Waterproof your house before monsoon
ଓଡ଼ିଶାକୁ ମୌସୁମୀ ଆସିଯାଇଛି। ସାରା ରାଜ୍ୟରେ ବର୍ଷା ମଧ୍ୟ ଆରମ୍ଭ ହୋଇଛି। ବର୍ଷାଦିନେ ଘରର ଅନେକ କିଛି କ୍ଷତି ମଧ୍ୟ ହୁଏ। ଏହି ସମୟରେ ଘରକୁ ୱାଟର୍ପ୍ରୁଫ୍ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଏହା କେବଳ ସମ୍ପତ୍ତିର କ୍ଷତି କରିବ ନାହିଁ ବରଂ ସ୍ୱାସ୍ଥ୍ୟ ଏବଂ ଖର୍ଚ୍ଚ ଉଭୟକୁ ମଧ୍ୟ ପ୍ରଭାବିତ କରିପାରେ।
ଏହି ସମୟରେ କାନ୍ଥରେ ପାଣି ଜକେଇବା, ଫର୍ଣ୍ଣିଚର କ୍ଷତି ହେବା, ସର୍ଟ ସର୍କିଟ୍ ଏବଂ ଅନେକ ଶାରିରୀକ ସମସ୍ୟା ସୃଷ୍ଟି ହୋଇଥାଏ।
ତେବେ ଏହି ସମୟରେ ଆପଣ ଯଦି ଘରକୁ ୱାଟରପ୍ରୁଫିଙ୍ଗ୍ ନ କରନ୍ତି, ତେବେ କ’ଣ କ୍ଷତି ହୋଇପାରେ ଏବଂ ଆପଣଙ୍କ ଘରକୁ ସୁରକ୍ଷିତ ରଖିବା ପାଇଁ କ’ଣ ଉପାୟ ଆସନ୍ତୁ ଜାଣିବା।
ଅଧିକ ପଢ଼ନ୍ତୁ: ଟଏଲେଟ୍ କମୋଡ୍ ବି ହେଉଛି ବିସ୍ଫୋରଣ; ଜାଣନ୍ତୁ କିପରି ରକ୍ଷା ପାଇବେ
ୱାଟରପ୍ରୁଫିଙ୍ଗ୍ ନ କଲେ ୬ଟି କ୍ଷତି:
- କାନ୍ଥରେ ପାଣି ଜକେଇବା – କାନ୍ଥରେ ପାଣି ଜକାଇବା କାରଣରୁ କାନ୍ଥକୁ ଦୁର୍ବଳ କରିଦିଏ ଏବଂ କବକ ବୃଦ୍ଧି ଯୋଗୁଁ ଦୁର୍ଗନ୍ଧ ହୁଏ।
- ପ୍ଲାଷ୍ଟର ଏବଂ ରଙ୍ଗ ଛାଡିବା - ଲଗାତାର ଆର୍ଦ୍ରତା କାନ୍ଥର ପ୍ଲାଷ୍ଟର ଛଡ଼ାଇ ଦେଇପାରେ ଏବଂ ରଙ୍ଗ ଛାଡିପାରେ।
- କାଠ ଫର୍ଣ୍ଣିଚରର କ୍ଷତି - ଆର୍ଦ୍ରତା ଯୋଗୁଁ ଘରେ ଥିବା କାଠ ଫର୍ଣ୍ଣିଚର ଫୁଲିଯାଏ ଏବଂ ପଚିଯାଏ, ଫଳରେ ଆଲମାରୀ, କବାଟ ଏବଂ ଫର୍ଣ୍ଣିଚରକୁ କ୍ଷତି ପହଞ୍ଚାଇପାରେ।
- ବୈଦ୍ୟୁତିକ ଉପକରଣ ପ୍ରତି ବିପଦ - ଓଦା କାନ୍ଥ ସର୍ଟ ସର୍କିଟର ଆଶଙ୍କା ବଢ଼ାଇଥାଏ।
- ସ୍ୱାସ୍ଥ୍ୟ ସମସ୍ୟା - କାନ୍ଥରେ କବକ ଏବଂ ଓଦା ହେବା ଦ୍ୱାରା ଆଲର୍ଜି, ଆଜ୍ମା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ହୋଇପାରେ।
- ଘରର କ୍ଷତି - ନିରନ୍ତର ଲିକେଜ୍ ଘରର ଅବସ୍ଥାକୁ ଖରାପ କରିଥାଏ, ଯାହା ଫଳରେ ଘର ମୂଲ୍ୟ ହ୍ରାସ ପାଏ।
ୱାଟରପ୍ରୁଫିଙ୍ଗ୍ କରିବାର ୭ଟି ଉପାୟ:
- କୋଟିଂ ଏବଂ ସିଲେଣ୍ଟ - ଛାତ ଉପରେ ଜଳପ୍ରତିରୋଧୀ ଆବରଣ କିମ୍ବା ଆକ୍ରିଲିକ୍ ସିଲେଣ୍ଟ ଲଗାଇବା ଦ୍ୱାରା ଏହା ଆର୍ଦ୍ରତାକୁ ରୋକିଥାଏ।
- କାନ୍ଥରେ ୱାଟରପ୍ରୁଫିଙ୍ଗ୍ ରଙ୍ଗ ବ୍ୟବହାର - ବିଶେଷକରି ବାହାର କାନ୍ଥରେ ୱାଟରପ୍ରୁଫିଙ୍ଗ୍ ରଙ୍ଗ ଆର୍ଦ୍ରତାରୁ ସୁରକ୍ଷା ଦିଏ।
- ଡ୍ରେନେଜ୍ ସିଷ୍ଟମ୍ ସଫେଇ - ଛାତ ଏବଂ ବାଲକୋନିରୁ ପାଣି ନିଷ୍କାସନ ସଠିକ୍ ଭାବେ ହେବା ଉଚିତ।
- ଫାଟ ମରାମତି - ଘରର ଛୋଟ ଏବଂ ବଡ଼ ଫାଟକୁ ୱାଟରପ୍ରୁଫିଙ୍ଗ୍ ଫିଲରରେ ପୂର୍ଣ୍ଣ କରନ୍ତୁ।
- ଝରକା ଏବଂ କବାଟ ଫ୍ରେମର ସିଲ୍ ଯାଞ୍ଚ - ଝରକା ଏବଂ କବାଟ ଫ୍ରେମ୍ରୁ ପାଣି ଲିକ୍ ହେବା ସାଧାରଣ କଥା। ସିଲିକନ୍ ସିଲେଣ୍ଟ ସାହାଯ୍ୟରେ ସେଗୁଡ଼ିକୁ ଠିକ୍ କରନ୍ତୁ।
- ବାଥରୁମ୍ ଏବଂ ରୋଷେଇ ଘରେ ଆଣ୍ଟି ଲିକେଜ୍ ଟ୍ରିଟ୍ମେଣ୍ଟ୍ - ଏଗୁଡ଼ିକ ଆର୍ଦ୍ରତାର ସବୁଠାରୁ ବଡ଼ ଉତ୍ସ।
- ୱାଟରପ୍ରୁଫିଙ୍ଗ୍ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ - ଯଦି ଆପଣ ନିଜେ ଏହା ବୁଝି ପାରୁନାହାଁନ୍ତି, ତେବେ ଜଣେ ୱାଟରପ୍ରୁଫିଙ୍ଗ୍ ବିଶେଷଜ୍ଞଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଘର ଯାଞ୍ଚ କରାନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748781406.jpg)