Advertisment

Chanakya Niti : ଜୀବନରେ ସଫଳତା କେମିତି ପାଇବେ ?

ଯେଉଁଠି ଆପଣଙ୍କର ସାଥୀ ବା ବନ୍ଧୁ ନାହାନ୍ତି, ସେଠାରେ ରହିବା କଥା ନୁହେଁ।

ଅଦ୍ୟତନ ହୋଇଛି
Chanyak

Chanyak

Advertisment

ଜୀବନରେ ସଫଳତା କେମିତି ପାଇବେ? ସଫଳତାର ଗୁରୁମନ୍ତ୍ର କ’ଣ? ରାଣକ୍ୟ ନୀତିରେ ଏହି ସବୁ ଅସମାହିତ ପ୍ରଶ୍ନର ରହିଛି ଉତ୍ତର। ଯେଉଁଥିରେ କୁହାଯାଇଛି ମହାନ୍‌ ଲୋକଙ୍କ ବାଣୀକୁ ଜୀବନରେ କାର୍ଯ୍ୟକାରୀ କଲେ, ସଫଳତାର ଶୀର୍ଷରେ ପହଞ୍ଚି ପାରିବେ। 

Advertisment

ଏନେଇ ଚାଣକ୍ୟ କ’ଣ କହିଛନ୍ତି?

- ଭାଗ୍ୟ ସେହି ବ୍ୟକ୍ତିଙ୍କ ସାଥ୍‌ ଦେଇଥାଏ, ଯିଏ କଠିନ ପରିସ୍ଥିତିରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପଥଭ୍ରଷ୍ଟ ହୁଅନ୍ତି ନାହିଁ।

- ଏମିତି ଲୋକଙ୍କୁ କେବେ ବି ଭରସା କରିବେ ନାହିଁ, ଯିଏ ନିଜ କଥା କହିଲା ବେଳେ ଅନ୍ୟମନସ୍କ ହୋଇଥାଆନ୍ତି।

Advertisment

- ଶରୀରରେ ହେଉଥିବା ରୋଗ, ଜୀବନରେ ଆସୁଥିବା ଶତ୍ରୁ, ଅସୁବିଧାରେ ପଡ଼ି ଋଣ କରୁଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଦୁର୍ବଳ ଭାବିବା ଉଚିତ ନୁହେଁ।

-ମୁର୍ଖ ଲୋକଙ୍କ ସହିତ କୌଣସି ପରିସ୍ଥିତିରେ ଯୁକ୍ତିତର୍କ ନକରିବା ଦରକାର। ସେପରି ଲୋକ ଆପଣଙ୍କ ସମୟ ଓ ଦିନକୁ ନଷ୍ଟ କରି ଥାଆନ୍ତି।

Advertisment

- ଯଦି ଆପଣ କୌଣସି କାମ ଅନ୍ୱେଷଣରେ ନୂଆ ସହରକୁ ଯାଇଛନ୍ତି ଓ ସେଠାରେ କାମ ମିଳୁନି, ତେଣୁ ସେଠାରେ ରହିବା ଉଚିତ ନୁହେଁ।

- ଯେଉଁଠି ସମ୍ମାନ ମିଳୁନି, ସେଠାରେ ରହିବା କଥା ନୁହେଁ

- ଯେଉଁଠି ଆପଣଙ୍କର ସାଥୀ ବା ବନ୍ଧୁ ନାହାନ୍ତି, ସେଠାରେ ରହିବା କଥା ନୁହେଁ।

- ଯେଉଁଠାରେ ଜ୍ଞାନ ଉପରେ ତର୍ଜମା ହୁଏନାହିଁ, ସେପରି ସ୍ଥାନରୁ ପଳାଇ ଆସିବା ଭଲ।

ଅଧିକ ପଢ଼ନ୍ତୁ: କାହାକୁ ଅନ୍ଧ ଭାବେ ‘ଭରସା’ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ନୀତି

Life Style Chanakya Niti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ