• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୨୦୨୨ ମସିହା, ମାର୍ଚ୍ଚମାସ ୨୦ ତାରିଖ, ରବିବାର, ମୀନ୬ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ,

ଦ୍ୱିତୀୟାତିଥି, ଚିତ୍ରାନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର, ମେଷ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର..ଏହି ଦିନ ବୋଇତିକଖାରୁ ଓ ପୋଟଳ ନ ଖାଇଲେ ଭଲ

ମେଷ:-ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ପୂର୍ଣ୍ଣ କାମର ଶୁଭ ସମାଚାର ଶୁଣିବେ। ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବା ଫଳରେ ଦାମ୍ପତ୍ୟ ସୁଖରେ ମଧୁରତା ଆସିବ । ବ୍ୟବସାୟରେ ଉତ୍ଥାନ-ପତ୍ତନର ସମ୍ମୁଖୀନ ହୋଇ ପାରନ୍ତି । ପ୍ରତିକାର-ଅସହାୟଙ୍କୁ ସାହାଯ୍ୟ କରନ୍ତୁ

ବୃଷ:-ବନ୍ଧୁମାନେ ସାହାଯ୍ୟ କରିବେ କିନ୍ତୁ ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । କାର୍ଯ୍ୟକ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି । ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମିଥୁନ:-ର୍ନିମାଣ କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ସମର୍ଥ ହୋଇ ପାରିବେ । ରାଜନୀତିରେ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପାଇ ସଫଳତା ଅର୍ଜନ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କର୍କଟ:-ସମସ୍ତ ସମସ୍ୟାର ସମାଧାନ କରି ସତ୍ୟର ସାମ୍ନା କରିବାକୁ ପଡିବ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ

ସିଂହ:-ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବା ସହ କାହାରି ପାଖରେ ମୁଣ୍ଡ ନଇଁବ ନାହିଁ । ରାଜନୈତିକ କ୍ଷେତ୍ରରେ ସ୍ଥିତି ସୁଦୃ ହେବା ସହକାର୍ଯ୍ୟ ବୃଦ୍ଧିହେବ । ବ୍ୟକ୍ତିଗତ ଓ ସାର୍ବଜନୀନ ସମ୍ପର୍କରେ ବିକଶିତ ହୋଇ ସୁଖ ଶାନ୍ତି ମିଳିବ । ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

କନ୍ୟା:-ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିକ ସହାୟତାରେ ବ୍ୟବସାୟରେ ସଫଳତା ଅର୍ଜନ କରିବେ । ବିରୋଧିମାନେ ଦୂରେଇ ଯିବା ଫଳରେ ଅଟକିଥିବା କାର୍ଯ୍ୟ ଚାଲୁ କରି ପାରିବେ । ନୂତନପନ୍ଥା ଅନୁସରଣ କଲେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବେଇବ । ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ

ତୁଳା:-ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରି ପାରନ୍ତି । ଆଶା କରୁଥିବା କାର୍ଯ୍ୟରୁ ସୁସମ୍ବାଦ ପାଇବେ ଓ କମ୍ ପରିଶ୍ରମରେ ଅଧିକଫଳ ପ୍ରାପ୍ତିହେବ । ଆଚାର,ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରନ୍ତୁ । ପ୍ରତିକାର:-ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ

ବିଚ୍ଛା:-ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତି ବଢିବ । ବ୍ୟବସାୟରେ ସଫଳତା ଅର୍ଜନ କରି ଭଲ ଲାଭ ପାଇବେ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ

ଧନୁ:-ପରିବହନ ବ୍ୟବସାୟରେ ସମସ୍ୟା ସମାଧାନ ହେବ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ବନ୍ଧୁଙ୍କ ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧିହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ମକର:-ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ କୌଶଳକ୍ରମେ ସମାଧାନ କରିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ରାଜନୀତି କ୍ଷେତ୍ରରେ ଉନ୍ନତିକର ହେବ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପ୍ରତିକାର-ଅସହାୟଙ୍କୁ ସାହାଯ୍ୟ କରନ୍ତୁ

କୁମ୍ଭ:-ସାମାଜିକ ସ୍ତରରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ରାଜନୀତି କ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମଟି ସହଜରେ ହୋଇଯିବ । ସମସ୍ୟାଗୁଡ଼ିକ ଆପଣା ଛାଏ ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ । ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ମୀନ:-ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଖୁସି ରହିବେ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ସଭା ସମିତି ଓ ସମାଜିକ କାର୍ଯ୍ୟ ଯୋଗେ ଆତ୍ମୀୟମାନଙ୍କୁ ସାହାଯ୍ୟ ନେବେ

ବିଦ୍ୟାରେ ଉନ୍ନତି ହେବା ସହ ଶୁଭ ସମାଚାର ମିଳିବ । ପ୍ରତିକାର-ତୁଲସୀ ମୂଳ ମାଟି ଧାରଣ କରନ୍ତୁ

OTV is now on Whatsapp

Join and get latest news update delivered to you via whatsapp

Join Now