Memory Boosting Tips: ଆସନ୍ତୁ ଜାଣିବା ସ୍ମୃତି ଶକ୍ତି ବୃଦ୍ଧିପାଇଁ ୫ଟି ସରଳ ଉପାୟ...

ମାତ୍ର ୫ଟି ସରଳ ଉପାୟ ଦ୍ୱାରା ସ୍ମୃତି ଶକ୍ତିକୁ ଅତି ସହଜରେ ବୃଦ୍ଧି କରାଯାଇ ପାରିବ ।

ଏମିତି କଲେ ବଢ଼ିବ ସ୍ମରଣଶକ୍ତି

ସ୍ମରଣ ଶକ୍ତି ବା ସ୍ମୃତି ଶକ୍ତି କ୍ଷମତା ମଣିଷର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉଚ୍ଚ ସ୍ମରଣଶକ୍ତି ସମ୍ପନ୍ନ ବ୍ୟକ୍ତିମାନେ ନିଜ ଜୀବନରେ ଅନେକ ସଫଳତା ପାଇଥାଆନ୍ତି । ସେଥିପାଇଁ ସ୍ମରଣ ଶକ୍ତି ବଢ଼ିଵା ପାଇଁ ଅନେକ ପ୍ରକାରର ଔଷଧ ବ୍ୟବହାର କରନ୍ତି ଲୋକେ । କିଛି ବ୍ୟକ୍ତି ଏଥିପାଇଁ ଅନେକ ଉପଚାର କରିବାପରେ ମଧ୍ୟ ସଫଳତା ପାଇନଥା'ନ୍ତି । ଏମିତିକି କିଛି ବ୍ୟକ୍ତି ତାରିଖ ମଧ୍ୟ ମନେ ରଖିବାକୁ ଅସମର୍ଥ ହୁଅନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଛୋଟ ଛୋଟ ଅଭ୍ୟାସ ଆମ ମସ୍ତିଷ୍କର ମନେ ରଖିବାର କ୍ଷମତାକୁ ବଢ଼ାଇପାରିବ ? ମାତ୍ର ୫ଟି ସରଳ ଉପାୟ ଦ୍ୱାରା ସ୍ମୃତିଶକ୍ତିକୁ ଅତି ସହଜରେ ବୃଦ୍ଧି କରାଯାଇ ପାରିବ ।

ଆସନ୍ତୁ ଜାଣିବା ସ୍ମୃତିଶକ୍ତି ବୃଦ୍ଧିପାଇଁ ୫ଟି ସରଳ ଉପାୟ...

ସକାଳୁ ଉଠିବାପରେ ପାଣି ପିଅନ୍ତୁ: ସକାଳୁ ଉଠିବା ପରେ ଗୋଟିଏ ଗ୍ଲାସ୍ ପାଣି ପିଇଲେ , ଏହା ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ରାତିରେ ଆମେ ଶୋଇବା ପରେ ପାଣି ପିଅନ୍ତି ନାହିଁ । ଫଳରେ ଶରୀରର ଜଳୀୟ ଅଂଶ ହ୍ରାସ ପାଇଥାଏ । ଯାହାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି । ରାତିରେ ଶୋଇବା ପୂର୍ବରୁ ବିଛଣା ପାଖରେ ଗୋଟିଏ ଗ୍ଲାସ୍ ପାଣି ରଖିବା ଦ୍ୱାରା ସକାଳୁ ପାଣି ପିଇବା ପାଇଁ ସହଜରେ ମନେ ପଡ଼ିଯିବ ।

ଅଧିକ ପଢ଼ନ୍ତୁ:କାଣି ଆଙ୍ଗୁଠିର ଆକାରରୁ ଜଣା ପଡିବ ବ୍ୟକ୍ତିତ୍ବ, ଜାଣନ୍ତୁ କେମିତି

ଦୈନିକ ୮ ଘଣ୍ଟା ଶୋଇବା ଉଚିତ : ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଭଲ ନିଦ ଅତ୍ୟନ୍ତ ଜରୁରୀ । ଆଜିର ବ୍ୟସ୍ତବହୁଳ ଓ ଇଣ୍ଟରନେଟ୍ ଯୁଗରେ ଭଲ ନିଦ ହେବା ଏବଂ ଶାନ୍ତିରେ ଶୋଇବା ମଧ୍ୟ ଏକ ସମସ୍ୟା ପାଲଟିଗଲାଣି । ଶୋଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରିବା ଉଚିତ । ବିଳମ୍ବିତ ରାତି ଯାଏ ଚେଇଁ ନରହି ଶୀଘ୍ର ଶୋଇପଡିବା ଉଚିତ । ଏମିତି କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିବା ସହିତ ସ୍ମରଣ ଶକ୍ତି ମଧ୍ୟ ବଢିଥାଏ ।

ସ୍ମୃତି ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଆନ୍ତୁ : ଜାମୁକୋଳି, ପାଳଙ୍ଗ, ବାଦାମ ଭଳି ସ୍ମୃତି ଶକ୍ତି ବୃଦ୍ଧିକାରୀ ଖାଦ୍ୟ ଖାଆନ୍ତୁ । ଏହି ଖାଦ୍ୟ ଗୁଡିକରେ ଆଣ୍ଟିଅକ୍ସିଡାଣ୍ଟ(antioxidants) ରହିଛି । ଯାହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ ।

ପ୍ରତିଦିନ ମର୍ଣ୍ଣିଂୱାକ୍ କରନ୍ତୁ : ପ୍ରତିଦିନ ସକାଳେ ଚାଲିବା ଦ୍ୱାରା ଶାରୀରିକ ବ୍ୟାୟାମ ହୋଇଥାଏ । ଫଳରେ ମସ୍ତିଷ୍କକୁ ରକ୍ତପ୍ରବାହ ବୃଦ୍ଧି ହୋଇଥାଏ । ଯାହା ସ୍ମୃତି ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ୨୦ ମିନିଟ୍ ଚାଲିବା ଉଚିତ ।

ମସ୍ତିଷ୍କକୁ ଆକ୍ଟିଭ୍ ରଖୁଥିବା ଗେମ୍ ଖେଳନ୍ତୁ: ପଜଲ୍, କ୍ରସୱାର୍ଡ, ମେମୋରୀ ଗେମ୍ (memory games) ଭଳି ଗେମ୍ ଖେଳିଲେ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ମସ୍ତିଷ୍କ ସୁସ୍ଥ ରହିବା ସହିତ ସ୍ମରଣ ଶକ୍ତି ମଧ୍ୟ ବଢିଥାଏ ।

ଅଧିକ ପଢ଼ନ୍ତୁ: ଆପଣ ନିଜ ଶରୀରକୁ ଭଲ ପାଆନ୍ତି କି… ଏହିସବୁ ଖାଦ୍ୟକୁ ମାଇକ୍ରୋୱେଭ୍‌ରେ କରନ୍ତୁନି ରି-ହିଟ୍