/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744379727.jpg)
These 5 types of people ruin the life of married women
ବିବାହ ପରେ, ପ୍ରତ୍ୟେକ ମହିଳା ସ୍ୱପ୍ନ ଦେଖନ୍ତି ଯେ ତାଙ୍କ ଜୀବନ ସୁଖ, ସନ୍ତୁଳିତ ଏବଂ ସମ୍ମାନରେ ପରିପୂର୍ଣ୍ଣ ହେଉ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ସେମାନେ ପରିବାରର ସଦସ୍ୟ ହୁଅନ୍ତୁ କି ବାହାରର ଲୋକ, ଏପରି ବ୍ୟବହାର କରନ୍ତି ଯାହା ଧୀରେ ଧୀରେ ସେମାନଙ୍କ ଖୁସି ଏବଂ ଆତ୍ମସମ୍ମାନକୁ ଧୂଳିସାତ କରିଦିଏ।
ସାଇ-ପଡିଶା ହୁଅନ୍ତୁ କି ଘରର ଲୋକ ବୋହୂଟି ଆସିବା ଦିନରୁ କେବଳ ତାଙ୍କର ଭୁଲ ବାହାର କରନ୍ତି ଆଉ ତାଙ୍କୁ ସବୁବେଳେ ନିଚ୍ଚା ଦେଖାନ୍ତି। ଏଭଳି ବାରମ୍ବାର ହେବା ଦ୍ୱାରା ବିବାହିତ ମହିଳାଙ୍କ ଆତ୍ମସମ୍ମାନରେ ବାଧା ଆସିଥାଏ। ଫଳରେ ସେମାନେ ଚିନ୍ତାରେ ରୁହନ୍ତି ଆଉ ସୁଖ ବୋଲି କ’ଣ ଭୁଲିଯାଆନ୍ତି।
ତେବେ ଆସନ୍ତୁ ଏମିତି ୫ ପ୍ରକାରର ଲୋକଙ୍କୁ ଜାଣିବା ଯେଉଁମାନେ ବିବାହିତ ମହିଳାଙ୍କ ଜୀବନରେ ଗ୍ରହଣ ପରି ଆସନ୍ତି ଆଉ ଆଉ ବେ ଯାଆନ୍ତି ନାହିଁ। ଉଚିତ ସମୟରେ ଏପରି ଲୋକଙ୍କୁ ଚିହ୍ନିବା ଆଉ ସେମାନଙ୍କ ଠାରୁ ଦୂରେଇ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଏମାନେ ଜୀବନର ରାସ୍ତାରେ କଣ୍ଟା ହୋଇଯିବେ।
ଅଧିକ ପଢ଼ନ୍ତୁ: ସାଙ୍ଗକୁ ବିବାହ କରିବାର ୪ ବଡ ଫାଇଦା; ହୁଏନି ଝଗଡା କି ଛାଡପତ୍ର
ତୁଳନା କରୁଥିବା ଲୋକ:
‘ଦେଖ, ତାଙ୍କ ବୋହୂ ତ ଅଫିସ୍ ଯାଉଛି ଆଉ ଘରର ସବୁ କାମ ମଧ୍ୟ ସମ୍ଭାଳୁଛି’
ଏହିଭଳି କହୁଥିବା ଲୋକଙ୍କ ଠାରୁ ହାତେମାପି ଚାଖଣ୍ଡେ ଚାଲିବା ଉଚିତ। ଏମାନେ ସବୁକିଛି ତୁଳନା କରି ଦକ୍ଷତା ଉପରେ ପ୍ରଶ୍ନ ଉଠାନ୍ତି। ଏହା ଜଣେ ବିବାହିତ ମହିଳାଙ୍କୁ ଦୋଷୀ, ଅସୁରକ୍ଷିତ ଏବଂ ଚାପର ଶିକାର କରିଥାଏ।
ଏଥିପାଇଁ ସବୁବେଳେ ମନେରଖନ୍ତୁ, ପ୍ରତ୍ୟେକ ବ୍ୟକ୍ତିଙ୍କ ଯାତ୍ରା ଭିନ୍ନ ହୋଇଥାଏ। ସମ୍ମାନର ସହିତ ତୁଳନା କରୁଥିବା ବ୍ୟକ୍ତିଙ୍କୁ ଅସ୍ୱୀକାର କରିବା ଶିଖନ୍ତୁ।
ସବୁ କଥାରେ ଟଣ୍ଟ୍ ମାରୁଥିବା ବ୍ୟକ୍ତି:
"ଏତେ କାହିଁ ସଜ୍ଜ ହେଉଛ?", "ଏପର୍ଯ୍ୟନ୍ତ ପିଲା କାହିଁକି ହେଇନି?"
ଏଭଳି କହୁଥିବା ବ୍ୟକ୍ତି ସାଂଘାତିକ ହୋଇଥାନ୍ତି। ଏହି ଲୋକମାନେ ପ୍ରତ୍ୟେକ ନିଷ୍ପତ୍ତି, ପୋଷାକ, କ୍ୟାରିଅର ଏବଂ ବ୍ୟକ୍ତିଗତ ଇଛାରେ ଗୋଡ ଟାଣିଥାନ୍ତି।
ଏଭଳି ବ୍ୟକ୍ତିଙ୍କୁ ନରମ କିନ୍ତୁ ଦୃଢ଼ ଭାବରେ ଉତ୍ତର ଦିଅନ୍ତୁ। ନିଜ ଜୀବନକୁ ନିଜ ଅନୁସାରେ ଚାଲିବାକୁ ଦିଅନ୍ତୁ। ସେମାନଙ୍କୁ ଯେତେ ଅଣଦେଖା କରିବେ ଭଲ।
ନିୟନ୍ତ୍ରଣରେ ରଖୁଥିବା ବ୍ୟକ୍ତି:
"ତୁମେ ଏହା କରିବା ଉଚିତ ନୁହେଁ", "ମୋ ହିସାବରେ ଚାଲ"
ଏପରି କହୁଥିବା ଲୋକମାନେ ମହିଳାଙ୍କ ନିଷ୍ପତ୍ତି, ସ୍ୱପ୍ନ ଏବଂ ପରିଚୟକୁ ଦମନ କରିବାକୁ ଚେଷ୍ଟା କରନ୍ତି। ଏଭଳି ପରିସ୍ଥିତିରେ ଯୋଗାଯୋଗ ଏବଂ ସୀମାକୁ ସ୍ଥିର କରନ୍ତୁ। ଆବଶ୍ୟକ ହେଲେ ପରାମର୍ଶଦାତାଙ୍କ ସାହାଯ୍ୟ ନିଅନ୍ତୁ।
ପଛପଟେ କଥା କହୁଥିବା ବ୍ୟକ୍ତି:
"ଆରେ, ତାଙ୍କ ବିବାହ ତ ଏକ ଭଲ ଘରେ ହୋଇଥିଲା, ପୁଣି ଦେଖ..."
ଏଭଳି କହୁଥିବା ଲୋକମାନେ ଅନ୍ୟମାନଙ୍କ ଆଗରେ ଆପଣଙ୍କ ପ୍ରତିଛବି ଖରାପ କରିବାକୁ ଚେଷ୍ଟା କରନ୍ତି। ଏହିସବୁ କଥାଗୁଡ଼ିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ, ନିଜର ସକାରାତ୍ମକ ପ୍ରତିଛବି ଏବଂ ଆତ୍ମବିଶ୍ୱାସ ବଜାୟ ରଖନ୍ତୁ।
ମହିଳା ହୋଇ ମହିଳାଙ୍କ ଶତ୍ରୁ ହେବା:
ଶାଶୁ, ନଣନ୍ଦ କିମ୍ବା ଅନ୍ୟ କୌଣସି ମହିଳା ଯିଏ ଜାଣିଶୁଣି ଆପଣଙ୍କ ଆତ୍ମସମ୍ମାନକୁ ଆଘାତ ଦିଅନ୍ତି। ସେମାନଙ୍କ ସହିତ ସିଧାସଳଖ କଥା ହୁଅନ୍ତୁ, କିମ୍ବା ଆବଶ୍ୟକ ହେଲେ ନିଜକୁ ଦୂରେଇ ରଖନ୍ତୁ। ଚୁପ୍ ରହିବା ଏବଂ ସବୁକିଛି ସହ୍ୟ କରିବା ପରିସ୍ଥିତିକୁ ଆହୁରି ଖରାପ କରିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)