କାର ୧୯୮୦ରୁ ପ୍ରତିବର୍ଷ ପ୍ରଦାନ କରାଯାଉଛି।  

Advertisment

ଏନେଇ ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟ‍‍କ୍ଷ ବୈଜୟନ୍ତ ପଣ୍ଡା। ସେ ଲେଖିଛନ୍ତି ଯେ ସମ୍ମାନଜନକ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ ଲେଖିକା ତଥା ଔପନ୍ୟାସିକା ପାରମିତା ଶତପଥୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ନିଜର ଅନନ୍ୟ ସୃଷ୍ଟି 'ଅଭିପ୍ରେତ କାଳ' ପାଇଁ ସେ ଏହି ସମ୍ମାନରେ ସମ୍ମାନିତ ହେବେ। ତାଙ୍କୁ ଅଶେଷ ଅଶେଷ ଶୁଭକାମନା। 

Bansidhar & Ila Panda Foundation Odisha News IMFA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ