Advertisment

New-age Travellers: ବିଦେଶ ଯାତ୍ରା ପାଇଁ ପସନ୍ଦ କରୁଛନ୍ତି ଭାରତର ଏହି ଛୋଟ ସହରର ନୂଆ ଜେନେରେସନ

୩୫ ବର୍ଷରୁ କମ୍ ବୟସର ପର୍ଯ୍ୟଟକମାନେ ଅନ୍ତର୍ଜାତୀୟ ବା ବିଦେଶ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି । ଟାୟର-୨ ଓ ଟାୟର-୩ ସହରରୁ ପର୍ଯ୍ୟଟକଙ୍କ ବୃଦ୍ଧି ଘଟୁଛି ।

ଅଦ୍ୟତନ ହୋଇଛି
travellers

travellers

Advertisment

କାମରୁ ଟିକିଏ ଫୁରସତ୍ ମିଳିଗଲେ ଅନେକ ଲୋକ ଛୁଟି କଟାଇବାକୁ ବୁଲାବୁଲି ପାଇଁ ପସନ୍ଦ କରିଥାନ୍ତି । ପରିବାର ସହିତ ବାହାରକୁ ଯାଇ ପରିବାର ଲୋକଙ୍କ ସହ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି । ଅନ୍ତର୍ଜାତୀୟ ବା ବିଦେଶ ଯାତ୍ରା କରିବା କେବଳ ସହରାଞ୍ଚଳର ଉଚ୍ଚ ଆୟବର୍ଗର ଲୋକମାନେ ହିଁ କରିପାରନ୍ତି । ଯାହା ସାଧାରଣତଃ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ଟାୟର ୧ ସହରର ଲୋକମାନଙ୍କ ପକ୍ଷରେ ହିଁ ସମ୍ଭବ ହୋଇଥାଏ । 
କିନ୍ତୁ ଏବେ ପରିବର୍ତ୍ତନ ହେଉଛି । ଟାୟର-୨ ଓ ଟାୟର-୩ ସହରର ଲୋକମାନେ ମଧ୍ୟ ଛୁଟି କଟାଇବା ପାଇଁ ବିଦେଶ ଯାତ୍ରା କରୁଛନ୍ତି । ଚଣ୍ଡିଗଡ, ସୁରଟ, ପୁନେ, ଲକ୍ଷ୍ନୌ ଏବଂ ଜୟପୁର ଭଳି ସହରର ଲୋକେ ବିଦେଶକୁ ଛୁଟି କଟାଇବାକୁ ଯାଉଛନ୍ତି । ନୂଆ ଜେନେରେସନ ପର୍ଯ୍ୟଟକମାନେ କନସର୍ଟ, ସ୍ପୋର୍ଟ୍ସ ଟ୍ୟୁରିଜିମ୍ ରେ ବିଦେଶ ଗସ୍ତ କରିବାକୁ ପସନ୍ଦ କରୁଛନ୍ତି । 

Advertisment

ଅଧିକ ପଢ଼ନ୍ତୁ: ଭାରତର ପ୍ରଥମ ସମ୍ରାଟ, ଯିଏ ବଦଳାଇ ଥିଲେ ଇତିହାସର ଗତିପଥ, ପଢନ୍ତୁ ଜଣେ ବୀର ଯୋଦ୍ଧାଙ୍କ କାହାଣୀ

ଆଟଲିସର ତଥ୍ୟ ଅନୁଯାୟୀ, ଛୋଟ ସହରର ନୂଆ ଜେନେରେସନ ପର୍ଯ୍ୟଟକମାନଙ୍କ ବିଦେଶ ଗସ୍ତ ବୃଦ୍ଧି ପାଇଛି । ବିଦେଶ ଯାତ୍ରା କେବଳ ବିଳାସପୂର୍ଣ୍ଣ ମଧ୍ୟରେ ସୀମିତ ହୋଇନାହିଁ । ଏହା ବର୍ତ୍ତମାନ ଲୋକଙ୍କ ଜୀବନର ଏକ ଅଂଶ ହୋଇଗଲାଣି । ଲୋକଙ୍କର ଆୟ ବୃଦ୍ଧି ହେବା ଏବଂ ଡିଜିଟାଲ ଭିସା ପ୍ରକ୍ରିୟା ସରଳ ହେଉଥିବାରୁ ଅନ୍ତର୍ଜାତୀୟ ଭ୍ରମଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । 

Advertisment

ତେବେ ଜାଣିଛନ୍ତି କି କିଏ ଏହି ନୂଆ ଜେନେରେସନ ଭ୍ରମଣକାରୀ? ସେମାନେ ହେଉଛନ୍ତି ୩୫ ବର୍ଷରୁ କମ୍ ବୟସର ଯୁବକ । ବିଶେଷକରି ଯୁବକ, ଯୁବତୀ, ନବ ବିବାହିତ ଏବଂ କିଛି ପରିବାର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । 

ନୂଆ ଜେନେରେସନ ଭ୍ରମଣକାରୀମାନେ ୟୁନାଇଟେଡ ଆରବ ଏମିରେଟ୍ସ ଏବଂ ଦକ୍ଷିଣପୂର୍ବ ଏସିଆକୁ ବୁଲିବାକୁ ଯିବାକୁ ପସନ୍ଦ କରୁଛନ୍ତି । ବିଶେଷକରି ଦୁବାଇ, ଥାଇଲାଣ୍ଡ, ଭିଏତନାମ ଏବଂ ଇଣ୍ଡୋନେସିଆ ଯାଉଛନ୍ତି । ବିଦେଶ ଯାତ୍ରା କରିବା ପାଇଁ ସେମାନଙ୍କୁ ବେଶୀ ପ୍ରଭାବିତ କରୁଛି ସୋସିଆଲ ମିଡିଆ । ଯେଉଁ ଅନ୍ତର୍ଜାତୀୟ ଯାତ୍ରା ସ୍ୱପ୍ନ ଥିଲା, ତାହା ଏବେ ପୂରା ହେଉଛି । 

Advertisment

ବୈଦେଶିକ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ୨୦୧୪ରୁ ୨୦୨୩ ମଧ୍ୟରେ ୧୦.୦୯ କୋଟି ପାସପୋର୍ଟ ଜାରି କରାଯାଇଛି । ତେଣୁ ୨୦୧୪ରେ ୧୫୩ଟି ପାସପୋର୍ଟ ସେବା କେନ୍ଦ୍ର ଥିବା ବେଳେ ୨୦୨୩ ସୁଦ୍ଧା ଦେଶରେ ୫୨୩ଟି ପାସପୋର୍ଟ ସେବା କେନ୍ଦ୍ର ଖୋଲା ଯାଇଥିଲା । 

ଅଧିକ ପଢ଼ନ୍ତୁ: ନିରାଡ଼ମ୍ବର ଜୀବନ ବିତାଉଛନ୍ତି ଦୈନିକ ୧୫୬ କୋଟି ଆୟ କରୁଥିବା ଏହି ବ୍ୟକ୍ତି...କାହିଁକି ଜାଣନ୍ତୁ

Tourism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ