/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723905184.jpg)
Never ignore these symptoms warning signs of domestic violence characteristics
ଯେତେବେଳେ ଦୁଇ ବ୍ୟକ୍ତି ପ୍ରେମ ଏବଂ ବିବାହର ବନ୍ଧନରେ ବାନ୍ଧି ହୁଅନ୍ତି, ସେତେବେଳେ ଏହା ଜରୁରୀ ନୁହେଁ ଯେ ସେମାନେ ସର୍ବଦା ସ୍ନେହ-ପ୍ରେମ ଓ ମିଠା-ମିଠା କଥା ହେବେ। ଏକ ଯୋଡିଙ୍କ ପାଇଁ ମତଭେଦ କିମ୍ବା ଦ୍ୱନ୍ଦ୍ୱ ରହିବା ସ୍ୱାଭାବିକ। କିନ୍ତୁ ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣଙ୍କ ପାର୍ଟନର୍ ସବୁବେଳେ ଆପଣଙ୍କ ସହିତ ଦୁର୍ବେହାର କରୁଛନ୍ତି, ତେବେ ଏହା ଏକ ଖରାପ ସମ୍ପର୍କର ଆରମ୍ଭ ହୋଇପାରେ।
ସାଧାରଣ ଝଗଡା ଏବଂ ଭାବପ୍ରବଣ ନିର୍ଯାତନା ମଧ୍ୟରେ ପାର୍ଥକ୍ୟ ବୁଝିବା କଷ୍ଟକର। କିନ୍ତୁ ଏକାଠି ରହିବା ପରେ, ଆପଣ ନିଜ ପାର୍ଟନର୍ଙ୍କ କିଛି କାର୍ଯ୍ୟକଳାପକୁ ଦେଖି ବୁଝିଯିବେ ଯେ ଏହା ଏକ ଅପମାନଜନକ ସମ୍ପର୍କରେ ପରିଣତ ହେଉଛି କି ନା? ତେବେ ଆସନ୍ତୁ ଜାଣିବା ଏକ ସଂପର୍କରେ ଭାବପ୍ରବଣ ନିର୍ଯାତନାର ଲକ୍ଷଣ କ’ଣ ଏବଂ ଏକ ଅପମାନଜନକ ସମ୍ପର୍କକୁ କିପରି ଚିହ୍ନଟ କରାଯାଇପାରିବ।
ମୌଖିକ ଅପବ୍ୟବହାର:
ମୌଖିକ ଅପବ୍ୟବହାରନିୟମିତ ଭାବରେ ଅପମାନଜନକ ଭାବରେ କହିବା କିମ୍ବା ଆପଣଙ୍କ କିମ୍ବା ଆପଣଙ୍କ ପରିବାର ଏବଂ ବନ୍ଧୁମାନଙ୍କ ବିଷୟରେ କମେଣ୍ଟ କରିବା ଯାହା ଆପଣଙ୍କ ଆତ୍ମସମ୍ମାନକୁ ଆଘାତ କରେ ତାହା ଏକ ଅପମାନଜନକ ସମ୍ପର୍କର ଲକ୍ଷଣ।
ନିୟନ୍ତ୍ରଣକାରୀ ବ୍ୟକ୍ତି:
ନିୟନ୍ତ୍ରଣକାରୀ ବ୍ୟକ୍ତିଯଦି ଆପଣଙ୍କର ପାର୍ଟନର୍ ଜଣେ ଅତ୍ୟଧିକ ନିୟନ୍ତ୍ରଣକାରୀ ବ୍ୟକ୍ତି ଏବଂ ଆପଣଙ୍କୁ ସବୁବେଳେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି, ଆପଣଙ୍କ ପ୍ରିୟଜନଙ୍କଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତି ଏବଂ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖନ୍ତି, ତେବେ ସତର୍କ ରହିବା ଜରୁରୀ।
ଶାରୀରିକ ଏବଂ ଯୌନ ଶୋଷଣ:
ଶାରୀରିକ ଏବଂ ଯୌନ ଶୋଷଣଯଦି ଆପଣଙ୍କ ପାର୍ଟନର୍ ଆପଣଙ୍କ ଉପରେ ହାତ ଉଠାନ୍ତି, ଆପଣଙ୍କୁ ଆଘାତ କରନ୍ତି, କୌଣସି ପ୍ରକାର ଶାରୀରିକ ଯନ୍ତ୍ରଣା ଦିଅନ୍ତି କିମ୍ବା ଆପଣଙ୍କ ବିନା ଅନୁମତିରେ ଆପଣଙ୍କୁ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରନ୍ତି, ତେବେ ଏହା ଘରୋଇ ହିଂସା।
ଧମକ ଦେବା ଏବଂ ଡରେଇବା:
ଧମକ ଦେବା ଏବଂ ଡରେଇବାପାର୍ଟନର୍ଙ୍କ ମନରେ ଭୟ ସୃଷ୍ଟି କରିବା କିମ୍ବା କଥା ହେବା ସମୟରେ ଧମକ ଦେବା ମଧ୍ୟ ଏହାର ଏକ ଲକ୍ଷଣ ହୋଇପାରେ। ଏଥିରେ ଆପଣଙ୍କୁ, ଆପଣଙ୍କ ପ୍ରିୟଜନ କିମ୍ବା ଆପଣଙ୍କ ସହ ଜଡିତ ଲୋକଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦେବା ମଧ୍ୟ ଅନ୍ତର୍ଭୁକ୍ତ।
ବାରମ୍ବାର ଦୁର୍ବେବହାର:
ବାରମ୍ବାର ଦୁର୍ବେବହାରଯଦି ପ୍ରଥମେ ଆପଣଙ୍କ ଘରେ ଉତ୍ତେଜନା ଦେଖାଦେଇଥାଏ, ମାରପିଟ୍ ହୁଏ। ପରେ ବୁଝାମଣାରେ ସବୁ ସମାଧାନ ହୋଇଯାଏ। ହେଲେ କିଛି ଦିନ ପରେ ଯଡି ଏହା ପୁଣି ଆରମ୍ଭ ହୁଏ ତେବେ ଏହା ଘରୋଇ ହିଂସାର ସଙ୍କେତ।
ଟଙ୍କା ଉପରେ ନିୟନ୍ତ୍ରଣ ରଖିବା:
ଟଙ୍କା ଉପରେ ନିୟନ୍ତ୍ରଣ ରଖିବାଯଦି ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ହେଲେ ନିଜ ପାର୍ଟନର୍ଙ୍କ ଠାରୁ ଅନୁମତି ନେବାକୁ ପଡୁଛି କିମ୍ବା ଖର୍ଚ୍ଚରେ ହିସାବ ଦେବାକୁ ପଡୁଛି କିମ୍ବା ସେ ତୁମ ପରାମର୍ଶ ବିନା ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ଏହା ମଧ୍ୟ ସମ୍ପର୍କର ଏକ ଲାଲ ପତାକା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)