Advertisment

Relationship: ସାତ ପ୍ରକାରରେ ହୋଇଥାଏ ପ୍ରେମ; ଜାଣନ୍ତୁ କେଉଁ ପ୍ରେମ ପର୍‌ଫେକ୍ଟ୍

କୁହାଯାଏ ପ୍ରେମ କେବଳ ଥରେ ହୁଏ। କିନ୍ତୁ ଆପଣ ଜାଣନ୍ତି କି ଜଣେ ବ୍ୟକ୍ତି କେବଳ ଗୋଟିଏ ନୁହେଁ ସାତୋଟି ଉପାୟରେ ପ୍ରେମରେ ପଡିପାରେ? ତେବେ ପ୍ରେମର ଏହିସବୁ ଉପାୟଗୁଡିକ କ’ଣ ଆଉ କେଉଁ ପ୍ରକାର ପ୍ରେମ ଠିକ୍ ଆସନ୍ତୁ ସେ ବିଷୟରେ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
There are 7 type of love what does psychological theory consider as perfect love

There are 7 type of love what does psychological theory consider as perfect love

କୁହାଯାଏ ପ୍ରେମ କେବଳ ଥରେ ହୁଏ। କିନ୍ତୁ ଆପଣ ଜାଣନ୍ତି କି ଜଣେ ବ୍ୟକ୍ତି କେବଳ ଗୋଟିଏ ନୁହେଁ ସାତୋଟି ଉପାୟରେ ପ୍ରେମରେ ପଡିପାରେ? ତେବେ ପ୍ରେମର ଏହିସବୁ ଉପାୟଗୁଡିକ କ’ଣ ଆଉ କେଉଁ ପ୍ରକାର ପ୍ରେମ ଠିକ୍ ଆସନ୍ତୁ ସେ ବିଷୟରେ ଜାଣିବା।

Advertisment

ସାଉଥ୍ ୟୁନିଭର୍ସିଟିରେ ପ୍ରକାଶିତ ଏକ ଖବର ଅନୁଯାୟୀ, ପ୍ରେମ ହେଉଛି ଏକ କମ୍ପ୍ଲେକ୍ସ ଇମୋସନ୍‌, ଯାହାର ଅନେକ ଦିଗ ରହିଛି। ସାଧାରଣତଃ ପ୍ରେମର ତିନୋଟି ଉପାଦାନ ଥାଏ। ପ୍ରଥମଟି ହେଉଛି ଅନ୍ତରଙ୍ଗତା, ଦ୍ୱିତୀୟଟି ହେଉଛି ଉତ୍ସାହ ଏବଂ ତୃତୀୟଟି ହେଉଛି ପ୍ରତିବଦ୍ଧତା। ମନସ୍ତତ୍ତ୍ୱବିତ୍ ରବର୍ଟ ଷ୍ଟର୍ନବର୍ଗ ତାଙ୍କ ପ୍ରେମ ସିଦ୍ଧାନ୍ତର ସଂକଳ୍ପରେ ଏହା କହିଥିଲେ, ଯାହାକୁ ଷ୍ଟର୍ନବର୍ଗ ସିଦ୍ଧାନ୍ତ ମଧ୍ୟ କୁହାଯାଏ।

ପ୍ରଥମ ପ୍ରକାର:

ମନୋବିଜ୍ଞାନରେ ବିଶ୍ୱାସ କରାଯାଏ ଯେ ପ୍ରେମର ଏହି ତିନୋଟି ଉପାଦାନକୁ ଯୋଡି ଜଣେ ବ୍ୟକ୍ତି ୭ ପ୍ରକାରର ପ୍ରେମକୁ ଅନୁଭବ କରିପାରନ୍ତି। ଏଠାରେ ପ୍ରଥମ ପଦ୍ଧତି ହେଉଛି ବନ୍ଧୁତ୍ୱ। ଏହା ଏମିତି ଏକ ସମ୍ପର୍କ ଯେଉଁଥିରେ ଦୁଇ ଜଣ ପରସ୍ପରକୁ ବହୁତ ପସନ୍ଦ କରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି ରୋମାଣ୍ଟିକ୍ ଭାବନା ଆସେ ନାହିଁ।

Advertisment

ଦ୍ୱିତୀୟ ପ୍ରକାର:

ଦ୍ୱିତୀୟ ପଦ୍ଧତି ହେଉଛି ବିମୁଗ୍ଧ(infatuation) ପ୍ରେମ। ଏଥିରେ ଦୁଇ ଜଣଙ୍କ ମଧ୍ୟରେ ଆତ୍ମା ସଂଯୋଗ ଅପେକ୍ଷା ଅଧିକ ଶାରୀରିକ ଉତ୍ସାହ ଥାଏ। ଏପରି ସଂପର୍କରେ କୌଣସି ପ୍ରତିବଦ୍ଧତା ନ ଥାଏ କି ସେମାନଙ୍କ ମଧ୍ୟରେ କୌଣସି ରୋମାଣ୍ଟିକ୍ ଭାବ ନ ଥାଏ।

ତୃତୀୟ ପ୍ରକାର:

ପ୍ରେମର ତୃତୀୟ ଉପାୟ ପ୍ରତିବଦ୍ଧତା ସହିତ ଜଡିତ। ଏହି ପ୍ରକାର ସଂପର୍କରେ ପ୍ରେମ ବୋଲି କିଛି ନ ଥାଏ, ଯାହାକୁ Empty Love କୁହାଯାଏ। ଏଥିରେ ନା ଉତ୍ସାହ ଥାଏ ନା ଅନ୍ତରଙ୍ଗତା।

ଚତୁର୍ଥ ପ୍ରକାର:

ପ୍ରେମର ଚତୁର୍ଥ ଉପାୟ ହେଉଛି ରୋମାଣ୍ଟିକ୍ ପ୍ରେମ, ଯେଉଁଥିରେ ଦୁଇ ଜଣଙ୍କ ମଧ୍ୟରେ ପରସ୍ପର ପାଇଁ ଘନିଷ୍ଠତା ଏବଂ ଉତ୍ସାହ ଭରି ରହିଥାଏ। ଏପରି ସଂପର୍କରେ, ପାର୍ଟନର୍‌ମାନେ ପରସ୍ପରଙ୍କ ସହିତ ବହୁତ କଥାବାର୍ତ୍ତା କରନ୍ତି ଏବଂ ସେମାନଙ୍କ କଥାରେ ଭାବନା ହିଁ ଥାଏ।

ପଞ୍ଚମ ପ୍ରକାର:

ତା’ପରେ ଆସେ ସହଚର ପ୍ରେମ। ଏହି ସମ୍ପର୍କ ବନ୍ଧୁତାଠାରୁ ଗଭୀର କିନ୍ତୁ ଏଥିରେ ଶାରୀରିକ ଇଚ୍ଛା ଭଳି କୌଣସି ଜିନିଷ ନ ଥାଏ। ଏପରି ସଂପର୍କରେ, ଯୋଡିମାନେ ପରସ୍ପର ସହିତ ଦୀର୍ଘ ସମୟ ଧରି ରୁହନ୍ତି ଏବଂ ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଯାଏ।

ଷଷ୍ଠ ପ୍ରକାର:

ଏମିତି ଏକ ପ୍ରେମୀ ଯୁଗଳ ମଧ୍ୟ ଅଛନ୍ତି ଯେଉଁଥିରେ ଯୋଡିଙ୍କ ମଧ୍ୟରେ ପ୍ରତିବଦ୍ଧତା ଏବଂ ଉତ୍ସାହ ଥାଏ କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି ଅନ୍ତରଙ୍ଗତା କିମ୍ବା ପସନ୍ଦ କରିବା ଭଳି ଭାବନା ନ ଥାଏ। ଏଭଳି ସଂପର୍କରେ ପାର୍ଟନର୍‌ମାନେ ସେମାନଙ୍କ ସଂପର୍କକୁ ନେଇ ଦ୍ୱନ୍ଦ୍ୱରେ ଥାଆନ୍ତି।

ସପ୍ତମ ପ୍ରକାର:

ଶେଷ ପ୍ରକାରର ପ୍ରେମ ହେଉଛି ସଂପୂର୍ଣ୍ଣ(consummate love) ପ୍ରେମ, ଯେଉଁଥିରେ ପାର୍ଟନର୍‌ଙ୍କ ମଧ୍ୟରେ ପ୍ରତିବଦ୍ଧତା, ନିବିଡ଼ତା ଏବଂ ଉତ୍ସାହ ମଧ୍ୟ ଭରି ରହିଥାଏ। ଏହା ଏକ ଆଦର୍ଶ ପ୍ରେମ ଭାବରେ ବିବେଚନା କରାଯାଏ ଏବଂ ଏହିପରି ସମ୍ପର୍କ ଜନ୍ମଜନ୍ମାନ୍ତର ରହିଥାଏ। ଏହିପରି ପ୍ରେମରେ ପାର୍ଟନର୍‌ମାନେ ପରସ୍ପରଙ୍କୁ ଜୀବନର ଏକ ଅଂଶ ବୋଲି ଭାବନ୍ତି, ସେମାନେ ସୁଖ ଏବଂ ଦୁଃଖରେ ଏକାଠି ରହିବାକୁ ଚାହାଁନ୍ତି ଏବଂ ଅନ୍ୟର ଦୁଃଖକୁ ସହ୍ୟ କରିପାରନ୍ତି ନାହିଁ।

Love Affair
Advertisment
Advertisment