Advertisment

ସମସ୍ତଙ୍କର ପ୍ରିୟ ହେବା ପାଇଁ ଜାଣନ୍ତୁ କେତେକ ଜରୁରୀ ଟିପ୍ସ

ସୁନ୍ଦରୀ ନାରୀ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ। ପ୍ରକୃତି ପ୍ରଦତ୍ତ ରୂପରେ ଯଦି ବ୍ୟବହାର କୁଶଳତା ଓ ପ୍ରତିକାର କୌଶଳର ସମାବେଶ ହୁଏ, ତେବେ ସମସ୍ତଙ୍କର ପ୍ରିୟଭାଜନ ହେବେ।

author-image
Pramod Behera
ଅଦ୍ୟତନ ହୋଇଛି
Know some essential tips to become everyone's favorite

Know some essential tips to become everyone's favorite

ସୁନ୍ଦରୀ ନାରୀ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ। ପ୍ରକୃତି ପ୍ରଦତ୍ତ ରୂପରେ ଯଦି ବ୍ୟବହାର କୁଶଳତା ଓ ପ୍ରତିକାର କୌଶଳର ସମାବେଶ ହୁଏ, ତେବେ ସେହି ନାରୀଟି ସମସ୍ତଙ୍କର ପ୍ରିୟଭାଜନ ହୋଇପାରେ। ବିନମ୍ରତା ଓ ବୌଦ୍ଧିକତା ଯେଉଁ ନାରୀ ପାଖରେ ଥାଏ, ସେ ସମସ୍ତଙ୍କର ହୃଦୟକୁ ସହଜରେ ଜୟ କରିପାରେ ଓ ଭଲ ବ୍ୟକ୍ତିତ୍ୱରର ଅଧିକାରିଣୀ ବୋଲି ସମସ୍ତେ କୁହନ୍ତି।

Advertisment

କେବଳ ସୌନ୍ଦର୍ଯ୍ୟ ଯେ ସମସ୍ତଙ୍କୁ ବାନ୍ଧିପାରେ ତାହା ନୁହେଁ। ସୌନ୍ଦର୍ଜ୍ୟ ସହିତ ନାରୀଟି କିଛି ଗୁଣ ଅଧିକାରିଣୀ ମଧ୍ୟ ହେବା ଜରୁରୀ। ସମାଜରେ ଚଳିବା ପାଇଁ କେତେବେଳେ କାହା ସହ କିପରି ବ୍ୟବହାର କରିବାକୁ ହୁଏ ତାହା ଜଣେ ନାରୀ ଜାଣିବା ନିହାତି ଆବଶ୍ୟବ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।

ଏହାର କେତୋଟି ଟିପ୍ସ ତଳେ ଦିଆଗଲା:

  • କ୍ରୋଧ ମଣିଷର ଶତ୍ରୁ । ଏହି ଶତ୍ରୁ ରୂପିଣୀ କ୍ରୋଧ ଯେତେବେଳେ ଆସିବ, ଏକ ଗ୍ଲାସ ଥଣ୍ଡା ପାଣି ତୁରନ୍ତ ପିଇବେ । ଦେଖିବେ କ୍ରୋଧ କିଛିଟା କମୁଛି କି ନାହିଁ । ତା’ପରେ ନିଜର ସଂଯମତା ଉପରେ କ୍ରୋଧ ନିର୍ଭର କରେ ।
  • ଯାହା ସାଙ୍ଗରେ ବି ଆପଣ କଥା ହୁଅନ୍ତୁ, ନିଜର ଆତ୍ମସମ୍ମାନ ଓ ଯାହା ସାଙ୍ଗରେ କଥା କହୁଛନ୍ତି ତା’ର ଆତ୍ମସମ୍ମାନ ପ୍ରତି ନଜର ରଖି କଥା କହିବେ ।
  • ଯଦି ଆପଣଙ୍କ ପ୍ରତି କୌଣସି ମହିଳା ବା ପୁରୁଷ ଭୁଲ୍ ଟିପ୍ପଣୀ କରୁଛନ୍ତି, ଅପଶବ୍ଦ କହୁଛନ୍ତି, ଆପଣଙ୍କୁ ବାଧିଲା ଭଳି କୌଣସି କଟୁକଥା ବା ଖରାପ ବ୍ୟବହାର କରୁଛନ୍ତି, ତାଙ୍କ ପ୍ରତି ତୁରନ୍ତ ପ୍ରତିକ୍ରିୟା ଦେଖାନ୍ତୁ ନାହିଁ । କିଛି ସମୟ ଚିନ୍ତା କରି ଦେଖନ୍ତୁ, ଏସବୁ ଟିପ୍ପଣୀ ଆପଣଙ୍କ ପାଇଁ ଠିକ୍ କି ନୁହେଁ । ଯଦି ଠିକ୍‌, ତେବେ ସ୍ୱୀକାର କରନ୍ତୁ, ଯଦି ଭୁଲ୍ ତେବେ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ଚୁପ୍ ରୁହନ୍ତୁ ।
  • ନିଜର ଶିକ୍ଷା, ଶାଳୀନତା, ପ୍ରତିଭା ଓ ଯୋଗ୍ୟତାକୁ ଭୁଲିଯାଇ କେବେହେଲେ ଅନ୍ୟ ସହ ଖୁବ୍ ଖୋଲା ବ୍ୟବହାର କରନ୍ତୁ ନାହିଁ, ଦେଖିବେ ନିଜେ ଖାଲରେ ପଡ଼ିଯିବେ ।
  • ଉଚ୍ଚ ସ୍ୱରରେ କଥା ନକହି ବିନୟ ଭାବରେ କଥା କୁହନ୍ତୁ । ସମସ୍ତଙ୍କ ସାଙ୍ଗରେ କଥା କହିବା ବେଳେ ତୁ ତୁମେ ନକହି ଛୋଟରୁ ବଡ଼ ପର୍ଯ୍ୟନ୍ତ ଆପଣ ବୋଲି ସମ୍ବୋଧନ କରନ୍ତୁ । ଦେଖିବେ ଆପଣ ସମ୍ମାନ ପାଇବେ ଓ ଆପଣଙ୍କର ପର୍ସନାଲିଟି ବୃଦ୍ଧି ପାଇବ ।
  • କମ୍ କଥା କୁହନ୍ତୁ, ଅଧିକ ସମୟ ପଢ଼ାପଢ଼ିରେ ବିତାନ୍ତୁ । ଆପଣଙ୍କର ଚିନ୍ତା ଶକ୍ତି ବଢ଼ିବ । କୌଣସି କମ୍‌ଜୋର ବା ମନ୍ଦବୁଦ୍ଧି ଲୋକଙ୍କୁ ଉପହାସ ନ କରି ତାକୁ ବୁଝାଇ ବାଟକୁ ଆଣିବାକୁ ଚେଷ୍ଟା କରନ୍ତୁ ।
  • ଚୁପ୍ ରହିବା, କମ୍ କଥା କହିବା ବୁଦ୍ଧିମତୀ ନାରୀର ଲକ୍ଷଣ । ସାଧାରଣତଃ ମହିଳାମାନେ ଅଧିକା କଥା କହିବାକୁ ପସନ୍ଦ କରିଥାଆନ୍ତି । ମାତ୍ର ଯେଉଁ ମହିଳାମାନେ କମ୍ କଥା କହିଥାନ୍ତି, ପୁରୁଷମାନେ ସେଭଳି ମହିଳାମାନଙ୍କୁ ଖୁବ୍ ସମ୍ମାନ ଓ ପସନ୍ଦ କରିଥାଆନ୍ତି ।
  • ଯେପରି ସ୍ୱାଭିମାନ ଓ ଗର୍ବ ମଧ୍ୟରେ ଆକାଶପାତାଳ ପ୍ରଭେଦ ରହିଛି, ଠିକ୍ ସେହିପରି ଜିଦ୍ ଓ ଠିକ୍ ସିଦ୍ଧାନ୍ତ ନେବାରେ ଆକାଶପାତାଳ ପ୍ରଭେଦ ରହିଛି । ସମସ୍ତେ ସ୍ୱାଭିମାନୀ ଓ ସ୍ଥିର ସିଦ୍ଧାନ୍ତ ନେଉଥିବା ମହିଳାଙ୍କୁ ଆଦର କରନ୍ତି ।
  • ନିଜ ପରିବାରକୁ ଅବହେଳା ପ୍ରଦର୍ଶନ କରି ଯେଉଁ ମହିଳା ବାହ୍ୟ ସାମାଜିକ ଜୀବନ ପ୍ରତି ଅଧିକ ଧ୍ୟାନ ଦିଅନ୍ତି, ସେ ଯେତେ ସୁନ୍ଦରୀ ଓ ଶିକ୍ଷିତା ହେଲେ ମଧ୍ୟ ସମସ୍ତଙ୍କର ସମାଲୋଚନାର ପାତ୍ରୀ ହୁଅନ୍ତି । ତାଙ୍କର ଉନ୍ନତ ବ୍ୟକ୍ତିତ୍ୱ ଥିଲେ ସୁଦ୍ଧା ସେ ସମସ୍ତଙ୍କର ଘୃଣାର ପାତ୍ରୀ ହୁଅନ୍ତି । ତେଣୁ ସର୍ବପ୍ରଥମ କର୍ତ୍ତବ୍ୟ ହେଲା, ନିଜ ପରିବାରର ସମସ୍ତ ଦାୟିତ୍ୱ ଶେଷ ହେଲାପରେ ଯାଇ ବାହ୍ୟ ଜଗତ ଆଡ଼କୁ ନଜର ଦେବେ।
Advertisment

କଥାରେ ଅଛି, ଯେ ପ୍ରକୃତ ଗୁଣର ଅଧିକାରିଣୀ ତାକୁ ତା’ର ଶତ୍ରୁ ମଧ୍ୟ ପ୍ରଶଂସା କରିବ। ତେଣୁ ସମସ୍ତଙ୍କର ପ୍ରଶଂସାଭାଜନ ହେବାକୁ ଚେଷ୍ଟା କରନ୍ତୁ।

ଇଲିମା କର

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Advertisment
Advertisment