Advertisment

Relationship Tips: ଆପଣ ପ୍ରେମରେ ଭାଙ୍ଗି ପଡିଛନ୍ତି କି; ଜାଣନ୍ତୁ କିପରି ନିଜକୁ ସମ୍ଭାଳିବେ

ଆପଣ ଯଦି ପ୍ରେମରେ ବିଫଳ ହୋଇଛନ୍ତି, ଆପଣଙ୍କ ହୃଦୟ ଯଦି ପ୍ରେମରେ ଭାଙ୍ଗି ଯାଇଛି ତେବେ ନିଜକୁ ସମ୍ଭାଳିବା ଆବଶ୍ୟକ। ଏଥିରୁ ବାହାରିବା ପାଇଁ କିଛି ସମୟ ଲାଗିବ, କିନ୍ତୁ ଆପଣ ଏଥିରୁ ବାହାରି ପାରିବେ। ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
How To Love Again After a Breakup

love is not physical attraction start new life after breakup

ଆଜିର ସମୟରେ, ପ୍ରେମ ଏପରି ଏକ ଜିନିଷ, ଯେତେବେଳେ ଚାଲିଥାଏ ସବୁକିଛି ଠିକଠାକ୍ ଥାଏ, କିନ୍ତୁ ଯେତେବେଳେ ବ୍ରେକଅପ୍ ହୋଇଯାଏ, ସେତେବେଳେ ଦୂରତା ବଢିବା ସହିତ ହୃଦୟ ମଧ୍ୟ ଗଭୀରଭାବେ ଆଘାତ ପାଇଥାଏ। ଲାଗେ ଯେପରି ସେହି ବ୍ୟକ୍ତି ଦୂରେଇଯିବା ପରେ ସତେ ଯେମିତି ଏ ଦୁନିଆଁ ଶେଷ ହୋଇଗଲା। ସେହି ସମୟରେ ଲାଗେ ଯେମିତି ପରିବାର, ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧନ କିଛି ନୁହେଁ। ସେମାନେ ଯନ୍ତ୍ରଣାକୁ ବୁଝିପାରିବେ ନାହିଁ।

Advertisment

ଯଦି ଆପଣ ମଧ୍ୟ ଏପରି କିଛି ଘଟଣାର ସମ୍ମୁଖିନ ହୋଇଛନ୍ତି, ଆପଣଙ୍କ ହୃଦୟ ଯଦି ପ୍ରେମରେ ଭାଙ୍ଗି ଯାଇଛି ତେବେ ନିଜକୁ ସମ୍ଭାଳିବା ଆବଶ୍ୟକ। ଏଥିରୁ ବାହାରିବା ପାଇଁ କିଛି ସମୟ ଲାଗିବ, କିନ୍ତୁ ଆପଣ ଏଥିରୁ ବାହାରି ପାରିବେ। ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।

ଅଧିକ ପଢ଼ନ୍ତୁ: ପୁରୁଣା ସଂପର୍କକୁ ଛାଡି ନୂଆ ସଂପର୍କ ଗଢିବାକୁ ଚାହୁଁଛନ୍ତି କି…. ଭୁଲନ୍ତୁ ନାହିଁ ଏହି ୪ଟି କଥା

Advertisment

ଭାରତୀୟ ସଂସ୍କୃତିରେ ପ୍ରେମ:

ଆଉ କିଛି ଦିନ ପରେ ଭାଲେଣ୍ଟାଇନ୍ସ ଡେ’। ଏହା ପାଶ୍ଚାତ୍ୟ ସଂସ୍କୃତିର ପ୍ରତୀକ, କିନ୍ତୁ ଭାରତୀୟ ସଂସ୍କୃତିରେ ବର୍ଷକ ୧୨ ମାସ ପ୍ରେମର ଦିନ। ଏହା ନୁହେଁ ଯେ କେବଳ ଭାଲେଣ୍ଟାଇନ୍ସ ଡେ’ରେ ପୁଅ କିମ୍ବା ଝିଅମାନେ ପରସ୍ପରକୁ ପ୍ରସ୍ତାବ ଦେବା ଉଚିତ। ଅନ୍ୟ ଦିନରେ ମଧ୍ୟ କଥା ହୋଇପାରନ୍ତି କାରଣ ସେହି ସମୟରେ ତାଙ୍କର ଧାରଣା ଭିନ୍ନ ହୋଇପାରେ।

ଆଜିର ପିଢି କିନ୍ତୁ ଏହାକୁ ଏକ ଭିନ୍ନ ଦୃଷ୍ଟିକୋଣରେ ଦେଖନ୍ତି। ପ୍ରାୟତ‌ଃ ଲୋକମାନେ ପ୍ରେମକୁ ସଫଳତା ଏବଂ ବିଫଳତାର ବିଷୟ ଭାବରେ ବିବେଚନା କରନ୍ତି, କିନ୍ତୁ ଏହା ହେବା ଉଚିତ ନୁହେଁ। ପ୍ରେମରେ ବିଫଳତା ବୋଲି କିଛି ନ ଥାଏ। ପ୍ରେମ କେବଳ ପ୍ରେମ ହୋଇଥାଏ ଯଦି ଏହାକୁ ପ୍ରକୃତ ମନରେ କରାଯାଏ।

ପ୍ରେମ ଶାରୀରିକ ଆକର୍ଷଣ ନୁହେଁ:

ଯଦି ଯୁବ ପିଢି ଶାରୀରିକ ଆକର୍ଷଣକୁ ପ୍ରେମ ବୋଲି ଭାବନ୍ତି ତେବେ ଏହା ଭୁଲ। ପ୍ରେମ ହେଉଛି ମନର ଏକ ଆବେଗ। ଯଦି ଜଣେ ପ୍ରେମରେ ବିଫଳ ହୁଏ, ସେ ଯଦି ପ୍ରକୃତ ମନରେ ପ୍ରେମ କରୁଥାଏ ତେବେ ନିଜକୁ ଉତ୍ସାହିତ କରି ନିଜ ପ୍ରେମକୁ ଫେରାଇ ଆଣିପାରିବ।

ଯଦି ଜଣେ ଭାବିନିଏ ଯେ ନିଜ ହୃଦୟ ଭାଙ୍ଗି ଯାଇଛି ତେବେ ସେମାନଙ୍କ ପାଇଁ ଆଉ କୌଣସି ବିକଳ୍ପ ନାହିଁ। ଏହା ଡିପ୍ରେସନ୍‌ର କାରଣ ହୋଇପାରେ।

ଜୀବନର ଲକ୍ଷ୍ୟ ସ୍ଥିର କରନ୍ତୁ:

ଆପଣ ଯଦି ପ୍ରେମରେ ବିଫଳ ହୋଇଛନ୍ତି ତେବେ ପ୍ରଥମେ ନିଜ ଲକ୍ଷ୍ୟ ସ୍ଥିର କରିବା ଉଚିତ। ପାଠପଢା ହେଉ କିମ୍ବା ଅନ୍ୟ କୌଣସି କ୍ଷେତ୍ର, ଏଥିରେ ଧ୍ୟାନ ଦେବା ଜରୁରୀ। ଏହା ବ୍ୟତୀତ, ଯଦି ଆପଣ ତାଙ୍କୁ ଭୁଲିଯିବାକୁ ସକ୍ଷମ ନୁହଁନ୍ତି, ତେବେ ଆପଣ ଆସନ, ପ୍ରାଣାୟାନ, ଧ୍ୟାନ କରିପାରିବେ କିମ୍ବା ମନୋବିଜ୍ଞାନୀଙ୍କଠାରୁ ପରାମର୍ଶ ମଧ୍ୟ ନେଇପାରିବେ।

ଏହି ଚାପକୁ ଦୂର କରିବା ପାଇଁ, ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାନ୍ତୁ, ପ୍ରାକୃତିକ ପରିବେଶ ଭରା ସ୍ଥାନକୁ ବୁଲିବାକୁ ଯାଆନ୍ତୁ, ନୂଆ ସ୍ଥାନଗୁଡିକ ଅନୁସନ୍ଧାନ କରନ୍ତୁ। ନିଜକୁ କିଛି ନା କିଛି କାମରେ ବ୍ୟସ୍ତ ରଖନ୍ତୁ। ଏହା କରିବା ଦ୍ୱାରା ଆପଣ ଚାପମୁକ୍ତ ଅନୁଭବ କରିବେ ଏବଂ ଜୀବନରେ ଆଗକୁ ବଢିବାର ସୁଯୋଗ ପାଇବେ।

ଅଧିକ ପଢ଼ନ୍ତୁ: ଭରସା ଜିତିବାକୁ ୫ଟି ଟିପ୍ସ; ସଂପର୍କରେ ଭୁଲ୍ ହେଲେ କ୍ଷମା ମାଗିବା ଜରୁରୀ କି…

Love And Separate Relationship Tips
Advertisment
Advertisment