Advertisment

Nutrients: ସ୍ତନ କର୍କଟ ପାଇଁ କିଛି ଉପାଦେୟ କଥା

ସ୍ତନ କର୍କଟ ମୃତ୍ୟୁ ପର୍ଯ୍ୟନ୍ତ ନେଇଯିବାର କ୍ଷମତା ରଖେ। । ତେବେ ଆସନ୍ତୁ ଡାକ୍ତରଙ୍କ ଆଗରେ ମନଖୋଲି ମହିଳାମାନେ କଥାହେବାକୁ ସଂକୋଚ କରୁଥିବା ଏକ ବ୍ୟାଧି ସ୍ତନ କର୍କଟ ବିଷୟରେ ଆଜି ଜାଣିବା।

author-image
Jyotsna Mohapatra
ଅଦ୍ୟତନ ହୋଇଛି
Some useful tips for breast cancer

Some useful tips for breast cancer

ଆମ ଦେଶରେ ମହିଳାମାନେ ନିଜ ପରିବାରର ସ୍ୱାସ୍ଥ୍ୟ ପ୍ରତି ଯଥା ସମ୍ଭବ ଯତ୍ନବାନ୍ ରୁହନ୍ତି। ସ୍ତ୍ରୀ ଟିଏ ଯେତେ ବ୍ୟସ୍ତବହୁଳ ସମୟ ଦେଇ ଯାଉ ପଛେ, ଘରେ କାହାର ଦେହ ଖରାପ ଥିଲେ ସଠିକ୍ ସମୟ ଓ ଅନୁପାତରେ ଔଷଧ ଦେବାକୁ ଭୁଲେ ନାହିଁ। ସମସ୍ତଙ୍କ ଦାୟିତ୍ୱ ଭିତରେ କେତେବେଳେ ସେ ନିଜେ ନିଜକୁ ଅଣଦେଖା କରି ଭିତରେ ଭିତରେ ଛୋଟ ରୋଗଟିକୁ ବଢ଼ିବାର ସୁଯୋଗ ଦିଏ, ସେ ଜାଣିପାରେ ନାହିଁ। ଅନେକ ଏମିତି ଲକ୍ଷଣ ଯାହା ବିଷୟରେ ସେ କାହା ଆଗରେ ଖୋଲି କହିପାରେ ନାହିଁ, ତାହା ପର ମୂହୂର୍ତ୍ତରେ ତାକୁ ମୃତ୍ୟୁ ପର୍ଯ୍ୟନ୍ତ ନେଇଯିବାର କ୍ଷମତା ରଖେ। ଆପଣ ଯଦି ଜଣେ ମହିଳା ତେବେ ଏହା ପଢ଼ି ଠିକ୍ ବୁଝି ପାରୁଥିବେ ମୁଁ କେଉଁ ଅସୁବିଧା ବିଷୟରେ କହୁଛି। ତେବେ ଆସନ୍ତୁ ଡାକ୍ତରଙ୍କ ଆଗରେ ମନଖୋଲି ମହିଳାମାନେ କଥାହେବାକୁ ସଂକୋଟ କରୁଥିବା ଏକ ବ୍ୟାଧି ସ୍ତନ କର୍କଟ ବିଷୟରେ ଆଜି କଥା ହେବା।

Advertisment

ତେବେ ସ୍ତନ କର୍କଟ ବିଷୟରେ ଏତେ ଆଲୋଚନା କଣ ପାଇଁ। କାରଣ ଅନ୍ୟ କ୍ୟାନସର ପରି ଏହା ଆରମ୍ଭରୁ ବେଳେବେଳେ ଜଣାପଡ଼େ ନାହିଁ, ଏବଂ ଏପରି ଛୋଟ ଛୋଟ ଲକ୍ଷଣକୁ ସ୍ତ୍ରୀମାନେ ଅଣଦେଖା କରିବା ଦ୍ୱାରା ରୋଗ ଅଧିକ ବଢ଼ିବା ପରେ ହିଁ ଜଣାପଡ଼େ। ଏଣୁ ଏହା ପରିଶେଷରେ ମୃତ୍ୟୁକୁ ଡାକିଆଣେ। ଏଣୁ ଆପଣମାନଙ୍କ ମଧ୍ୟରେ ଯଦି କାହାର ସ୍ତନରେ କୌଣସି ସାମାନ୍ୟ ପରିବର୍ତ୍ତନ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ସାଧାରଣ ଭାବେ ଆଜିକାଲିର ଅତ୍ୟଧିକ ଛଣା ଖାଦ୍ୟ, ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥିବା ଜଙ୍କ୍ ଫୁଡ୍ ଆଦି ଖାଦ୍ୟ ତଥା ଆମମାନଙ୍କ ଶୋଇବାର ଓ ଅନ୍ୟାନ୍ୟ କାର୍ଯ୍ୟକଳାପର ଅନିୟମିତତା ଯୋଗୁଁ କ୍ୟାନସର ସୃଷ୍ଟି କରୁଥିବା ସେଲ ବା କାର୍ସିନୋଜେନିକ ସେଲ୍ସ ତିଆରି ହେବା ସହଜ ହେଉଛି। ବିଶେଷ କରି ଆଜିର କର୍ମଜୀବି ମହିଳାମାନେ ଛୁଆଟିଏ ଜନ୍ମ ହେବା ପରେ ସ୍ତନ୍ୟପାନ କରାଇବାକୁ କୁଣ୍ଠାବୋଧ କରୁଛନ୍ତି। କେତେକ କର୍ମଜୀବି ମହିଳା ସମୟ ଅଭାବରୁ ବାହାରର ଫର୍ମୁଲା ମିଲ୍କ ଦେବାକୁ ଉଚିତ୍ ଭାବୁଛନ୍ତି। ତେବେ ଏସବୁ ଦ୍ୱାରା ଛୁଆର ତ ଭୋକ ମେଣ୍ଟିଯାଏ, ହେଲେ ଆମର ଶାରୀରିକ ହରମୋନ୍ ତଥା ସ୍ତନ୍ୟ ଉତ୍ପାଦନ ପ୍ରକ୍ରିୟା ବ୍ୟାଘାତ ହୁଏ। ଏହା ପରବର୍ତ୍ତୀ ସମୟରେ କ୍ୟାନସରକୁ ଆମନ୍ତ୍ରଣ କରେ।

ବର୍ତ୍ତମାନ ଭାରତରେ ସ୍ତନ କର୍କଟ ଜନିତ ରୋଗୀଙ୍କ ସଂଖ୍ୟା ଦୁଇଲକ୍ଷରେ ପହଁଚିଲାଣି। ସ୍ତନ କର୍କଟର କେତୋଟି ପୂର୍ବ ଲକ୍ଷଣ ଯାହା ପାଇଁ ଆପଣଙ୍କୁ ସତର୍କ ହେବାକୁ ପଡ଼ିବ, ତାହା ଏହିପରି-

Advertisment
  • ସ୍ତନର କୌଣସି ଅଂଶ କିମ୍ୱା କାଖର ପାଖାପାଖି ଅଂଶରେ କୌଣସି ଗେଟା ପରି ଲାଗିବା ତଥା ଏହାର ଅସ୍ୱାଭାବିକ ବୃଦ୍ଧି ହେବା
  • ନିପଲ କିମ୍ୱା ସ୍ତନ ଚାରିପାଖରେ ଲାଲ୍ ପଡ଼ିଯିବା ଓ କୁଣ୍ଡେଇ ହେବା
  • ଅନିୟମିତ ରକ୍ତ ସ୍ରାବ
  • ନିପଲରୁ ଚମଡ଼ା ଛାଡ଼ିବା ଓ ଘା ପରି ଦେଖାଯିବା
  • ସ୍ତନ ଫୁଲିବା, ଆକାରରେ ପରିବର୍ତ୍ତନ ଦେଖାଯିବା

ଏଗୁଡ଼ିକ ହେଉଛି ପ୍ରାରମ୍ଭିକ ଲକ୍ଷଣ ଯାହା ଦେଖିଲେ ଆପଣ ସତର୍କ ହୋଇ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। କେତେକ ସ୍ଥଳରେ ଏପରି ଲକ୍ଷଣ ଥାଇ ମଧ୍ୟ କର୍କଟ ଚିହ୍ନଟ ହୋଇନଥାଏ। ଏଣୁ ବ୍ୟସ୍ତ ନ ହୋଇ ତୁରନ୍ତ ଡାକ୍ତର ପରାମର୍ଶ କରିବା ଉଚିତ୍।

ତେବେ ସ୍ତନ କର୍କଟର ଉପରୋକ୍ତ କାରଣ ଥିବାବେଳେ କେତେକ ସ୍ଥଳରେ ଯଦି ଆପଣଙ୍କ ପରିବାରର କେହି ପୂର୍ବରୁ କ୍ୟାନସର ପିଡ଼ିତ ଥାଆନ୍ତି ତେବେ ଏହା ବଂଶାନୁକ୍ରମିକ ସୂତ୍ରରୁ ହୋଇପାରେ। ବ୍ରେଷ୍ଟ କ୍ୟାନସର ଜିନ୍ 1 (BRCA1)ଏପରି ଏକ ଜିନ୍ ଯାହା ସ୍ତନ କର୍କଟ ରୋଗ ରୂର୍ବ ପିଢ଼ିରୁ ଉତ୍ତର ପିଢ଼ିକୁ ବାହିତ କରେ। ଯଦି ପରିବାରରେ କାହାର ଏପରି ସମସ୍ୟା ରହିଛି ତେବେ ଆପଣ ଥରେ ରକ୍ତ ପରୀକ୍ଷା କରି ଏହି ଜିନ୍‌ର ଉପସ୍ଥିତି ନିଶ୍ଚୟ କରାଇପାରିବେ। ଏହା ବ୍ୟତୀତ ଶିଶୁକୁ ସ୍ତନ୍ୟପାନ ନ କରାଇବା, ଗର୍ଭଧାରଣରେ ବିଳମ୍ବ, ସମୟ ପୂର୍ବରୁ ମେନୋପଜ୍, ଅଧିକ ପରିମାଣରେ ଗର୍ଭନିରୋଧକ ଗୋଲି ସେବନ କରିବା, ମଦ୍ୟପାନ ତଥା ସିଗାରେଟ୍ ପିଇବା ଇତ୍ୟାଦି ମଧ୍ୟ ବ୍ରେଷ୍ଟ କ୍ୟାନସରର କାରଣ ହୋଇପାରେ।

ତେବେ ବ୍ରେଷ୍ଟ କ୍ୟାନସର ପରି ଦୁରାରୋଗ୍ୟ ବ୍ୟାଧିଠାରୁ ଦୂରାଇ ରହିବାକୁ ଆପଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସହ ଖାଦ୍ୟପେୟରେ କିଛି ପରିବର୍ତ୍ତନ ଜରୁରୀ। ଏଗୁଡ଼ିକ ଏହିପରି-

  • ଉଚ୍ଚ ଫାଇବର ବା ତନ୍ତୁଜାତୀୟ ଖାଦ୍ୟ ଯେପରି ପରିବାପତ୍ର, ଜାଲି, କଞ୍ଚା ପରିବା, ଫଳ ଇତ୍ୟାଦି। ଫଳ ଓ ପନିପରିବାରେ ଫାଇଟୋକେମିକାଲ୍ସ ବା ଉଦ୍ଭିଜଜାତ ରସାୟନ ଥାଏ ଯାହା କେମୋ ଓ ଥେରାପି ସମୟରେ ଶରୀରର ଶୀଘ୍ର ବିକାଶ କରିବାରେ ସାହାଯ୍ୟ କରେ। ରୋଗୀଙ୍କୁ ସକ୍ରିୟ ରଖେ।
  • ସ୍ୱାସ୍ଥ୍ୟଉପଯୋଗୀ ସ୍ନେହସାରଯୁକ୍ତ ଖାଦ୍ୟ ଯେପରି ମାଛ, ଡ୍ରାଏ ଫ୍ରୁଟ୍ସ(ଆଲମଣ୍ଡ, ୱାଲନଟ୍ ଇତ୍ୟାଦି) ଓ ପୁଷ୍ଟିସାର ଯେପରିକି ଜାଲି, ଚିକେନ୍, ଅଣ୍ଡା ଇତ୍ୟାଦି। ଏହା ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରେ।
  • ଜଣାପଡ଼େନାହିଁ, ଏବଂଏପରିଛୋଟଛୋଟଲଏହା ସହ ଅର୍ଦ୍ଧତରଳ ଖାଦ୍ୟ ଯାହା ପିଇବା ଦ୍ୱାରା ଆପଣଙ୍କୁ ସନ୍ତୁଷ୍ଟିଜନକ ଖାଦ୍ୟ ଖାଇବା ପରି ଲାଗିବ ତାହା ନିଅନ୍ତୁ, ଯେପରିକି, ବିନା ଚିନିରେ ଜୁସ୍, ଓଟ୍ସ କିମ୍ୱା ଡ୍ରାଏଫ୍ରୁଟ୍ସ ସହ କୌଣସି ଫଳର ସ୍ମୁଦି, ମିଲ୍କ ସେକ୍ ପିଇପାରିବେ। ଏଥି ସହ ପ୍ରଚୁର ପାଣି ପିଇବାର ଅଭ୍ୟାସ ରଖନ୍ତୁ।
  • ଚେଷ୍ଟା କରନ୍ତୁଚେଷ୍ଟା କରନ୍ତୁ ଖାଦ୍ୟରେ ଅଧିକ ଉଦ୍ଭିଦଜାତ ଖାଦ୍ୟ ମିଶେଇବା ପାଇଁ। ଯେପରିକି ଫଳ, ପରିବା, ଡାଲି, ସୋୟାବିନ୍ ଇତ୍ୟାଦି। ଏହା ଆପଣଙ୍କୁ ଜଲ୍ଦି ଠିକ୍ ହେବାରେ ସାହାଯ୍ୟ କରିବ।
  • ଆଲକହଲ୍ ତଥା ମଦ୍ୟଜାତୀୟ ପାନୀୟ, ମଦ୍ୟମଦ୍ୟଜାତୀୟ ପାନୀୟ, ଅତ୍ୟଧିକ ମସଲାଯୁକ୍ତ, ଏସିଡ୍ ପ୍ରସ୍ତୁତ କରୁଥିବା ଖାଦ୍ୟ, ଏଧିକ ପ୍ରକ୍ରିୟାକୃତ ଖାଦ୍ୟ, ଉଚ୍ଚ ଶର୍କରାଯୁକ୍ତ ଖାଦ୍ୟ ରେଡ୍ ମିଟ୍ ବା ମଟନ୍ ଇତ୍ୟାଦି ପରି ଖାଦ୍ୟ ଖାଇବା ବନ୍ଦ କରିଦିଅନ୍ତୁ।

ଅଳ୍ପ ଅଳ୍ପ ପରି ବାରମ୍ବାର ଖାଇବା, ଭଲ ପରିବେଶରେ ରନ୍ଧନ କରିବା, ଦିନକୁ 8-12ଗ୍ଲାସ୍ ପାଣି ପିଇବା, ଆଦି ଅଭ୍ୟାସ ରଖିଲେ କ୍ୟାନସରରୁ ଦୂରେଇ ରହିବେ। ତେବେ ଯଦି ଉପରୋକ୍ତ କୌଣସି ଲକ୍ଷଣ ଦେଖାଯାଏ ଆପଣ ଡାକ୍ତରଙ୍କ ପରମର୍ଶ କରି ମାମୋ ଗ୍ରାଫ୍ କରେଇନିଅନ୍ତୁ। ଏହା ସ୍ତନର ଏକ ପ୍ରକାର ଏକ୍ସ ରେ ପରି। ଏହା ପରେ ଯଦି କୌଣସି କର୍କଟ କୋଷ ବଢ଼ିବା ପରି ଲାଗିଲା ତେବେ ଡାକ୍ତର ଆପଣଙ୍କୁ ବାୟୋପ୍ସି କରିବାକୁ କହିବେ ଏବଂ ରିପୋର୍ଟ ଆସିବା ପରେ କେମୋ କିମ୍ୱା ପରବର୍ତ୍ତୀ ଚିକିତ୍ସା କରିବାକୁ କହିବେ। ତେବେ ପ୍ରଥମ ଷ୍ଟେଜ୍‌ରେ ଜଣାପଡ଼ିଗଲେ ରେଗୀର ବଞ୍ଚିବା ଆଶା ବଢ଼ିଯାଏ।

ସ୍ତନ କର୍କଟ ଅନ୍ୟ କର୍କଟ ରୋଗ ପରି। ସ୍ତ୍ରୀଲୋକମାନେ ଏହାର ଲକ୍ଷଣ ଦେଖି ତୁରନ୍ତ ଡାକ୍ତର ଦେଖାନ୍ତୁ ଯାହା ଫଳରେ ଖୁବ୍ ଆରମ୍ଭ ପର୍ଯ୍ୟାୟରେ ଏହାକୁ ଏଡ଼େଇଦିଆଯିବ। ଆପଣ ଯଦି ତିରିଶ ବର୍ଷରୁ ଉର୍ଦ୍ଧ୍ୱ ମହିଳା ତେବେ ନିୟମିତ ସ୍ତନର ଅନିୟମିତ ଆକାର ବୃଦ୍ଧି କିମ୍ୱା କୌଣସି ଗଣ୍ଠି ପରି ଲାଗିଲେ ସତର୍କ ରୁହନ୍ତୁ। ପ୍ରଥମେ ଡାକ୍ତରଙ୍କ ପରାମର୍ଶରେ ମାମୋଗ୍ରାଫ୍ କରିବାକୁ ହୁଏ, ଯାହା ଦ୍ୱାରା ଆପଣଙ୍କ ସ୍ତନରେ କୌଣସି କ୍ଷତିକାରକ ଅନିୟମିତତା ଲକ୍ଷ କରାଯାଇପାରିବ। ଏହି ସ୍ଥିତି ଅନୁଯାୟୀ ଡାକ୍ତର ବାୟୋପ୍ସି ପାଇଁ ପରାମର୍ଶ ଦିଅନ୍ତି।

ଏହାର ଚିକିତ୍ସା ପାଇଁ କୌଣସି ସ୍ଥାୟୀ ଚିକିତ୍ସା ପଦ୍ଧତି ବାହାରିନଥିଲେ ମଧ୍ୟ କେତେକ ଉପାୟରେ ଏହି କ୍ୟାନସର ପ୍ରସାର କରୁଥିବା କୋଷଗୁଡ଼ିକୁ ମାରିବାର ବାଟ ରହିଛି। ଯେପରିକି ପ୍ରଭାବିତ ଅଂଶକୁ ସମ୍ପୂର୍ଣ୍ଣ କାଟି କାଢ଼ିନେବା, କେମୋ ଥେରାପି, ବିକିରଣ ଥେରାପି ଇତ୍ୟାଦି। ତେବେ ଏଗୁଡ଼ିକ 100 ପ୍ରତିଶତ ଭଲ ହେବାର ଗ୍ୟାାରେଣ୍ଟି ଦେଇନଥାଏ। ଏଣୁ ସମୟ ରହିବାବେଳୁ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ।

ଇମେଲ୍ - [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Nutrients Health Tips
Advertisment
Advertisment