Advertisment

ଇନ୍‌ଷ୍ଟାଣ୍ଟ ଗ୍ଲୋ କିପରି ପାଇବେ, ଜାଣନ୍ତୁ

ବ୍ୟସ୍ତ ବହୁଳ ଜୀବନ ଓ ଅତ୍ୟଧିକ କାର୍ଯ୍ୟ ହେତୁ ଚେହେରାର ସୌନ୍ଦର୍ଯ୍ୟ ଏବଂ ଚମକ କମିଯାଏ । ଯଦି ଆପଣ ଚାହାଁନ୍ତି ଆପଣଙ୍କ ତ୍ୱଚା ଭଲ ଦେଖାଯାଉ, ତେବେ ଆପଣ କିଛି ଘରୋଇ ଉପଚାର ଗ୍ରହଣ କରି ତତକ୍ଷଣାତ୍ ଚମକ ପାଇପାରିବେ।

ଅଦ୍ୟତନ ହୋଇଛି
How to Get Instant Glow

instant glow

Advertisment

ନିଜ ଚେହେରାର ଚମକ ବଜାୟ ରଖିବା ପାଇଁ ସାଧାରଣତଃ ଅଧିକାଂଶ ମହିଳା ପାର୍ଲର ଯାଇଥାନ୍ତି । ତେବେ ଆପଣଙ୍କୁ ଏବେ ପାର୍ଲରକୁ ଯିବାକୁ ପଡିବ ନାହିଁ ଏବଂ ଆପଣଙ୍କୁ ମିଳିବ ଇନଷ୍ଟାଣ୍ଟ ଗ୍ଲୋ । ପ୍ରାକୃତ୍ତିକ ଉପାୟରେ ଆପଣ ଘରେ ଫେସ୍ ପ୍ୟାକ୍ ତିଆରି କରିପାରିବେ । ତେବେ ଆସନ୍ତୁ ଜାଣିବା।

Advertisment

ଲେମ୍ବୁ ଓ ମଇଦା ଫେସ୍‌ ପ୍ୟାକ୍

  • ଏକ ଚାମଚ ମଇଦା ଏବଂ ଅଧା ଚାମଚ ଲେମ୍ବୁ ରସକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ ଏବଂ ୧୫-୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ।
  • ଲେମ୍ବୁ ରସରେ ଭିଟାମିନ୍ ସି ଥାଏ ଯାହା ଚର୍ମକୁ ଗଭୀର ଭାବରେ ସଫା କରିଥାଏ ଏବଂ ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିଥାଏ। ଏହା ଚର୍ମକୁ କୋମଳ ଏବଂ ଚମକାଇଥାଏ। ଲେମ୍ବୁ ରସ ମଧ୍ୟ ଚର୍ମକୁ ଦୃଢ କରିଥାଏ।
  •  ମଇଦାରେ ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ବ୍ରଣ ଏବଂ ଦାଗ ଲିଭିବାରେ ସାହାଯ୍ୟ କରିଥାଏ। ଏହା ଚର୍ମକୁ ସଫା ଏବଂ ନରମ ରଖେ।

ଅଧିକ ପଢ଼ନ୍ତୁ: ତ୍ୱଚ୍ଚାର ଉଜ୍ଜଳତା ବଢାଏ ମସୁର ଡାଲି

ଆଳୁ ଓ ମହୁ ଫେସ୍‌ ପ୍ୟାକ୍

  • ଆଳୁ ରସ ଏବଂ ମହୁ ମିଶାନ୍ତୁ। ଏହି ପ୍ୟାକକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ ୨୦ ମିନିଟ୍ ପାଇଁ ଛାଡିଦିଅନ୍ତୁ।
  • ତା’ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାକୁ ପ୍ରୟୋଗ କରିବା ପରେ ଆପଣଙ୍କ ଚେହେରା ସଂପୂର୍ଣ୍ଣ ଚମକିବ
Advertisment

କଫି ଏବଂ ଦହି ଫେସ୍ ପ୍ୟାକ୍

  • କଫି ଏବଂ ଦହି ଫେସ୍ ପ୍ୟାକ୍ ତିଆରି କରିବା ବହୁତ ସହଜ। ୨ ଚାମଚ କଫି ପାଉଡର ନିଅନ୍ତୁ ଏବଂ ଏଥିରେ ୧ ଚାମଚ ଦହି ମିଶାନ୍ତୁ। ଏଥିରେ ଟିକେ ଲେମ୍ବୁ ରସ ମିଶାଇ ଭଲ ଭାବରେ ମିଶାନ୍ତୁ ।
  • ଏହି ପେଷ୍ଟ ଲଗାଇବା ପୂର୍ବରୁ ପାଣିରେ ମୁହଁ ଧୋଇ ଶୁଖାନ୍ତୁ। ବର୍ତ୍ତମାନ ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ।
  • ତା’ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହି ଫେସ୍ ପ୍ୟାକ୍ ଚର୍ମକୁ ଗଭୀର ଭାବରେ ସଫା କରିବ ଏବଂ ତତକ୍ଷଣାତ୍ ଚମକ ଆଣିବ।
Beauty Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ