• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘରୋଇ ଉପାୟରେ କରନ୍ତୁ ଫେସିଆଲ୍

ଖରା ଦିନେ ଯୋଗୁ ତ୍ୱଚା କଳା ପଡିଯିବା ସହ ଟ୍ୟାନ୍‌ ସମସ୍ୟା ଦେଖାଦିଏ । ଆମେ ଘରୋଇ ଜିନିଷ ବ୍ୟବହାର କରି ତ୍ୱଚାର ରଙ୍ଗରେ ଚମକ ଆଣି ପାରିବା । ଆସନ୍ତୁ ଜାଣିବା ଘରୋଇ ଫେସ୍‌ପ୍ୟାକ ଦ୍ୱାରା ତ୍ୱଚ୍ଚାର କିଭଳି ଚମକ ଆସିଥାଏ ।

ହଳଦୀ ଓ ବେସନ ଫେସ୍‌ପ୍ୟାକ୍

  • ହଳଦି ଓ ବେସନରେ ପ୍ରସ୍ତୁତ ଫେସ୍‌ପ୍ୟାକ୍‌ରେ ଟ୍ୟାନ୍‌ ଦୂର କରିବାର କ୍ଷମତା ରହିଛି।
  • ଏହାକୁ ପ୍ରସ୍ତୁତ କରିବାକୁ ବେସନ, ହଳଦି, ଗୋଲାପ ଜଳ ଓ କ୍ଷୀରକୁ ଭଲ ଭାବେ ମିଶାଇ ଦିଅନ୍ତୁ।
  • ଏହି ପ୍ୟାକ୍‌କୁ ମୁହଁ, ବେକ ଓ ଅନ୍ୟ ପ୍ରଭାବିତ ସ୍ଥାନରେ ଲଗାଇ ଦିଅନ୍ତୁ।
  • ଏହାପରେ ହାଲକା ଉଷୁମ ପାଣିରେ ଏହାକୁ ସ୍କ୍ରବ୍‌ କରି ଛଡାନ୍ତୁ।
  • ସପ୍ତାହରେ ଅତି କମ୍‌ରେ ୨ ଥର ଏପରି କରନ୍ତୁ। ଆଉ ଏହାପରେ ଫରକ ଅନୁଭବ କରନ୍ତୁ।

ଟମାଟୋ ପେସ୍‌ପ୍ୟାକ୍

  • ଏଲୋଭେରା, ଟମାଟୋ ଫେସ୍‌ ପ୍ୟାକ୍‌ ବି ତ୍ୱଚା ସମସ୍ୟା ଦୂର ଲାଭି ବରଦାନ ସଦୃଶ କହିଲେ ଅତ୍ୟୁକ୍ତି ହେବ ନାହିଁ।
  • ଏହାକୁ ପ୍ରସ୍ତୁତ କରିବାକୁ ଏକ ପାତ୍ରରେ ମସୁର ଡାଲି ପାଉଡର, ଟମାଟୋ ରସ ଓ ଏଲୋଭେରା ଜେଲ୍‌କୁ ମିଶାଇ ଏକ ଗାଢା ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ।
  • ଏହାକୁ ପ୍ରଭାବିତ ସ୍ଥାନରେ ଲଗାଇ ଅଧ ଘଣ୍ଟା ଛାଡି ଦିଅନ୍ତୁ। ଓ ଏହାପରେ ସ୍କ୍ରବ୍‌ କରି ସଫା କରନ୍ତୁ। ସପ୍ତାହରେ ୨ରୁ ୩ ଥର ଏପରି କରନ୍ତୁ।

ଏଲୋଭେରା ଜେଲ୍ ଓ ଚନ୍ଦନ ପାଉଡ଼ ଫେସ୍ ପ୍ୟାକ୍

  • ଏଲୋଭେରା ଶରୀର ଓ ତ୍ୱଚା ଲାଭି ଖୁବ୍‌ ଲାଭାୟକ।
  • ଏହାର ବ୍ୟବହାର ଦ୍ୱାରା ତ୍ୱଚାରେ ଥିବା ସମସ୍ତ ଦାଗ ଦୂର ହେବା ସହ ଟ୍ୟାନିଂ ସମସ୍ୟା ମଧ୍ୟ ରହିନଥାଏ।
  • ଏହାର ପ୍ୟାକ୍‌ ପ୍ରସ୍ତୁତ କରିବାକୁ ପ୍ରଥମେ ଏକ ପାତ୍ରରେ ଏଲୋଭେରା ଜେଲ ଓ ଚନ୍ଦନ ପାଉଡର ନିଅନ୍ତୁ।
  • ଏହି ଲେପକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ।
  • ଏହାପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
  • ଏହାକୁ ସପ୍ତାହରେ ୨ରୁ ୩ ଥର ଲଗାନ୍ତୁ। ଧିରେ ଧିରେ ଆପଣଙ୍କ ଟ୍ୟାନିଂ ସମସ୍ୟା ଦୂର ହୋଇଯିବ।