Advertisment

Health Tips: କମ୍ ବୟସରେ ଜିମ୍ ଗଲେ ହୋଇଥାଏ ଏହି ୪ଟି କ୍ଷତି; ଜାଣନ୍ତୁ

ସାଧାରଣତଃ ୧୩-୧୪ ବର୍ଷ ବୟସରେ ଶରୀରର ଉଚ୍ଚତା ସହିତ ଅନ୍ୟାନ୍ୟ ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ଜିମ୍‌ରେ ଯାଇ କଠିନ୍ ପରିଶ୍ରମ କରିବା ଦ୍ୱାରା ଏହା ଶାରିରୀକ ବିକାଶାରେ ବାଧା ସୃଷ୍ଟି କରେ।

ଅଦ୍ୟତନ ହୋଇଛି
Teen Muscle Building Mistakes

teenagers make mistakes while trying to build body

Advertisment

ଦ୍ରୁତ ପରିବର୍ତ୍ତନଶୀଳ ଜୀବନଶୈଳୀରେ ସମସ୍ତେ ଫିଟନେସ୍ ପାଇଁ ପାଗଳ। ଆଜିକାଲି କିନ୍ତୁ କମ୍ ବୟସର ପିଲାମାନଙ୍କ ମଧ୍ୟରେ ଏହି କ୍ରେଜ୍ ଅଧିକ ଦେଖାଯାଉଛି। ଏଥିପାଇଁ ସେମାନେ ଜିମ୍‌ରେ ଘଣ୍ଟା ଘଣ୍ଟା ଝାଳ ବୁଝାଉଛନ୍ତି। କମ୍ ବୟସର ପୁଅମାନେ ସିକ୍ସପ୍ୟାକ୍, ଆବ୍ସ୍, ମସଲ୍ସ ଏବଂ ବଡି ତିଆରି କରିବାରେ ବ୍ୟସ୍ତ ଥିବାବେଳେ ଝିଅମାନେ ଜିରୋ ଫିଗର ଏବଂ ସ୍ଲିମ୍ ଲୁକ୍ ପାଇବା ପାଇଁ ଜିମ୍ ଦୌଡୁଛନ୍ତି।

Advertisment

କିନ୍ତୁ ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ମତରେ କମ୍‌ ବୟସରେ ଜିମ୍ ଆରମ୍ଭ କରିବା ସାଂଘାତିକ ହୋଇପାରେ। ଉଚିତ ବୟସରେ ହିଁ ଜିମରେ ଯୋଗଦେବା ଜରୁରୀ ଅଟେ, ଯାହା ଦ୍ୱାରା ଏହାର ପ୍ରକୃତ ଲାଭ ମିଳିପାରିବ। ଏଠାରେ ପ୍ରଶ୍ନ ଆସିପାରେ ଜିମ୍ ଆରମ୍ଭ କରିବା ପାଇଁ ସଠିକ୍ ବୟସ କ’ଣ ହେବା ଉଚିତ? କମ୍ ବୟସରେ ଜିମ୍ ଆରମ୍ଭ କରିବାର ଅସୁବିଧା ଏବଂ ସତର୍କତା କ’ଣ? ତେବେ ଆସନ୍ତୁ ଡାକ୍ତରୀ ବିଜ୍ଞାନ କ’ଣ କହୁଛି ଜାଣିନେବା।

ପିଲାଦିନ ଜିମ୍ ନୁହେଁ, ଖେଳକୁଦ ପାଇଁ:

ଶାରୀରିକ ବିକାଶ ପାଇଁ ବ୍ୟାୟାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ପିଲାଟି ଜନ୍ମରୁ ହିଁ ନିଜ ହାତ ଓ ଗୋଡ଼ ହଲେଇବା ଆରମ୍ଭ କରେ। ଏହା କରିବା ଦ୍ୱାରା ଶିଶୁର ଶାରିରୀକ ବିକାଶ ହୁଏ ଏବଂ ଶରୀର ମଧ୍ୟ ନମନୀୟ ଏବଂ ଶକ୍ତିଶାଳୀ ହେବା ଆରମ୍ଭ କରେ।

Advertisment

ଅଧିକ ପଢ଼ନ୍ତୁ: ଭିଟାମିନ୍ ଡି’ର ଅଭାବ ପିଲାକୁ କରିପାରେ ବିକଳାଙ୍ଗ, ଜାଣନ୍ତୁ ଏହାକୁ କିପରି କରିବେ ପୂରଣ...

ଏହା ପରେ, ପିଲା ଯେତେବେଳେ ବଡ ହୁଏ ସେ ବାହାରେ ଖେଳକୁଡ କରିବା, ଡିଆଁଡେଇଁ କରେ, ଯାହାଫଳରେ ହାଡଗୁଡ଼ିକ ମଜଭୁତ ହୁଏ। ଏହି ସମୟରେ କିନ୍ତୁ ଜିମ୍ ଯିବା ଉଚିତ ନୁହେଁ। କାରଣ ଖେଳକୁଦ ଦ୍ୱାରା ଶାରିରୀକ ବିକାଶ ହୁଏ। ଏହି ବୟସରେ ଜିମ୍ ଯିବା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।

Advertisment

ସାଧାରଣତଃ ୧୩-୧୪ ବର୍ଷ ବୟସରେ ଶରୀରର ଉଚ୍ଚତା ସହିତ ଅନ୍ୟାନ୍ୟ ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ଜିମ୍‌ରେ ଯାଇ କଠିନ୍ ପରିଶ୍ରମ କରିବା ଦ୍ୱାରା ଏହା ଶାରିରୀକ ବିକାଶାରେ ବାଧା ସୃଷ୍ଟି କରେ। ତେଣୁ ଜିମ୍ ଯିବାର ସଠିକ ବୟସ ହେଉଛି ୨୦ରୁ ୫୦ ବର୍ଷ ଭିତରେ। ଯଦି ଆପଣ ଚାହାଁନ୍ତି, ବା ଆପଣଙ୍କ ପାଇଁ ଜରୁରୀ ତେବେ ଆପଣ ୧୭-୧୮ ବର୍ଷ ବୟସରେ ମଧ୍ୟ ଜିମ୍‌ରେ ଯୋଗ ଦେଇପାରିବେ।

କମ ବୟସରେ ଜିମ୍ ଯିବା ଶରୀର ପାଇଁ ଏହି କ୍ଷତି କରିଥାଏ:

  • କମ ବୟସରେ ଜିମ୍ ଯିବା ଦ୍ୱାରା ମାଂସପେଶୀକୁ କ୍ଷତି ପହଞ୍ଚାଇଥାଏ ଏବଂ ଆଘାତ ମଧ୍ୟ କରିଥାଏ
  • ଶୀଘ୍ର ବଡୀ ନିର୍ମାଣ, ଷ୍ଟେରଏଡ କିମ୍ବା ଭାରୀ ବ୍ୟାୟାମ କରିବା ଦ୍ୱାରା ହାଡରେ ଦୁର୍ବଳତା ଦେଖାଯାଏ
  • ମାଂସପେଶୀ ଯନ୍ତ୍ରଣା କିମ୍ବା ଷ୍ଟ୍ରେନ୍ ସହିତ ମାଂସପେଶୀ ଦୁର୍ବଳ ହେବାର ଆଶଙ୍କା ମଧ୍ୟ ବଢିଯାଏ
  • ଜିମ୍‌ରେ କାର୍ଡିଓ କିମ୍ବା ପାୱାର ଲିଫ୍ଟ କରିବା ଦ୍ୱାରା ହୃଦୟ କ୍ଷତି ହେବାର ଆଶଙ୍କା ରହିଛି

ଅଧିକ ପଢ଼ନ୍ତୁ: ତୁଳସୀ ସହିତ ଖାଆନ୍ତୁ ଏହି ଜିନିଷ, ପାଖ ମାଡିବନି ଥଣ୍ଡା-କାଶ...

Health Tips Body Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ