Advertisment

Daily Horoscope, 02 Dec 2021: ଆସନ୍ତୁ ଜାଣିବା ଆଜିର ରାଶିଫଳ...

ଆଜି ୨୦୨୧ ମସିହା ଡିସେମ୍ବର ତା ୨ରିଖ ରିଖ ଗୁରୁବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି। ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।

author-image
Otv Khabar Bureau
ଅଦ୍ୟତନ ହୋଇଛି
Daily Horoscope

Daily Horoscope

ଆଜି ୨୦୨୧ ମସିହା ଡିସେମ୍ବର ତା ୨ରିଖ ରିଖ ଗୁରୁବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି। ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।

Advertisment

ମେଷ:- ଆଜି ଜଗି ରଖି ଚଳନ୍ତୁ, ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁଁ ମନ ଭାରାକ୍ରାନ୍ତ ହୋଇପାରେ । ଶରୀର ସୁସ୍ଥ ରହିବ, ବକେୟା ଅର୍ଥ ହସ୍ତଗତ ହେବ । ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ ।

ପ୍ରତିକାର:- ସାତଟି ଲାଲ୍ରଙ୍ଗର ମନ୍ଦାର ଫୁଲ ଗ୍ରାମ ଦେବତୀଙ୍କୁ ଚଢାନ୍ତୁ ।

ବୃଷ:- ଆଜି ଯେ କୈାଣସି ପରିସ୍ଥିତିରେ ମଧ୍ୟ ଆପଣଙ୍କ ବୁଦ୍ଧିବଳ ଖଟାଇ କାମ ହାସଲ କରିବେ । ନିଜର ଦକ୍ଷତା-ଯୋଗ୍ୟତାକୁ ନେଇ କାର୍ଯ୍ୟ କରି ପ୍ରଶଂସିତ ହେବେ । ଅର୍ଥଲାଭ ଓ ଶୁଭଖବର ପାଇ ମନ ଖୁସି ହୋଇଯିବ ।

Advertisment

ପ୍ରତିକାର:- ତିନୋଟି ପାଚିଲା କଦଳୀ ଗାଈକୁ ଖାଇବାକୁ ଦିଅନ୍ତୁ ।

ମିଥୁନ:- ଆଜି ସମସ୍ତ କାମରେ ସାହସିକ ପଦେକ୍ଷପ ନେଇ କୃତକାର୍ଯ୍ୟ ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ, ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ । କ୍ରୀଡା, ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ଉନ୍ନତି କରିବେ ।

ପ୍ରତିକାର:- ସାତଟି ପାନପତ୍ର ଓ ସାତଟି ଦୁବ ଶ୍ରୀ ଗଣେଶଙ୍କୁ ଚଢାନ୍ତୁ ।

କର୍କଟ:- ଆଜି ହସ ଖୁସିରେ ଦିନଟି କାଟିବେ । କୈାଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି, ଆମଦାନୀ ରପ୍ତାନୀ କାରବାରରେ ଲାଭବାନ ହେବେ । ବୁଦ୍ଧି ବିବେକ ଓ ଜ୍ଞାନବଳରେ ପୂର୍ବ ସମସ୍ୟାର ସରଳ ସମାଧନ କରିପାରିବେ ।

ପ୍ରତିକାର:- ହଳଦୀ ରଙ୍ଗ ଚନ୍ଦନର ଟିକା ମଥାରେ ଲଗାନ୍ତୁ ।

ସିଂହ:- ଆଜି ଅଟକି ରହିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ । ଅପରାହ୍ନରେ କୌଣସି ଶୁଭ ଖବର ପାଇ ଖୁସି ହେବେ । ପରିବାରରେ ଭାତୃ ସମ୍ପର୍କ ସୁଦୃଢ ହେବ, ବ୍ୟବସାୟ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବ ।

ପ୍ରତିକାର:- ସୂର୍ଯ୍ୟଙ୍କ ଗାୟତ୍ରୀ ମନ୍ତ୍ର ପଢି ଗୁଡ଼ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।

କନ୍ୟା:- ଆଜି କର୍ମକ୍ଷେତ୍ରରେ ବାଦ ବିବାଦ ଦେଖା ଦେଇପାରେ । ପାରିବାରିକ ଜୀବନ ସୁଖପ୍ରଦ ହେବ, ଜୀବନ ସାଥୀର ସାହାଯ୍ୟ ସହଯୋଗ ପାଇ ମନୋବଳ ସୁଦୃଢ ହେବ । ଆଇନ ଅଦାଲତରେ ମାମଲାର ବିଚାର ଆପଣଙ୍କ ସପକ୍ଷରେ ଆସିବ ।

ପ୍ରତିକାର:- କିଛି ଅରୁଆ ଚାଉଳ, କଳାବିରି, ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ ।

ତୁଳା:- ଆଜି ମାନସିକ ଚିନ୍ତା ଶାରୀରିକ ଅସୁସ୍ଥତା ଯୋଗୁଁ ମନ ଭାରାକ୍ରାନ୍ତ ହେବ । କୈଣସି ମାଙ୍ଗଳିକ ବିଷୟରେ ଆଲୋଚନା କରି ଶେଷ ପର୍ଯ୍ୟାୟରେ ପହଁଚିବେ । ବ୍ୟବସାୟ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ ।

ପ୍ରତିକାର:- ରାଶି ତେଲର ଦୀପଟିଏ ମା’ କାଳୀଙ୍କ ପାଖରେ ପ୍ରଦାନ କରନ୍ତୁ ।

ବିଛା:- ଆଜି ବହୁ ଦିନର ଆଶା ଅଭିଳାଷ ପୁରଣ ହେବ । ମହିଳାମାନେ ଆମୋଦ ପ୍ରମୋଦରେ ଦିନଟି କାଟିବେ, ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ, ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

ପ୍ରତିକାର:- ହନୁମାନଙ୍କୁ ଦର୍ଶନ କରିବା ସହିତ ସାତଟି ପେଡା ହନୁମାନଙ୍କ ପାଖରେ ଭୋଗ କରନ୍ତୁ ।

ଧନୁ:- ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । ଲକ୍ଷ୍ୟସ୍ଥଳରେ ପହଁଞ୍ଚିବା ପାଇଁ କେହି ଜଣେ ବ୍ୟକ୍ତି ସାହାଯ୍ୟ ସହଯୋଗ କରିପାରନ୍ତି । ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ, ନିଜ ଲୋକମାନେ ବିଶ୍ୱାସ ଘାତକତା କରିପାରନ୍ତି ।

ପ୍ରତିକାର:- ମହାପ୍ରଭୁ ବିଷ୍ଣୁଙ୍କୁ ଦର୍ଶନ କରନ୍ତୁ ତାଙ୍କ ପାଖରେ ଘୃତ ଦୀପଟିଏ ପ୍ରଦାନ କରନ୍ତୁ ।

ମକର:- ଆଜି ସାଧାରଣ କଥାରେ ପରିବାରରେ ଭୁଲ୍ ବୁଝାମଣା ଦେଖା ଦେଇପାରେ । ପିତା ମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେବ । ଅପରାହ୍ନରେ କୈାଣସି ଶୁଭ ଖବର ଶୁଣିପାରନ୍ତି, ଆୟ ବୃଦ୍ଧି ଘଟିବ ଯାହା ଫଳରେ ମନ ପ୍ରଫୁଲ୍ଲିତ ରହିବ ।

ପ୍ରତିକାର:- କଉଡିଟିଏ ନିଜ ପାଖରେ ରଖନ୍ତୁ ।

କୁମ୍ଭ:- ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ନୂତନ କର୍ମାରମ୍ଭ କରିପାରନ୍ତି । ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଶଂସିତ ହେବେ । ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ, ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନୋନିବେଶ କରିବେ ।

ପ୍ରତିକାର:- କିଛି ମିଠା ଦହି ଖାଇ କାଯର୍ୟ ଆରମ୍ଭ କରନ୍ତୁ ।

ମୀନ:- ଆଜି ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ, ଫଳରେ କାମ ପ୍ରତି ସ୍ପୃହା ରହିବ ନାହିଁ । ହଠାତ୍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । କର୍ମକ୍ଷେତ୍ରରେ କୈାଣସି ସଠିକ୍ ନିଷ୍ପତି ନେଇ ପାରିବେ ନାହିଁ, ପ୍ରତିବନ୍ଧକ କାରଣରୁ ଶେଷ ସମୟରେ ଯାତ୍ରା ସ୍ଥଗିତ ରହିଯିବ ।

ପ୍ରତିକାର:- ଗାୟତ୍ରୀ ମହାମନ୍ତ୍ରକୁ ୨୭ଥର ଜପ କରନ୍ତୁ ।

Daily Horoscope
Advertisment
Advertisment