Advertisment

ଆପଣ ଚୁଟି ରଙ୍ଗ କରୁଛନ୍ତି କି ? ଜାଣନ୍ତୁ କ’ଣ କରିବେ କ’ଣ ନ କରିବେ...

ବର୍ତ୍ତମାନ ସମୟରେ ଚୁଟି ରଙ୍ଗ କରିବା କିଛି ଲୋକଙ୍କ ପାଇଁ ଫ୍ୟାଶନ୍ ହୋଇଥିବା ବେଳେ ଆଉ କିଛି ଲୋକ ବାଧ୍ୟ ହୋଇ କରୁଛନ୍ତି। କିଛି ଲୋକ ଚୁଟି ରଙ୍ଗ ପାଇଁ ସେଲୁନ୍‌କୁ ସର୍ବୋତ୍ତମ ବୋଲି ବିବେଚନା କରୁଥିବାବେଳେ ଆଉ କିଛି ଲୋକ ଘରେ କାମ ଚଳେଇ ଦିଅନ୍ତି। ସବୁଠାରୁ ବଡ କଥା ହେଲା ଚୁଟି ରଙ୍ଗ କରିବାବେଳେ କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ।

author-image
Pramod Behera
ଅଦ୍ୟତନ ହୋଇଛି
wish to colour your hair keep these important dos and donts

wish to colour your hair keep these important dos and donts

ଆଜିକାଲି ଚୁଟି ରଙ୍ଗ କରିବା କିଛି ଲୋକଙ୍କ ପାଇଁ ଏକ ଫ୍ୟାଶନ୍ ହୋଇଥିବା ବେଳେ ଆଉ କିଛି ଲୋକ ବାଧ୍ୟ ହୋଇ କରୁଛନ୍ତି। ଆଜିକାଲି ଧୂଳି, ପ୍ରଦୂଷଣ ଏବଂ ଭୁଲ ଖାଦ୍ୟ ହେତୁ ଚୁଟି ଅଳ୍ପ ବୟସରେ ଧଳା ହୋଇଯାଉଛି। ବେଳେବେଳେ ଛୋଟ ପିଲାମାନଙ୍କର ଚୁଟି ମଧ୍ୟ ଧଳା ହୋଇଯିବାର ଦେଖାଯାଏ। ଏଭଳି କ୍ଷେତ୍ରରେ କିଛି ଲୋକ ବାଧ୍ୟ ହୋଇ ଚୁଟି ରଙ୍ଗ କରନ୍ତି।

Advertisment

ଅନ୍ୟପକ୍ଷରେ ଏମିତି ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଷ୍ଟାଇଲ୍ ଏବଂ ଫ୍ୟାଶନ୍ ପାଇଁ ଚୁଟିକୁ ରଙ୍ଗୀନ କରିବାକୁ ପସନ୍ଦ କରନ୍ତି। କିଛି ଲୋକ ଚୁଟି ରଙ୍ଗ ପାଇଁ ସେଲୁନ୍‌କୁ ସର୍ବୋତ୍ତମ ବୋଲି ବିବେଚନା କରୁଥିବାବେଳେ ଆଉ କିଛି ଲୋକ ଘରେ କାମ ଚଳେଇ ଦିଅନ୍ତି।

ସବୁଠାରୁ ବଡ କଥା ହେଲା ଚୁଟି ରଙ୍ଗ କରିବାବେଳେ କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ। ନଚେତ ପରେ ଚୁଟି ନଷ୍ଟ ହେବାର ସମ୍ଭାବନା ଥାଏ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ବିଷୟରେ ଜାଣିନେବା।

Advertisment

ପ୍ରାକୃତିକ ରଙ୍ଗ ବାଛନ୍ତୁ:

ପ୍ରାୟତଃ ଲୋକମାନେ ଚୁଟି ରଙ୍ଗ କରିବା ବେଳେ ଫ୍ୟାଶନ କିମ୍ବା କୌଣସି ମଡେଲକୁ ଧ୍ୟାନରେ ରଖନ୍ତି। କିନ୍ତୁ ଚୁଟି ରଙ୍ଗ କରିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନିଜ ସୁବିଧା ପ୍ରତି ଧ୍ୟାନ ଦେବା। ଚୁଟି ରଙ୍ଗ କରିବା ବେଳେ ପ୍ରାକୃତିକ ରଙ୍ଗ ବ୍ୟବହାର କଲେ ଯତ୍ନ ନେବା ସହଜ ହୋଇଯାଏ। କିନ୍ତୁ ଅନ୍ୟାନ୍ୟ ରଙ୍ଗ ଉପରେ ନିର୍ଭର କଲେ ଚୁଟିର ଯତ୍ନ ଅଧିକ ନେବା ଜରୁରୀ।

ଉପଯୁକ୍ତ ରଙ୍ଗ ବାଛିବା:

ଆଜିକାଲି ଚୁଟି ରଙ୍ଗ କରିବା ପାଇଁ ବଜାରରେ ଅନେକ ପ୍ରକାର୍ ଶେଡ୍ସ ମିଳୁଚି। କିନ୍ତୁ ହେୟାର ଷ୍ଟାଇଲ ଏବଂ ଅତ୍ୟାଧୁନିକ ଫ୍ୟାଶନ ଅନୁଯାୟୀ ଉପଯୁକ୍ତ ରଙ୍ଗ ବାଛିବା ଉଚିତ। କିଛି ରଙ୍ଗ ଲମ୍ବା ଚୁଟି ପାଇଁ ଭଲ ଲାଗୁଥିବା ବେଳେ ଆଉ କିଛି ରଙ୍ଗ ଛୋଟ ଚୁଟିରେ ଭଲ ଲାଗେ। ଏପରି ପରିସ୍ଥିତିରେ ଚର୍ମକୁ ମଧ୍ୟ ଧ୍ୟାନ ରଖିବା ଉଚିତ।

ୱିଗ୍ ଉପରେ ପରୀକ୍ଷା:

ବିଶେଷଜ୍ଞଙ୍କ ମତରେ ଯଦି ଆପଣ ନିଜ ଚୁଟିରେ ତିନୋଟିରୁ ଅଧିକ ଶେଡ୍ସ ପରିବର୍ତ୍ତନ କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଏହାକୁ ଏକ ୱିଗ୍‌ରେ ପରୀକ୍ଷା କରନ୍ତୁ। ତିନିରୁ ଅଧିକ ଶେଡ୍ସର ପରିବର୍ତ୍ତନରେ ଚେହେରା କିଛି ସମୟ ପାଇଁ ଅଦ୍ଭୁତ ଦେଖାଯାଇପାରେ। ୱିଗ୍ ଉପରେ ପରୀକ୍ଷା କରିବା ପରେ ଯଦି ପରିବର୍ତ୍ତନ କରିବା ଆବଶ୍ୟକ, ତେବେ ଏହା ସହଜ ହୋଇଯାଏ।

ଚୁଟି ରଙ୍ଗ ପରେ ଟିପ୍ସ:

  • ଚୁଟିରେ ଅଧିକ ଦିନ ପାଇଁ ରଙ୍ଗ ରହିବା ପାଇଁ କିଛି ଟିପ୍ସ ଅନୁସରଣ କରାଯିବା ଉଚିତ। ଆସନ୍ତୁ ନଜର ପକେଇବା।
  • କେଶକୁ ରଙ୍ଗ କରିବା ପରେ ଚୁଟିରେ ହିଟିଂ ଷ୍ଟାଇଲ ଅଧିକ ନ କରିବା ଉଚିତ
  • ଚୁଟିକୁ ଯଥାସମ୍ଭବ ସୂର୍ଯ୍ୟଙ୍କ କ୍ଷତିକାରକ କିରଣରୁ ରକ୍ଷା କରନ୍ତୁ, ଏଥିପାଇଁ ଘରୁ ବାହାରକୁ ଯିବାବେଳେ ଚୁଟିକୁ ସ୍କାର୍ଫ, ଟୋପି କିମ୍ବା କ୍ୟାପ୍ ଦ୍ୱାରା ଘୋଡାନ୍ତୁ।
  • ଗାଧୋଇବାକୁ ଯିବା ପୂର୍ବରୁ ଚୁଟିରେ ନଡିଆ ତେଲ ଲଗାଇବାକୁ ଭୁଲନ୍ତୁ ନାହିଁ।
  • ଚୁଟି ରଙ୍ଗ କରିବା ପରେ ଅତି କମରେ ୭୨ ଘଣ୍ଟା ପାଇଁ ଚୁଟିକୁ ସାମ୍ପୁ କରନ୍ତୁ ନାହିଁ।
  • କେତେକ ଲୋକ ବିଶ୍ୱାସ କରନ୍ତି ଯେ ରଙ୍ଗ ପରେ ଚୁଟିରେ କମ୍ ତେଲ ଲଗାଇବା ଉଚିତ। ଏଭଳି କେବେ ବି କରନ୍ତୁ ନାହିଁ। ନିୟମିତ ତେଲ ଲଗାନ୍ତୁ।
Life Style Hair Stylish
Advertisment
Advertisment