Advertisment

Types of Hair: ଏହି ୩ ପ୍ରକାର କେଶ ମଧ୍ୟରୁ ଆପଣଙ୍କର କେଉଁ ପ୍ରକାର ?

ବର୍ତ୍ତମାନର ଯୁବକ ଯୁବତୀଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛି ଚୁଟି ଝଡ଼ିବା ଓ ଚୁଟି ପାଚିବା। ସେଥିପାଇଁ କିଏ କେତେ ପ୍ରକାର ତେଲ ଲଗାଉଛନ୍ତି, ପୁଣି କିଏ କିଏ ଔଷଧ ଖାଉଛନ୍ତି। ତେବେ କୌଣସି ଉପଚାର କରିବା ପୂର୍ବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ଚୁଟିର କିସମ ବା ପ୍ରକାର ଜାଣିବା ନିହାତି ଜରୁରୀ । ଜାଣିଲେ ତାହା ଆପଣଙ୍କୁ ଔଷଧ ପ୍ରୟୋଗରେ ସାହାଯ୍ୟ କରିବ।

ଅଦ୍ୟତନ ହୋଇଛି
କେଶର ପ୍ରକାର ଭେଦ

କେଶର ପ୍ରକାର ଭେଦ

Advertisment

କେଶ ପ୍ରତି ଯତ୍ନଶୀଳା ହେବାକୁ ଯାଇ ପ୍ରଥମେ ତା’ର ପ୍ରକାର ଭେଦ ସମ୍ପର୍କରେ ସମ୍ୟକ୍ ଧାରଣା ରଖୁବାକୁ ଚେଷ୍ଟା କରନ୍ତୁ। ଫଳରେ ଆପଣ ସହଜରେ ଆପଣଙ୍କ ପରିଶ୍ରମର ଫଳ ପାଇପାରିବେ। କାରଣ ସବୁ ଚୁଟି ପାଇଁ ଯତ୍ନର ପ୍ରଣାଳୀ ସମାନ ନୁହେଁ। ଭିନ୍ନ କେଶ ପାଇଁ ଭିନ୍ନ ଭିନ୍ନ ଯତ୍ନ ଆବଶ୍ୟକ। ନିମ୍ନରେ ସେ ସମ୍ପର୍କରେ ଆଲୋଚନା କରାଗଲା।

Advertisment

ବଂଶଗତ ଜିନ୍ ଓ ପରିବେଶକୁ ଦୃଷ୍ଟିରେ ରଖି ମଣିଷ ମୁଣ୍ଡରେ ରହିଥିବା କେଶ ବା ଚୁଳ ସାଧାରଣତଃ ୩ ପ୍ରକାର ଦେଖା ଯାଇଥାଏ। (୧) ସାଧାରଣ କେଶ (୨) ତୈଳୀୟ କେଶ (୩) ଶୁଷ୍କ କେଶ। କୌଣସି ଔଷଦ ବା ତେଳ ମୁଣ୍ଡବାଳରେ ପ୍ରୟୋଗ କରିବା ଆଗରୁ ଆମେ ନିଜର ବାଳର କିସମ ଜାଣିବା ନିହାତି ଜରୁରି। ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ଏସବୁ କେଶ କଣ?

ସାଧାରଣ କେଶ:

ଏହି ଧରଣର କେଶ ପାଇଥିବା ମହିଳାମାନେ ନିଶ୍ଚିତ ଭାବେ ଭାଗ୍ୟବତୀ। ନରମ, ଉଜ୍ଜ୍ୱଳ ଓ କୋମଳ କେଶକୁ ସାଧାରଣ କେଶ କୁହାଯାଏ। ଏହି କେଶର ସେଭଳି କିଛି ସମସ୍ୟା ନଥାଏ। ରୁପି ପ୍ରାୟ ହୁଏନାହିଁ। ଏହି କେଶ ପ୍ରତି ମାସରେ ୧ ଇଞ୍ଚରୁ ୧୦ ଇଞ୍ଚ ପର୍ଯ୍ୟନ୍ତ ବଢ଼େ। ଶୀତଦିନେ ସପ୍ତାହରେ ଥରେ ଓ ଗ୍ରୀଷ୍ମ ଋତୁରେ ସପ୍ତାହରେ ଦୁଇଥର ମୁଣ୍ଡ ସଫା କଲେ ହିଁ ଯଥେଷ୍ଟ। ଏହି କେଶରେ ପ୍ରତ୍ୟହ ୫ ମିନିଟ ତୈଳ ଘର୍ଷଣ କରିବା ଆବଶ୍ୟକ। ୧ କପ୍ ଷ୍ଟ୍ରଙ୍ଗ୍ ଚା’ ଲିକରରେ, ଅଧାଫାଳ ଲେମ୍ବୁ ଚିପୁଡ଼ି, ମୁଣ୍ଡକୁ ସାମ୍ପୋ କରିବା ପରେ ଲଗାଇ କିଛି ସମୟ ପରେ ଧୋଇଦିଅନ୍ତୁ। ଏହା ଏକ ସୁନ୍ଦର ଟନିକ୍ ପରି କାମ କରିବ। ତା'ଛଡ଼ା ମେହେନ୍ଦି ତେଲ ମାଲିସ କରନ୍ତୁ।

Advertisment

ଅଧିକ ପଢନ୍ତୁ: ଅଧିକ ଫଳ ଖାଇଲେ ଦେହ ପାଇଁ ଖରାପ !

ତୈଳୀୟ କେଶ :

ଯେଉଁ ମହିଳାମାନଙ୍କର ତ୍ୱଚା ତୈଳୀୟ, ସେମାନଙ୍କର କେଶ ମଧ୍ୟ ତୈଳୀୟ ହେବାର ସମ୍ଭାବନା ଥାଏ। ତୈଳୀୟ କେଶ କ୍ଷୀଣକାୟ ଓ ଲମ୍ବା। କେଶଗ୍ରନ୍ଥି ଅତ୍ୟଧିକ ତୈଳ ଉତ୍ପାଦନ କରେ। ଏହି କେଶରେ ରୁପି ତଥା ଅନ୍ୟାନ୍ୟ ସମସ୍ୟା ଦେଖାଯାଏ। ଏମାନେ ସପ୍ତାହରେ ଦୁଇଥର ମୁଣ୍ଡ ଧୋଇବା ଆବଶ୍ୟକ। ମୁଣ୍ଡ ସଫା କରିବା ସମୟରେ ଭିନେଗାର ବା ଲେମ୍ବୁରସ ନେଇ ସଫା କଲେ ତୈଳକ୍ଷରଣ ହୁଏ। ମୁଲତାନୀ ମାଟି ଓ ଚଣା ଅଟାରେ ମୁଣ୍ଡ ସଫା କଲେ ମଧ୍ୟ ଭଲ। ଅଣ୍ଡାର ଧଳା ଅଂଶ ସହ ଅଧା ଫାଳ ଲେମ୍ବୁ ଚିପୁଡ଼ି ତୈଳାକ୍ତ କେଶରେ ଲଗାଇଲେ ଉପକାର ମିଳେ।

ଶୁଷ୍କ କେଶ:

ଏହି କେଶ ପାଇଥିବା ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। କେଶଗ୍ରନ୍ଥି ସବୁ ତୈଳ ଉତ୍ପାଦନ କରିବାକୁ ଅକ୍ଷମ ହେଲେ କେଶ ଶୁଷ୍କ ହୁଏ। ଏହି କେଶରେ ରୁପି ହେବାର ଦେଖାଯାଏ। ତାଛଡ଼ା କେଶ ପାଚି ଯାଏ, ଅସମୟରେ କେଶ ଦୋମୁହାଁ ହୋଇଯାଏ। ଭୋଜନରେ କମ୍ ଚିକ୍କଣ ପଦାର୍ଥ ନେଲେ କେଶ ମଧ୍ୟ ଶୁଷ୍କ ହୋଇଯାଏ। ଏହି ପ୍ରକାର ଚୁଟିର ସବୁଠୁ ଭଲ ଉପଚାର ହେଲା ମାଲିସ୍। ଜଡ଼ାତେଲ ବା ବାଦାମ ତେଲକୁ ହାଲକା ଉଷୁମ କରି ମାଲିସ କରନ୍ତୁ ବା ସମାନ ପରିମାଣର ଜଡ଼ାତେଲ, ନଡ଼ିଆତେଲ ଓ କେଶବର୍ଷିନୀ ତେଲ ମିଶାଇ ଅଳ୍ପ ଉଷୁମ କରି ମୁଣ୍ଡରେ ଘଷି ତା ପରଦିନ ଷ୍ଟିମିଂ କରନ୍ତୁ।

Advertisment

ମାଲିସ୍ ପରେ ପ୍ଲାଷ୍ଟିକର ଗୋଟିଏ ଟୋପି ପିନ୍ଧି ଦିଅନ୍ତୁ। ଏହାଦ୍ୱାରା ମୁଣ୍ଡ ତ୍ୱଚାର ରୋମଛିଦ୍ର ଖୋଲିଯିବ ଓ ତେଲ ଭିତର ପର୍ଯ୍ୟନ୍ତ ପହଞ୍ଚ୍ ପାରିବ। ଏହି ଧରଣର କେଶବତୀ ମହିଳାମାନେ ଶିକାକାୟା ସାବୁନରେ ମୁଣ୍ଡ ଧୋଇପାରନ୍ତି। ଶୁଷ୍କ କେଶକୁ ଫର୍ମ, ବ୍ଲିଚ, ଡାଇ ଇତ୍ୟାଦି କରିବା ଅନୁଚିତ। ଅଧିକ ଖରାରେ ଠିଆ ହୁଅନ୍ତୁ ନାହିଁ। ପ୍ରତ୍ୟହ ଘିଅ ଖାଆନ୍ତୁ। ଭିଟାମିନ A ଓ B ଟାବଲେଟ୍ ଖାଆନ୍ତୁ।

ଅଧିକ ପଢନ୍ତୁ: ନେଗେଟିଭ୍ ଲୋକଙ୍କ ସହ ଡିଲ୍ କରିବାକୁ ୪ଟି ଉପାୟ 

Hair Care Lifestyle Changes Lifestyle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ