Advertisment

ଗର୍ଲଫ୍ରେଣ୍ଡ ସହ କେମିତି ଆରମ୍ଭ କରିବେ କଥା ? ଲାଜକୁଳା ପୁଅଙ୍କ ପାଇଁ ରହିଛି ଏସବୁ ଟିପ୍ସ

ଏମିତି ଅନେକ ପୁଅ ଅଛନ୍ତି ଯେଉଁମାନେ ମନର କଥାକୁ ଠିକ ଭାବେ ପ୍ରକାଶ କରିପାରି ନ ଥାନ୍ତି। ବିଶେଷ କରି ସାମ୍ନାରେ ଯଦି ଝିଅଟିଏ ଥାଏ ତେବେ ତ କଥା ସରିଲା। ମନର କଥା ତ ଛାଡ ଦରକାରୀ କଥା ବି କହି କହିପାରନ୍ତି ନାହିଁ। ଏମିତି ଲାଜକୁଳା ପୁଅଙ୍କ ପାଇଁ କିଛି ଟିପ୍ସ।

ଅଦ୍ୟତନ ହୋଇଛି
Tips to Start Conversation with a Girl

start a conversation with girlfriend

Advertisment

ଏମିତି ଅନେକ ପୁଅ ଅଛନ୍ତି ଯେଉଁମାନେ ମନର କଥାକୁ ଠିକ ଭାବେ ପ୍ରକାଶ କରିପାରି ନ ଥାନ୍ତି। ବିଶେଷ କରି ସାମ୍ନାରେ ଯଦି ଝିଅଟିଏ ଥାଏ ତେବେ ତ କଥା ସରିଲା। ମନର କଥା ତ ଛାଡ ଦରକାରୀ କଥା ବି କହି କହିପାରନ୍ତି ନାହିଁ। ଏମିତି ଲାଜକୁଳା ପୁଅଙ୍କ ପାଇଁ କିଛି ଟିପ୍ସ। ଯଦି ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ତେବେ ପ୍ରଥମ କଥାବାର୍ତ୍ତା ମନଛୁଆଁ ହେବା ଦରକାର। ପ୍ରଥମ ସାକ୍ଷାତ ବା ଆଲୋଚନାକୁ  ସହଜ ଓ ସ୍ମରଣୀୟ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏଇ ୭ଟି ଟିପ୍‌ସ।

Advertisment

ଶୁଭେଚ୍ଛା ବା ପ୍ରଶଂସା କରି ମେସେଜ ଦିଅନ୍ତୁ

ଯଦି ଗାର୍ଲଫ୍ରେଣ୍ଡ ତୁମର ଗୁଡ୍‌ ମର୍ଣ୍ଣିଂ ମେସେଜକୁ ପସନ୍ଦ କରୁଥାନ୍ତି ଏବଂ ଆପଣ ସେପରି ମେସେଜ ପଠାଉଥାନ୍ତି ତେବେ ଗୁଡ୍‌ ମର୍ଣ୍ଣିଂ ସହ କିଛି ପ୍ରଶଂସା ବି କରନ୍ତୁ। ଯେମିତି ରାତିରେ ଭଲରେ ଶୋଇଥିଲେ କି ନାହିଁ ? ତେବେ ବାରମ୍ବାର ମେସେଜ ପଠାଇ ବିରକ୍ତ କରନ୍ତୁ ନାହି। ବରଂ ସେପଟୁ ମେସେଜ ଆସିବା ପାଇଁ ଅପେକ୍ଷା କରନ୍ତୁ।

ହାଲ୍‌କା ଫୁଲ୍‌କା ମେସେଜ ପଠାନ୍ତୁ

ହାଲକାଫୁଲ୍‌କା ମଜାଳିଆ ମେସେଜ ପଠାଇ ଆକର୍ଷିତ କରିବାକୁ ଚେଷ୍ଟା କରନ୍ତୁ। ଏପରି ମେସେଜ ବୁଷ୍ଟର ପରି କାମ କରିଥାଏ। ଯେମିତି କି, କାଲି ରାତିରେ ମୁଁ ତୁମକୁ ସ୍ୱପ୍ନରେ ଦେଖୁଥିଲି ବା ମୁଁ ତୁମକୁ ବହୁତ ମିସ୍‌ କରୁଛି ଇତ୍ୟାଦି । କଫି ପିଇବାକୁ ବାହାରକୁ ଯିବା ପାଇଁ ଅଫର ଦେଇ ପାରନ୍ତି। କିନ୍ତୁ ଗୋଟିଏ ସର୍ତ୍ତରେ ଏସବୁ କରିପାରିବେ । ଯଦି ଅପରପକ୍ଷକୁ ଏପରି ମେସେଜ ଭଲ ଲାଗୁଥାଏ।

Advertisment

ଅଧିକ ପଢ଼ନ୍ତୁ: ମନର ମଣିଷ ଆପଣଙ୍କଠୁ ଦୂରେଇ ଯାଉଛନ୍ତି କି? ଜାଣିବାକୁ ପଢ଼ନ୍ତୁ ଏଇ ୫ଟି ଟିପ୍ସ...

ଉଭୟଙ୍କ ପସନ୍ଦର ବିଷୟ ଏବଂ ଲୋକଙ୍କ ସମ୍ପର୍କରେ ଆଲୋଚନା କରନ୍ତୁ

ଯଦି ଉଭୟଙ୍କର କେହି ଜଣାଶୁଣା ବନ୍ଧୁ ଥାନ୍ତି କିମ୍ବା ଉଭୟଙ୍କର ସମାନ ଜିନିଷରେ ରୁଚି ଥାଏ ତେବେ ସେ ବିଷୟରେ ଆପଣ ଆଲୋଚନା କରିପାରନ୍ତି। ଏହାକୁ ଏକ ସୁଯୋଗ ଭାବେ ନେଇ ଆପଣ ଆଲୋଚନାକୁ ଆଗକୁ ବଢାଇ ପାରନ୍ତି।

Advertisment

ସୁନ୍ଦର କିନ୍ତୁ ଯୁକ୍ତିଯୁକ୍ତ ମତାମତ ଦିଅନ୍ତୁ

ସବୁବେଳେ ଯୁକ୍ତିଯୁକ୍ତ କିନ୍ତୁ ମନକୁ ଛୁଇଁଲା ପରି ମତାମତ ଦିଅନ୍ତୁ। ଯଦି କୌଣସି ପାର୍ଟିରେ ଗର୍ଲଫ୍ରେଣ୍ଡ ସହ ଦେ‌ଖାହୁଏ ତେବେ ପ୍ରଶଂସା କରି ମତାମତ ଦିଅନ୍ତୁ । ‘ତୁମେ ତ ଷ୍ଟେଜ୍‌ରେ ନିଆଁ ଲଗେଇ ଦେଲ’ ବା ଆଜି ଜଳୁଛ...ଏମିତି କିଛି କମେଣ୍ଟ ଦିଅନ୍ତୁ। କିନ୍ତୁ ମନେ ରଖନ୍ତୁ, ଅପମାନିତ ହେଲା ପରି ଶବ୍ଦ ବ୍ୟବହାର କରନ୍ତୁ ନାହିଁ।

ନିଆରା ଷ୍ଟାଇଲ୍‌ରେ ନିଜକୁ ପରିବେଷଣ କରନ୍ତୁ 

ସାମ୍ନାରେ ଥିବା ସାଙ୍ଗଙ୍କର ପରିଚୟ ବୁଝିବା ପରେ ନିଜକୁ କ’ଣ ଭଲ ଲାଗେ ଗର୍ଲଫ୍ରେଣ୍ଡଙ୍କ ଆଗରେ କୁହନ୍ତୁ ଏବଂ ତାଙ୍କର କ’ଣ ହବି ସେ ବିଷୟରେ ପଚାରି ବୁଝନ୍ତୁ। ଯେମିତି ‘ ମୋତେ ରଣବୀର ସିଂହଙ୍କୁ ଭଲ ଲାଗେ। ’ ତୁମକୁ କେମିତି ଲାଗେ ?’ ଏପରି ପ୍ରଶ୍ନ ପଚାରି କଥାବାର୍ତ୍ତା ଆରମ୍ଭ କରନ୍ତୁ।

ଦିନ କିପରି କଟିଲା ପଚାରନ୍ତୁ

ଆଜି ତୁମର ଦିନ କେମିତି ଥିଲା ? ଏମିତି ପ୍ରଶ୍ନ ଦ୍ୱାରା ଆପଣ ଗର୍ଲଫ୍ରେଣ୍ଡଙ୍କ ସହ କଥାବାର୍ତ୍ତା ଆରମ୍ଭ କରିପାରନ୍ତି। ଯଦି ସେ ଏହାକୁ ପଢି ଉତ୍ତର ଦେଲେ ତେବେ ଅନ୍ୟ ପ୍ରଶ୍ନ ପଚାରି କଥାକୁ ଆଗେଇ ନେଇ ପାରିବେ। ଯେମିତି କ’ଣ କରୁଛ ? ଆଜି କିଛି ସ୍ପେଶାଲ ପ୍ରୋଗ୍ରାମ ଅଛି କି?

ମତାମତ ଏବଂ ପରାମର୍ଶ ମାଗନ୍ତୁ 

ଆପଣ ପସନ୍ଦ କରୁଥିବା ଝିଅଙ୍କୁ ବେଳେବେଳେ କୌଣସି ପ୍ରସଙ୍ଗରେ ମତାମତ ମାଗନ୍ତୁ। ଏପରିକି କୌଣସି ନିଷ୍ପତ୍ତି ନେବାବେଳେ ବି ତାଙ୍କର ପରାମର୍ଶ ନିଅନ୍ତୁ। ଏପରି କରିବା ଦ୍ୱାରା ତାଙ୍କର ଧାରଣା ହେବ ଯେ, ଆପଣ ତାଙ୍କୁ ପ୍ରକୃତରେ ଗୁରୁତ୍ୱ ଦେଉଛନ୍ତି।

ଏପରି ଆଲୋଚନା ମାଧ୍ୟମରେ ଆପଣ ସମ୍ପର୍କକୁ ଆଗକୁ ବଢାଇ ପାରିବେ ଏବଂ ନିଜର ମନ କଥାକୁ ବି ଜଣାଇ ପାରବେ। ଏଥିସହ ଗର୍ଲଫ୍ରେଣ୍ଡ ତୁମର ସେଣ୍ଟିମେଣ୍ଟକୁ ସେପରି ଭାବେ ଗ୍ରହଣ କରୁଛନ୍ତି କି ନାହିଁ ତାହା ମଧ୍ୟ ଜାଣି ପାରିବ।

Girl Friend
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ