ସମସ୍ତେ ବେଳେବେଳେ କାହାରିକୁ ନା କାହାରିକୁ ପସନ୍ଦ କରିବା ଆରମ୍ଭ କରନ୍ତି। ଏହାତି ଭିତରେ କାହା ପାଇଁ ହୃଦୟ ଧକ୍ ଧକ୍ କରିବା ଆରମ୍ଭ ହୁଏ। ଏଇଠି ବୁଣାହୁଏ ପ୍ରେମର ବୀଜ। ଧୀରେ ଧୀରେ କଥାବାର୍ତ୍ତା ଆରମ୍ଭ ହୁଏ। ଉଭୟ ପରସ୍ପରଙ୍କ ବନ୍ଧୁ ହୁଅନ୍ତି ଏବଂ ତା’ପରେ ବନ୍ଧୁତା ପ୍ରେମରେ ପରିଣତ ହୁଏ।
Also Read
କିଛି ଲୋକ ପରସ୍ପରଙ୍କ ସହିତ କେତେ ମାସ ବା କେତେ ବର୍ଷ ଏକାଠି ରହନ୍ତି, ପରସ୍ପରକୁ ଭଲ ପାଆନ୍ତି, କିନ୍ତୁ ବିବାହକୁ ନେଇ କଥାବାର୍ତ୍ତା ହୋଇପାରନ୍ତି ନାହିଁ। ଯଦି ଆପଣ ବି ପ୍ରେମରେ ପଡିଛନ୍ତି ଆଉ ବିବାହ କରିବାକୁ ଚାହୁଁଛନ୍ତି ତେବେ ବିଳମ୍ବ କରିବା ଉଚିତ୍ ନୁହେଁ, କାରଣ ସବୁକିଛି ପାଇଁ ଏକ ଉପଯୁକ୍ତ ସମୟ ଥାଏ।
ତଥାପି, ବେଳେବେଳେ କିଛି ଲୋକ ଏହାକୁ ଖୋଲାଖୋଲି ଭାବରେ କହିବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ଆପଣ ନିଜ ଲଭ୍ ପାର୍ଟନର୍ଙ୍କ କିଛି ଅଙ୍ଗଭଙ୍ଗୀ, ଶବ୍ଦ ଏବଂ ସଙ୍କେତରୁ ବୁଝିପାରିବେ ଯେ ସେ ମଧ୍ୟ ଆପଣଙ୍କୁ ବିବାହ କରିବାର ମୁଡ୍ରେ ଅଛନ୍ତି।
ବିବାହ କରିବାର ସଙ୍କେତ:
- ଯଦି ଆପଣଙ୍କ ଲଭ୍ ପାର୍ଟନର୍ ଭବିଷ୍ୟତ ଯୋଜନା ବିଷୟରେ ବାରମ୍ବାର କଥାବାର୍ତ୍ତା କରୁଛନ୍ତି କିମ୍ବା ବିବାହ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅଧିକ ଜଡିତ ହେଉଛନ୍ତି, ତେବେ ବୁଝନ୍ତୁ ଯେ ସେ ମଧ୍ୟ ବିବାହ କରିବାର ମୁଡ୍ରେ ଅଛନ୍ତି। ଆପଣଙ୍କ ଲଭ୍ ପାର୍ଟନର୍ ଚାହାଁନ୍ତି ଆପଣ ତାଙ୍କ ଜୀବନରେ ସବୁଦିନ ପାଇଁ ସାମିଲ୍ ହୁଅନ୍ତୁ। ସମ୍ପର୍କକୁ ଆଗକୁ ବା ବିବାହ ବନ୍ଧନ ପର୍ଯ୍ୟନ୍ତ ନେବାକୁ ଚାହୁଁଛନ୍ତି।
- ଯେତେବେଳେ ଆପଣଙ୍କ ପାର୍ଟନର୍ ବାରମ୍ବାର ଭବିଷ୍ୟତ ଯୋଜନାକୁ ନେଇ ଆଲୋଚନା କରନ୍ତି, ବୁଝନ୍ତୁ ଯେ ସେ ଆପଣଙ୍କ ସହିତ ନିଜ ଭବିଷ୍ୟତକୁ ଦେଖୁଛନ୍ତି। ସେ ତାଙ୍କ ଜୀବନକୁ ଆପଣଙ୍କ ସହିତ ବିତାଇବାକୁ ଚାହୁଁଛନ୍ତି। ଯଦି ସେ ଏହି ସମୟରେ ବହୁତ ଉତ୍ସାହ ଦେଖାନ୍ତି, ତେବେ ବୁଝନ୍ତୁ ଯେ ସେ ଆପଣଙ୍କୁ ବିବାହ କରିବାକୁ ଚାହୁଁଛନ୍ତି।
- ଏହି ସମୟରେ ଆପଣଙ୍କ ଲଭ୍ ପାର୍ଟନର୍ ନର୍ଭସେସ୍ କିମ୍ବା ଉତ୍ସାହ ଦେଖାଇପାରନ୍ତି। ଘରେ ବିବାହ ହେଉ କି ଏନ୍ଗେଜ୍ମେଣ୍ଟ୍ ହେଉ ଏହାକୁ ନେଇ ସେ ମଧ୍ୟ ଆପଣଙ୍କ ସହ ଆଲୋଚନା କରନ୍ତି, ହଠାତ୍ ତାଙ୍କ ଆଚରଣରେ ପରିବର୍ତ୍ତନ ଏହାର ଏକ ସଂକେତ ହୋଇପାରେ।
- ଆପଣଙ୍କ ପ୍ରତି ତାଙ୍କର ରୋମାଣ୍ଟିକ ଅଙ୍ଗଭଙ୍ଗୀ ବଢିଯିବା, ସବୁବେଳେ ଉପହାର ଆଣିବା, ପ୍ରଶଂସା କରିବା, ସର୍ପ୍ରାଇକ୍ ଡେଟ୍ ଯୋଜନା କରିବା ଇତ୍ୟାଦି ସଂକେତ ଦିଏ ଯେ ସେ ଆପଣଙ୍କୁ ଶୀଘ୍ର ବିବାହ ପାଇଁ ପ୍ରସ୍ତାବ ଦେଇପାରନ୍ତି।
- ଆପଣଙ୍କ ଲଭ୍ ପାର୍ଟନର୍ ହଠାତ୍ ଟଙ୍କା ସଞ୍ଚୟ କରିବା ଆରମ୍ଭ କରିଛନ୍ତି କି? ସେ ଯଦି ବାରମ୍ବାର ସଞ୍ଚୟକୁ ନେଇ ଆଲୋଚନା କରନ୍ତି, ଆର୍ଥିକ ସ୍ଥିରତାକୁ ନେଇ କଥା ହୁଅନ୍ତି, ସଞ୍ଚୟ ଖାତା ଖୋଲିବା, ଆର୍ଥିକ ଲକ୍ଷ୍ୟ ସ୍ଥିର କରିବା ବିଷୟରେ କଥାବାର୍ତ୍ତା କରନ୍ତି। ଏହି ସମସ୍ତ ଜିନିଷ ଭବିଷ୍ୟତ ପାଇଁ ବଡ ବିନିଯୋଗ ଆଡକୁ ସୂଚାଇଥାଏ ଯେପରି ବିବାହ ଖର୍ଚ୍ଚ ବହନ କରିବା ଇତ୍ୟାଦି।
- ଦୋକାନ କିମ୍ବା ଅନ୍ଲାଇନ୍ରେ ଯଦି ବାରମ୍ବାର ଅଳଙ୍କାର, ବିବାହ ପୋଷାକ ଇତ୍ୟାଦିର ଡିଜାଇନ୍ ଦେଖନ୍ତି, ଆପଣଙ୍କ ପସନ୍ଦ ଏବଂ ନାପସନ୍ଦ ବିଷୟରେ ପଚାରନ୍ତି, ଆପଣ କେଉଁ ପ୍ରକାରର ଅଳଙ୍କାର, ମୁଦି, ରଙ୍ଗ, ଲେହେଙ୍ଗା, ଶାଢି ଇତ୍ୟାଦି ପସନ୍ଦ କରନ୍ତି ସେ ବିଷୟରେ କଥାବାର୍ତ୍ତା କରନ୍ତି ତେବେ ଏହା ସମ୍ଭବ ଯେ ସେ ଆପଣଙ୍କ ସହ ଜଡିତ ହେବାକୁ ପ୍ରସ୍ତୁତ ହେଉଛନ୍ତି ଏବଂ ଶୀଘ୍ର ଆପଣଙ୍କୁ ପ୍ରସ୍ତାବ ଦେଇପାରନ୍ତି।
- ଆପଣଙ୍କ ଘର ଏବଂ ପରିବାର ପ୍ରତି ତାଙ୍କର ଆଗ୍ରହ ବଢିଯିବା, ବାରମ୍ବାର ଆପଣଙ୍କ ଘରକୁ ଆସିବା, ସମସ୍ତଙ୍କୁ ଭେଟିବା, କଥାବାର୍ତ୍ତା ହେବା, ଏସବୁ ସଂକେତ ଦିଏ ଯେ ସେ ଆପଣଙ୍କ ପରିବାରକୁ ଭେଟିବାକୁ ପସନ୍ଦ କରନ୍ତି। ଯଦି ସେ ଆପଣଙ୍କୁ ତାଙ୍କ ପରିବାର ସହିତ ପରିଚିତ କରାଇବାକୁ ନେଇ କଥାବାର୍ତ୍ତା କରନ୍ତି, ତେବେ ଏହା ଏକ ସଙ୍କେତ ଯେ ସେ ଆପଣଙ୍କୁ ଶୀଘ୍ର ପ୍ରସ୍ତାବ ଦେବେ।
- ଯଦି ସେ ବିବାହ ପୂର୍ବରୁ ଘର ଏବଂ ଘରର ଜିନିଷ କିଣିବା ନେଇ ଯୋଜନା କରିବା ଆରମ୍ଭ କରନ୍ତି, ତେବେ ବୁଝନ୍ତୁ ଯେ ସେ ଆପଣଙ୍କ ଜୀବନକୁ ଆପଣଙ୍କ ସହିତ ଆଗକୁ ବଢାଇଇବାକୁ ଚାହାଁନ୍ତି ଏବଂ ବିବାହ କରିବାକୁ ଯୋଜନା କରୁଛନ୍ତି।