/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632652233.jpg)
Weekly Horoscope
ଭାଗ୍ୟ ଓ ଭବିଷ୍ୟତ ଜାଣିବା ପାଇଁ ଲୋକେ ଅଧିକ ଉତ୍ସାହିତ ଥାଆନ୍ତି । ନିଜ ଜୀବନକୁ ଜାଣିବା ନେଇ ଇଛା ପ୍ରକାଶ କରନ୍ତି । ତେବେ ଆସନ୍ତୁ ଏହି ସପ୍ତାହରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିନେବା...
ମେଷ
ଚଳିତ ସପ୍ତାହରେ, ଅନେକ ଲୋକଙ୍କ ଜୀବନରେ ଅନୁକୂଳ ପରିସ୍ଥିତି ଆସିବ। ଯାହା ସେମାନଙ୍କ ଉନ୍ନତିରେ ସହାୟକ ହୋଇପାରେ। ଏଥିସହ ଏହା ସେମାନଙ୍କ ମନୋବଳକୁ ହାଲ୍କା ମଧ୍ୟ କରିବ। ଫଳରେ କିଛି ସାମାଜିକ ସମାବେଶ ପାଇଁ ଯୋଜନା କରିପାରନ୍ତି। ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ। ପାରିବାରିକ ଜୀବନରେ ସମ୍ମୁଖୀନ କରୁଥିବା ସମସ୍ୟାର ସମାଧାନ ହୋଇପାରେ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସହକର୍ମୀ ସହଯୋଗର ହାତ ବଢ଼ାଇବେ। କିନ୍ତୁ ସେମାନଙ୍କ ପାଖରୁ ଅଧିକ ଆଶା ରଖନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ଓ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ସଫଳତା ମିଳିପାରେ।
ବୃଷ
ବିଶେଷ ଭାବେ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ରହିବ। ଯଦି ଆପଣ ଆର୍ଥିକ ସ୍ଥିତିକୁ ମଜବୁତ କରିବା ଲାଗି ଅର୍ଥ ଉପାର୍ଜନ କରିବାକୁ ଚାହୁଁଛନ୍ତି, ତା’ହେଲେ ଅଧିକ ଶିକ୍ଷିତ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଏହାପରେ ଅର୍ଥ ବିନିଯୋଗ କରିବା ପାଇଁ ଚିନ୍ତା କରିବେ। ପାରିବାରିକ ଜୀବନରେ ଶାନ୍ତି ବଜାୟ ରହିବ। ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସାନ ଭାଇଭଉଣୀମାନେ ପରାମର୍ଶ ନେଇପାରନ୍ତି। ଆଗ୍ରହ ସୃଷ୍ଟି ହେବ। ଏଥିପାଇଁ ଆପଣ ବିଭିନ୍ନ ଦିଗରେ ଏକାଧିକ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ପୂର୍ବରୁ ଛାତ୍ରଛାତ୍ରୀମାନେ ସମ୍ମୁଖୀନ କରୁଥିବା ସମସ୍ୟାର ସମାଧାନ ହୋଇପାରିବ।
ମିଥୁନ
ଆର୍ଥିକ ସ୍ଥିତି ଭଲ ରହିପାରେ। ଅଧିକ ଆୟ ହୋଇପାରେ। ବ୍ୟବସାୟୀଙ୍କୁ ସଫଳତା ମିଳିପାରେ। ଯେଉଁମାନେ ଚାକିରି କରିଛନ୍ତି, ସେମାନଙ୍କୁ ବାହାରେ ନୂତନ ସୁଯୋଗ ମିଳିପାରେ ଓ ସଫଳ ମଧ୍ୟ ହୋଇପାରନ୍ତି। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ଧ୍ୟାନଚ ଦିଅନ୍ତୁ।
କର୍କଟ
ପିତାମାତାଙ୍କଠାରୁ ଭଲ ପାଇବା ଏବଂ ସ୍ନେହ ପାଇବେ। ଆୟ ବୃଦ୍ଧି ହୋଇପାରେ। କଠିନ ପରିଶ୍ରମର ଫଳ ମିଳିପାରେ। କୌଣସି କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ଭାବେ ଛାଡନ୍ତୁ ନାହିଁ। ନଚେତ୍ ଆପଣ ସମସ୍ୟାର ପଡ଼ିପାରନ୍ତି। କୌଣସି ଦୀର୍ଘକାଳୀନ ବିନିଯୋଗ ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ଭଲ ସମୟ ବିତାଇ ପାରନ୍ତି। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସପ୍ତାହ ସକରାତ୍ମକ ହେବାକୁ ଯାଉଛି।
ସିଂହ
ନିଜର ଟ୍ୟାଲେଣ୍ଟକୁ ଠିକ୍ କ୍ଷେତ୍ରରେ ବ୍ୟବହାର କଲେ ଭଲ ରେଜଲ୍ଟ ମିଳିପାରେ। ଏହି ସମୟରେ ଘର, ଜମି, ସୁନା, କିଣିଲେ ଆପଣଙ୍କ ପାଇଁ ଏହା ଲାଭଦାୟକ ହୋଇପାରେ। ଯଦି ଆପଣ ନିଜ ପାଇଁ ଘର କିଣିବାକୁ ଚାହୁଁଛନ୍ତି, ଏହା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ସତର୍କ ରୁହନ୍ତୁ। ନଚେତ୍ ଅସୁବିଧାରେ ପଡ଼ିପାରନ୍ତି। କଠିନ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ।
କନ୍ୟା
କାହାକୁ ଉଧାର ଦିଅନ୍ତୁ ନାହିଁ। ଯଦି କାହାକୁ ଉଧାର ଦେଉଛନ୍ତି, ତା’ହେଲେ ଏହାପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ପରିବାର ସଦସ୍ୟଙ୍କ ପରିଭ୍ରମଣ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଟିକେ ସତର୍କ ରୁହନ୍ତୁ। ନଚେତ୍ ଏହାର ରେଜଲ୍ଟ ଆପଣଙ୍କ କ୍ୟାରିୟର ଉପରେ ପଡ଼ିପାରେ। ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହିତ ସମାପ୍ତ କରନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରନ୍ତୁ। ଧୈର୍ଯ୍ୟର ସହ ସବୁ କାର୍ଯ୍ୟ କରନ୍ତୁ।
ତୁଳା
ନିଜ ପସନ୍ଦର ଗାଡି କିଣିବାର ସ୍ୱପ୍ନ ପୂରଣ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଅତିରିକ୍ତ କାର୍ଯ୍ୟଭାର ହେତୁ ଜୀବନସାଥୀଙ୍କ ସହ ସମ୍ପର୍କ ତିକ୍ତ ହୋଇପାରେ। ପରିବାର ସଦସ୍ୟଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଏହା ଅନୁକୂଳ ସମୟ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।
ବିଛା
ଆର୍ଥିକ ସମସ୍ୟା ହେତୁ ଚିନ୍ତିତ ହୋଇପାରନ୍ତି। ଏହି ସପ୍ତାହରେ ଆପଣଙ୍କୁ ସଫଳତା ମିଳିପାରେ। ଘର କାର୍ଯ୍ୟ ଏବଂ ଦୀର୍ଘ ଦିନ ଧରି ପଡ଼ି ରହିଥିବା କାର୍ଯ୍ୟ ସମାପ୍ତ କରିବା ପାଇଁ ଏହା ଏକ ଭଲ ସମୟ। ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିପାରେ। ସୋସିଆଲ୍ ନେଟ୍ୱାର୍କିଂ ଆପଣଙ୍କ ବ୍ୟବସାୟକୁ ଆହୁରି ବୃଦ୍ଧି କରିବାରେ ସହାୟକ ହେବ। ନିଜ ଲକ୍ଷ୍ୟ ଭ୍ରଷ୍ଟ କରୁଥିବା କାର୍ଯ୍ୟରୁ ଛାତ୍ରଛାତ୍ରୀମାନେ ନିବୃତ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।
ଧନୁ
କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିପାରେ। ଯଦି କ୍ୟାରିୟରରେ ଭଲ କରିବାକୁ ଚାହୁଁଛନ୍ତି, ତା’ହେଲେ ସମୟ ନଷ୍ଟ ନକରି ଏକ ନୂତନ ଯୋଜନା ରଣନୀତି ପ୍ରସ୍ତୁତ କରନ୍ତୁ। ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ। ଚଳିତ ସପ୍ତାହ ଛାତ୍ରଛାତ୍ରୀଙ୍କୁ ମିଶ୍ରିତ ରେଜଲ୍ଟ ଦେବ। ସପ୍ତାହ ଶେଷରେ ଭଲ ରେଜଲ୍ଟ ମିଳିପାରେ। ଉଚ୍ଚଶିକ୍ଷାରେ ସଫଳତା ମିଳିପାରେ। ପରିବାର ସଦସ୍ୟଙ୍କ ସହ କୌଣସି ବାହାର ସ୍ଥାନକୁ ବୁଲାବୁଲି ପାଇଁ ଯୋଜନା କରିପାରନ୍ତି।
ମକର
ଆର୍ଥିକ ସ୍ଥିତି ମଜବୁତ୍ ହୋଇପାରେ। କ୍ୟାରିୟରରେ ସଫଳତା ମିଳିପାରେ। ନୂତନ ସୁଯୋଗ ମିଳିପାରେ। ଭୁଲ୍ବୁଝାମଣା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିପାରେ। ଆପଣଙ୍କର ଘନିଷ୍ଠ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ବ୍ୟବହାରରେ ଆପଣ ବିରକ୍ତି଼ ପ୍ରକାଶ କରିପାରନ୍ତି। କୌଣସି ବିବାଦ ଘେରକୁ ଯାଆନ୍ତୁ ନାହିଁ। ଧୈର୍ଯ୍ୟର ସହ କାର୍ଯ୍ୟ କଲେ ସଫଳତା ମିଳିବ।
କୁମ୍ଭ
ଯଦି ଆପଣ ପରିଶ୍ରମର ଫଳ ଚାହୁଁଛନ୍ତି, ତା’ହେଲେ ନିଜ ଉପରେ ବିଶ୍ୱାସ ରଖନ୍ତୁ। କ୍ୟାରିୟର କ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ। ଭବିଷ୍ୟତ ପାଇଁ ଯୋଜନା କରିପାରନ୍ତି। ପରିବାରର କୌଣସି ସଦସ୍ୟ ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି, ତା’ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ପରିବାରରେ ସକରାତ୍ମକ ବାତାବରଣ ସୃଷ୍ଟି ହେବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିପାରେ।
ମୀନ
ଦୈନନ୍ଦୀନ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିପାରେ। ଏକ ସମୟରେ ଅନେକ କାମରେ ବ୍ୟସ୍ତ ରହିପାରନ୍ତି। ଯଦି କାର୍ଯ୍ୟକ୍ଷେତ୍ରରେ କିଛି ଭୁଲ୍ ହେଉଛି, ତା’ହେଲେ ଏହାକୁ ଗ୍ରହଣ କରନ୍ତୁ। ଯେଉଁମାନେ ପୂର୍ବରୁ ଋଣ ନେଇଥିଲେ, ଏହାକୁ ପରିଶୋଧ କରିବା ଲାଗି ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇପାରେ। ଛାତ୍ରଛାତ୍ରୀମାନେ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ତେଣୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)