• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରାୟ ଲୋକ ଅଛନ୍ତି ଯେଉଁମାନେ ନିଜ ଚର୍ମକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଉପାୟମାନ ଆପଣାଇଥାନ୍ତି । ଫଳରେ ସେମାନେ ଚର୍ମ ରୋଗ ଭଳି ସମସ୍ୟାମାନଙ୍କଠାରୁ କିଛି ମାତ୍ରାରେ ରକ୍ଷା ପାଇଥିନ୍ତି । ବିଭିନ୍ନ ଉପାୟ ପ୍ରୟୋଗ ଦ୍ୱାରା ମଧ୍ୟ ସେମାନଙ୍କୁ କୌଣସି ସୁଫଳ ମିଳିନଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯେଉଁଥିରେ ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇହେବ । ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ...

ଆପଣ ନିଶ୍ଚିତ ଜାଣିଥିବେ ଯେ, ନିମ୍ୱ ପତ୍ର ତଥା ଗଛରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଥାଏ । ଏହାସହ ନିମ୍ବ ପାଣି ଆମ ଶରୀର ପ୍ରତି ଅତ୍ୟନ୍ତ ଲାଭଦାୟକ । ବର୍ତ୍ତମାନର ପ୍ରଦୂଷିତ ପରିବେଶରୁ ରକ୍ଷା ପାଇବା ପାଇଁ ନିମ୍ୱକୁ ଏକ ଭଲ ଉପାୟ ଭାବି ଆପଣାଇବା ତଥା ପ୍ରୟୋଗ କରିବା ଉଚିତ୍‌ । ତେଣୁ ପ୍ରତିଦିନ ନିମ୍ବ ପାଣିରେ ମୁହଁ ଧୋଇବା ଆବଶ୍ୟକ । ଏବେ ଆପଣ ଭାବୁଥିବେ ଯେ ନିମ୍ୱ ପାଣିରେ ମୁହଁ ଧୋଇଲେ କ’ଣ ବା ହେବ ? ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷାୟରେ…

ନିମ୍ବ ପାଣିରେ ମୁହଁ ଧୋଇବାର ଉପକାରିତା କ’ଣ ?

ନିମ୍ବ ପାଣିରେ ମୁହଁ ଧୋଇବା ଦ୍ୱାରା ଚର୍ମ ରୋଗ ଜନିତ ସମସ୍ୟାମାନଙ୍କ ସହ ମୁହଁର ଅନ୍ୟାନ୍ୟ ସମସ୍ୟାମାନଙ୍କର ସମାଧାନ ମଧ୍ୟ ହୋଇପାରିଥାଏ । କେବଳ ଏତିକି ନୁହେଁ ମୁହଁରେ ଥିବା ଦାଗ ସଫା କରେ। ନିମ୍ଵ ପାଣିରେ ମୁହଁ ଧୋଇବା ଦ୍ୱାରା ଚର୍ମର ରଙ୍ଗ ବୃଦ୍ଧି ହୁଏ।

ଚର୍ମ ଜନିତ ଆଲର୍ଜିରୁ ମୁକ୍ତି ମିଳିଥାଏ:-

ନିମ୍ବରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ । ତେଣୁ ଏହା ଚର୍ମରେ ଥିବା କ୍ଷତିକାରକ ଜୀବାଣୁ ସହିତ ଲଢିବାରେ ସାହାଯ୍ୟ କରେ। ପ୍ରତିଦିନ ନିମ୍ୱ ପାଣିରେ ମୁହଁ ଧୋଇଲେ ଚର୍ମ ଆଲର୍ଜି, ସ୍କ୍ରିନ୍‌ରେ ଥିବା ଦାଗ ତଥା କୁଣ୍ଡେଇ ହେବା ଇତ୍ୟାଦି ସମସ୍ୟାରୁ ମୁକ୍ତି ପାଇହେବ ।

ବ୍ରଣରୁ ମୁକ୍ତି ମିଳିଥାଏ :-

ନିମ୍ଵ ପାଣିରେ ମୁହଁ ଧୋଇବା ହେତୁ ତ୍ୱଚାରେ ଥିବା ମଇଳା ଓ ଅତ୍ୟାଧିକ ତେଲ ସଫା ହୋଇଥାଏ । ଯାହା ପରେ ଧିରେ ଧିରେ ବ୍ରଣ ମଧ୍ୟ ହ୍ରାସ ପାଇଥାଏ । ବ୍ରଣରୁ ମୁକ୍ତି ପାଇବାକୁ ହେଲେ ନିମ୍ଵ ପାଣିରେ ମୁହଁ ଧୋଇବାକୁ ଆବଶ୍ୟକ ।

ଉଭୟ ତେଲିଆ ଏବଂ ଶୁଷ୍କ ଚର୍ମକୁ ସଫା କରିଥାଏ :-

ନିମ୍ଵରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ରହିଛି । ଯାହା କ୍ଷତିକାରକ ଜୀବାଣୁ ମାରିବାରେ ସାହାଯ୍ୟ କରିଥାଏ । ଏହା ଚର୍ମରେ ଥିବା ଅତ୍ୟଧିକ ତେଲକୁ ନିୟନ୍ତ୍ରଣ କରିବା ସହ ତ୍ୱଚାକୁ କୋମଳ ରଖିଥାଏ ।