Advertisment

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଛନ୍ତି କି? ତା’ ହେଲେ ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ‌ଏହି ୫ଟି ଖାଦ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ ଶୀତ ଋତୁ ସବୁଠାରୁ ଅନୁକୂଳ ଅଟେ । ଶୀତଦିନେ ଶରୀର ସୁସ୍ଥ ରଖିବା ପାଇଁ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ତେବେ ଆସନ୍ତୁ ଜାଣିବା ଶୀତଦିନରେ କେଉଁ ଖାଦ୍ୟ ଉପକାରୀ ଅଟେ ।

ଅଦ୍ୟତନ ହୋଇଛି
Healthy Winter Foods

Healthy Winter Foods

Advertisment

ଶୀତ ଋତୁରେ ଶରୀରର ଅଧିକ ଯତ୍ନ ନେବା ଆବଶ୍ୟକ । ଶୀତ ଦିନେ ଖାଦ୍ୟପେୟର ପରିମାଣ ସାମାନ୍ୟ ବଢ଼ିଯାଇଥାଏ। ଅଧିକ ଖାଇବା ଏବଂ ଶାରୀରିକ କାର୍ଯ୍ୟକଳାପ ହେବା ଫଳରେ ଶୀତ ଦିନେ ଅନେକ ବ୍ୟକ୍ତିଙ୍କ ଓଜନ ବଢ଼ିବା ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏହା ବ୍ୟତୀତ ଫ୍ଲୁ ଏବଂ ଭୂତାଣୂ ସଂକ୍ରମଣଠାରୁ ରକ୍ଷା ପାଇବାକୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଶୀତଦିନିଆ ୫ଟି ଖାଦ୍ୟ ବିଷୟରେ, ଯାହାକୁ ଶୀତଦିନେ ଖାଇବା ଦ୍ୱାରା ଆପଣ ନିଜର ଇମ୍ୟୁନିଟି ବୁଷ୍ଟ କରିପାରିବେ ।

Advertisment

କୋଳଥ ଡାଲି:

ଶୀତଋତୁରେ ପ୍ରାୟତଃ ସର୍ଦି କାଶ ଲାଗି ରହିଥାଏ । ଯଦି ଏପରି ହେଉଛି ତେବେ ଶୀତଋତୁ ରେ କୋଳଥ ଡାଲିର ପ୍ରୟୋଗ ପାରମ୍ପରିକ ଭାବରେ କରାଯାଇଥାଏ । ଗବେଷକ ମାନଙ୍କ ମତରେ କୋଳଥ ଡାଲିର ପାଣି ଥଣ୍ଡା କାଶ ଠାରୁ ଆରାମ ଦେଇଥାଏ । ଏହା ଶରୀରକୁ ଭିତରୁ ଗରମ ପ୍ରଦାନ କରିଥାଏ । ଗଳାର ସଂକ୍ରମଣକୁ ଦୂର କରି କାଶ ଠିକ କରିଥାଏ

ଅଦା ଚା:

ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୀତ ଋତୁରେ ଦିନକୁ ଅନେକ ଥର ଆପଣ ଚା ‘ପିଇଥାନ୍ତି। ତେବେ ଯଦି ଆପଣ ଅଦା ଚାକୁ ଭଲ ପାଆନ୍ତି, ତେବେ ଏହା ଶରୀରକୁ ଭଲ ଫାଇଦା ଦେଇଥାଏ। ଅଦାରେ ଭିଟାମିନ୍-ଏ, ଭିଟାମିନ୍-ଡି, ଭିଟାମିନ୍-ଇ ପରି ଅନେକ ଭିଟାମିନ୍ ମିଳିଥାଏ। ଅଦାରେ ଆଣ୍ଟି ଇନ୍‌ଫ୍ଲାମେଟାରୀ ଗୁଣ ଥାଏ। ଯାହା ଶରୀରର ଫୁଲାକୁ ହ୍ରାସ କରିଥାଏ। ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଯାହା ଜୀବାଣୁ ରୋଗରୁ ରକ୍ଷା କରିଥାଏ। ଯଦି ଶୀତ ଋତୁରେ ବାରମ୍ବାର ପରିସ୍ରା କରିବାରେ ଅସୁବିଧା ହୁଏ, ତେବେ ଦିନକୁ ଦୁଇଥର ଅଦା ଚା ପିଇବା ଲାଭଦାୟକ।

Advertisment

ଚିନାବାଦମ:

ଚିନାବାଦାମରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ରହିଛି। ଶୀତ ଋତୁରେ ଏହା ସବୁଠାରୁ ସ୍ୱାସ୍ଥ୍ୟକର ଜଳଖିଆ ବୋଲି ଆମେ କହିପାରିବା । ଚିନାବାଦାମ ସିଝା ବା ଭଜା ବା କଞ୍ଚା ଯେମିତି ଖାଇଲେ ବି ପାଟିକୁ ସୁଆଦିଆ ଲାଗେ। । ଏଥିରେ ଭିଟାମିନ୍-ବି, ଆମିନୋ ଏସିଡ୍ ଏବଂ ପଲିଫିନୋଲ ରହିଛି, ଯାହା ଶରୀରକୁ ସୁସ୍ଥ ରଖିଥାଏ। ଚିନାବାଦାମ ଖାଇଲେ ହୃଦରୋଗ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଅଧିକ ପଢ଼ନ୍ତୁ: ଆପଣଙ୍କ ଓଜନ ବଢ଼ିଯାଉଛି କି...ଖାଦ୍ୟରେ ସାମିଲ୍ କରନ୍ତୁ କଖାରୁ ମଞ୍ଜି ଆଉ ରେଜଲ୍ଟ ଦେଖନ୍ତୁ

Advertisment

ରାଶି:

ଶୀତ ଦିନେ ହାଡ଼ ଏବଂ ଗଣ୍ଠି ଦରଜ ଯନ୍ତ୍ରଣାଦାୟକ ହୋଇଥାଏ । ଏଥିରୁ ରକ୍ଷା ପାଇବାକୁ ହେଲେ ନିଜ ଖାଦ୍ୟ ସୂଚୀରେ ରାଶିକୁ ସାମିଲ କରନ୍ତୁ। ରାଶିରେ ଭିଟାମିନ୍-ଇ ଭରପୂର ରହିଛି। ଏହା ହାଇପରଟେନସନକୁ ମଧ୍ୟ ଦୂର କରିଥାଏ ।

ଗାଜର:

ଗାଜର ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହିତ ବିଭିନ୍ନ ଶୀତଋତୁର ରୋଗ ଠାରୁ ଦୂରେଇ ରଖିଥାଏ । ଶୀତଋତୁରେ ପ୍ରତିଦିନ ଗୋଟିଏ ଗ୍ଲାସ୍ ଲେଖାଏଁ ଗାଜର ରସ ପିଇବା ଦ୍ଵାରା ଶରୀରକୁ ଥଣ୍ଡା ଜନିତ ସମସ୍ୟା ଠାରୁ ଦୂରେଇ ରଖିଥାଏ । ଗାଜର ରେ ଭିଟାମିନ ବି ରହିଛି ।

Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ