Oats Idli
ସକାଳ ଜଳଖିଆ ଓ ରାତ୍ରି ଭୋଜନରେ ଓଟ୍ସ ଇଟଲି ଖାଇପାରିବେ । ଏହା ଯେତିକି ସ୍ବାଦିଷ୍ଟ ସେତିକି ହେଲଦି ମଧ୍ୟ । ଏହା ଆପଣଙ୍କ ପେଟକୁ ହାଲକା ରଖିବ । ଓଟ୍ସ ଇଟଲି ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିବ । ଯଦି ଆପଣ ନିଜ ସ୍ବାସ୍ଥ୍ୟକୁ ନେଇ ସଚେତନ ତେବେ ଓଟ୍ସ ଇଟଲି ଆପଣଙ୍କ ଖାଇବା ପାଇଁ ବେଷ୍ଟ ରହିବ ।
ଓଟ୍ସ ଇଟଲିରେ ଭରପୁର ଫାଇବର ରହିଛି । ଖାଇବାକୁ ଟେଷ୍ଟି ଓ ବନେଇବା ବି ସହଜ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବେ
କ‘ଣ ସାମଗ୍ରୀ ଦରକାର
ଓଟ୍ସ , ସୁଜି, ଦହି, କଟା ପରିବା(ଗାଜର, ଧନିଆ ପତ୍ର, କଞ୍ଚା ଲଙ୍କା), ସୋରିଷ, ଭୃଶଙ୍ଗ ପତ୍ର, ଅଦା, ଲୁଣ, ବେକିଂ ସୋଡା, ପାଣି
କେମିତି ବନାଇବେ
ଓଟ୍ସକୁ ଗୋଟିଏ ପ୍ୟାନରେ ହାଲକା ଭାଜି ଗୁଣ୍ଡ କରିଦେବେ ।
ଆଉ ଏକ ପ୍ୟାନରେ ତେଳ ଗରମ କରିବେ, ସେଥିରେ ସୋରିଷ, ଅଦା, ଭୃଶଙ୍ଗ ପତ୍ର ଓ ସୁଜି ପକାଇ କିଛି ସମୟ ଭାଜିବେ ।
ଏବେ ସେଥିରେ ଗୁଣ୍ଡ କରିଥିବା ଓଟ୍ସ ପକାଇବେ । ଆଉ କିଛି ସମୟ ଥଣ୍ଡା ହେବାକୁ ଛାଡିଦେବେ । ଥଣ୍ଡା ହେଲା ପରେ ଏଥିରେ ଦହି,ପାଣି, ଲୁଣ, କଟା ପରିବା ପକାଇ ଗୋଳାଇବେ
ଷ୍ଟିମ ଦେବା ପୂବର୍ରୁ ଫୁଲିବା ପାଇଁ ଏଥିରେ ବେକିଂ ସୋଡା ପକାଇବେ ।
ପ୍ରସ୍ତୁତ ହୋଇଥିବା ଆଣକୁ ଇଟଲି ଛାଞ୍ଚରେ ଢାଳିବେ ଓ ୧୦ ରୁ ୧୨ ମିନିଟ ଯାଏ ଷ୍ଟିମ ଦେବେ ।
ଏବେ ଆପଣଙ୍କ ଓଟ୍ସ ଇଟଲି ପ୍ରସ୍ତୁତ । ଯେକୌଣସି ଚଟଣି ସହ ଗରମ ଗରମ ଖାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Oats_Idli_1751811320.jpg)