Advertisment

Health Tips: ଚାଉଳ ପାଣିର ଅନେକ ଗୁଣ; ଋତୁସ୍ରାବ ସମସ୍ୟା, ଝାଡା ପାଇଁ ରାମବାଣ; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି

ରୋଷେଇ ପୂର୍ବରୁ ଧୁଆହୋଇଥିବା ଚାଉଳ ପାଣିକୁ ସମସ୍ତେ ଫୋପାଡି ଦେଇଥାନ୍ତି। କିନ୍ତୁ ଏହି ଚାଉଳ ପାଣି ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଆପଣ ଜାଣନ୍ତି କି? କେଉଁ ଶାରୀରିକ ସମସ୍ୟାରେ ଏହା ଉପକାରୀ? ତେବେ ଆସନ୍ତୁ ଜାଣିବା ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ଚାଉଳ ପାଣିର ଲାଭ କ’ଣ?

author-image
Pramod Behera
ଅଦ୍ୟତନ ହୋଇଛି
Rice water benefits reduces uti burning urination diarrhea bleeding disorders

Rice water benefits reduces uti burning urination diarrhea bleeding disorders

ଓଡ଼ିଶାରେ ପ୍ରତ୍ୟେକ ଘରେ ପ୍ରତିଦିନ ଚାଉଳରୁ ଭାତ ପ୍ରସ୍ତୁତ ହୋଇଥାଏ। ଏହାକୁ ତିଆରି କରିବା ପୂର୍ବରୁ, ଏହାକୁ ପାଣିରେ ଭଲ ଭାବରେ ଧୁଆଯାଏ, ତା’ପରେ ଏହା ରନ୍ଧା ହୋଇଥାଏ। ଧୁଆହୋଇଥିବା ଚାଉଳ ପାଣିକୁ ସମସ୍ତେ ଫୋପାଡି ଦେଇଥାନ୍ତି। କିନ୍ତୁ ଏହି ଚାଉଳ ପାଣି ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଆପଣ ଜାଣନ୍ତି କି? କେଉଁ ଶାରୀରିକ ସମସ୍ୟାରେ ଏହା ଉପକାରୀ ଆସନ୍ତୁ ଜାଣିବା।

Advertisment

ସାଧାରଣତଃ ଚାଉଳ ଧୋଇବା ପରେ ସମସ୍ତେ ଦେଖିଥିବେ ଏଥିରୁ ଏକ ସଫା ମୋଟା ପାଣି ବାହାରେ। ଆୟୁର୍ବେଦରେ ଏହାକୁ ତଣ୍ଡୁଲୋଦକ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ଚାଉଳ ପାଣିର ଲାଭ କ’ଣ?

ଚାଉଳ ପାଣି ଷ୍ଟାର୍ଚରେ ଭରପୂର। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚାଉଳ ପାଣିର ଚମତ୍କାର ଶତାବ୍ଦୀ ଶତାବ୍ଦୀ ଧରି ଆୟୁର୍ବେଦରେ ଜଣାଶୁଣା ଏବଂ ଏହାର ଲାଭ ସମଗ୍ର ବିଶ୍ୱ ଜାଣିଛି ଏବଂ ଗ୍ରହଣ କରିଛି।

Advertisment

କିପରି କରିବେ ପ୍ରସ୍ତୁତ:

  • ଚାଉଳ ପାଣି ପ୍ରସ୍ତୁତ କରିବାକୁ ୧୦ ଗ୍ରାମ (୧ବାଟି) ଚାଉଳ ନିଅନ୍ତୁ
  • ଏହାକୁ ଥରେ ପାଣିରେ ଧୋଇ ଦିଅନ୍ତୁ
  • ବର୍ତ୍ତମାନ ଏଥିରେ ୬୦-୮୦ ମିଲି ପାଣି ମିଶାନ୍ତୁ
  • ଏହାକୁ ଏକ ମାଟି ପାତ୍ର / ଷ୍ଟେନଲେସ୍ ଷ୍ଟିଲ୍ ପାତ୍ରରେ ୨-୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦକରି ରଖନ୍ତୁ
  • ଏହା ପରେ ଚାଉଳକୁ ୨-୩ ମିନିଟ୍ ପାଣିରେ ଘାଣ୍ଟି ଫିଲ୍ଟର୍ କରନ୍ତୁ
  • ବର୍ତ୍ତମାନ ଏହା ବ୍ୟବହାର କରିବାକୁ ପ୍ରସ୍ତୁତ
  • ଆପଣ ଏହାକୁ ଦିନସାରା ପିଇପାରିବେ
  • ଏହି ପାଣିକୁ ୬-୮ ଘଣ୍ଟା ପାଇଁ ରଖାଯାଇ ପାରିବ
  • ଯଦି ଆପଣ ଚାହାଁନ୍ତି, ପ୍ରତିଦିନ ଏହି ଉପାୟରେ ସତେଜ ଚାଉଳ ପାଣି ତିଆରି କରିପାରିବେ
  • କେଉଁ ଚାଉଳ ଦରକାର:
  • ଚାଉଳ ପାଣି ପ୍ରସ୍ତୁତ କରିବା ପାଇଁ ଯେକୌଣସି ପ୍ରକାର ଚାଉଳ ନିଆଯାଇପାରେ। ଏଥିପାଇଁ ଖୁଦ ଚାଉଳ ଏବଂ ନାଲି ଚାଉଳ ଭଲ। ଗୋଟିଏ ବର୍ଷର ଚାଉଳ ଆହୁରି ଭଲ। ଧଳା ଚାଉଳ ମଧ୍ୟ ନିଆଯାଇପାରେ। ଏହା ଉଁସା କିମ୍ବା ପଲିସି ନ ହେବା ଦରକାର।

ଚାଉଳ ପାଣିର ଲାଭ:

  • ଚାଉଳ ପାଣି ଚର୍ମ ଏବଂ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ।
  • ଲ୍ୟୁକୋରୋରିଆରେ ପୀଡିତ ରୋଗୀଙ୍କ ପାଇଁ ଏହା ରାମବାଣ ପରି କାମ କରେ।
  • ଏହାର ପ୍ରକୃତି ଥଣ୍ଡା, ତେଣୁ ପରିସ୍ରାପୋଡା, ଝାଡ଼ା, ରକ୍ତସ୍ରାବ ସମ୍ବନ୍ଧୀୟ ବ୍ୟାଧି ଏବଂ ଅଧିକ ଋତୁସ୍ରାସରେ ଏହା ଭଲ କାମ କରିଥାଏ।
  • ଏହି ପାଣିକୁ ମୁହଁ ଏବଂ କେଶ ଧୋଇବା ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଏହା କେଶ ଏବଂ ଚର୍ମ ସହିତ ଜଡିତ ଅନେକ ସମସ୍ୟାକୁ ରୋକିପାରେ।
  • ଚାଉଳ ପାଣିରେ ଅନେକ ଖଣିଜ ପଦାର୍ଥ ଏବଂ ଭିଟାମିନ୍ ଭରପୂର, ଯାହା ଚର୍ମ ଉପରେ ଆଶ୍ଚର୍ଯ୍ୟଜନକ ଫଳାଫଳ ପକାଏ। ଏଥିରେ 'ଇନୋଜିଟୋଲ୍‌' ନାମକ ଏକ ଯୌଗିକ ଥାଏ, ଯାହା କୋଷର ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ। ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିଥାଏ। ରକ୍ତ ପ୍ରବାହରେ ସହଯୋଗ କରେ। ଚାଉଳ ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ମଶ୍ଚରାଇଜିଂ ଏବଂ UV ରଶ୍ମି ଅବଶୋଷକ ଗୁଣ ମଧ୍ୟ ଥାଏ, ଯାହା ରୋମକୋପକୁ ଟାଇଟ୍ କରିଦିଏ। ଏହା ପିଗମେଣ୍ଟେସନ୍ ଏବଂ ବାର୍ଦ୍ଧକ୍ୟ କାରଣରୁ ଶରୀରରେ ପଡିଯାଉଥିବା ଦାଗକୁ ରୋକିଥାଏ।
  • ଏହାକୁ ଏକ ଶକ୍ତି ବର୍ଦ୍ଧକ ପାନୀୟ ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ।
Ayurveda Health Tips
Advertisment
Advertisment