Advertisment

Hair Care Tips: ଘରେ ତିଆରି କରନ୍ତୁ ମନ୍ଦାର ଫୁଲ ତେଲ; ଚୁଟିରେ ମାରିଲେ ଝଡ଼ିବ ନାହିଁ କି ପାଚିବ ନାହିଁ

ଚୁଟିର ଯତ୍ନରେ ବିଭିନ୍ନ ପ୍ରକାର ଫୁଲ ଏବଂ ପତ୍ରର ମଧ୍ୟ ବହୁତ ପ୍ରଭାବ ପଡିଥାଏ। ନିମ ପତ୍ର, ତୁଳସୀ ପତ୍ର ଏବଂ ଅଁଳା ଏବଂ ଇଠା ପରି ଜଡିବୁଟି ମଧ୍ୟ ଚୁଟିରେ ବହୁଳ ଭାବରେ ବ୍ୟବହୃତ ହୁଏ। କିନ୍ତୁ, ଆପଣ ଜାଣନ୍ତି କି ମନ୍ଦାର ଫୁଲ ମଧ୍ୟ ଚୁଟି ଉପରେ ଚମତ୍କାର ପ୍ରଭାବ ପକାଇଥାଏ। ଏହା ଚୁଟି ଯତ୍ନ ନେବାରେ ଅନେକ ପ୍ରକାରର ଲାଭ ଦେଇଥାଏ।

author-image
Pramod Behera
ଅଦ୍ୟତନ ହୋଇଛି
How to use hibiscus flower on hair for hair growth and black

How to use hibiscus flower on hair for hair growth and black

ଆଜିର ଖରାପ ଜୀବନଶୈଳୀ ଯୋଗୁଁ ଶରୀର ଉପରେ ଅନେକ କୁପ୍ରଭାବ ପଡୁଛି। ଏଥି ମଧ୍ୟରୁ ଚୁଟି ପାଚିବା, ଝଡିବା, ଛିଡିବା ଆଦି ସମସ୍ୟା ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ। ସେ ପୁରୁଷ ହୁଅନ୍ତୁ କି ମହିଳା ପ୍ରାୟ ସମସ୍ତେ ଏଥିରେ ପିଡିତ। ଚୁଟିର ଯତ୍ନ ନେବା ପାଇଁ କେହି କେହି ବିଭିନ୍ନ ପ୍ରକାର ଚେଷ୍ଟା କରନ୍ତି।

Advertisment

ଚୁଟିର ଯତ୍ନରେ ବିଭିନ୍ନ ପ୍ରକାର ଫୁଲ ଏବଂ ପତ୍ରର ମଧ୍ୟ ବହୁତ ପ୍ରଭାବ ପଡିଥାଏ। ନିମ ପତ୍ର, ତୁଳସୀ ପତ୍ର ଏବଂ ଅଁଳା ଏବଂ ଇଠା ପରି ଜଡିବୁଟି ମଧ୍ୟ ଚୁଟିରେ ବହୁଳ ଭାବରେ ବ୍ୟବହୃତ ହୁଏ। କିନ୍ତୁ, ଆପଣ ଜାଣନ୍ତି କି ମନ୍ଦାର ଫୁଲ ମଧ୍ୟ ଚୁଟି ଉପରେ ଚମତ୍କାର ପ୍ରଭାବ ପକାଇଥାଏ। ଏହା ଚୁଟି ଯତ୍ନ ନେବାରେ ଅନେକ ପ୍ରକାରର ଲାଭ ଦେଇଥାଏ।

ଅଧିକ ପଢ଼ନ୍ତୁ: Hair Care: ଖପୁରୀକୁ ଏମିତି କରନ୍ତୁ ମସାଜ୍; ଚୁଟି ଲମ୍ବା ହେବ, ଝଡ଼ିବ ନାହିଁ

Advertisment

ଏଥିରେ ଫ୍ଲାଭୋନାଏଡ୍ ଏବଂ ଆମିନୋ ଏସିଡ୍ ଥାଏ ଯାହା ଚୁଟିର ବୃଦ୍ଧି ପାଇଁ କାମ କରିଥାଏ। ଏହା ବିଶେଷତଃ ପତଳା ଚୁଟିର ସମସ୍ୟାର ସମାଧାନ କରିଥାଏ। ମନ୍ଦାର ଫୁଲ ବ୍ୟବହାର କରିବା ଦ୍ୱାରା ଚୁଟିକୁ ସୂର୍ଯ୍ୟ କିରଣ କ୍ଷତିରୁ ମଧ୍ୟ ରକ୍ଷା କରାଯାଏ। ଏହା ଛଡା ଧଳା କେଶକୁ କଳା କରିବାରେ ଏହାର ପ୍ରଭାବ ମଧ୍ୟ ଦେଖାଯାଏ। ଏହା ମଧ୍ୟ ମୁଣ୍ଡରୁ ରୂପି ଦୂର କରିବାରେ ସାହାଯ୍ୟ କରେ। ତେବେ ଚୁଟିର ଯତ୍ନରେ ଏହି ଫୁଲକୁ କେଉଁ କେଉଁ ଉପାୟରେ ବ୍ୟବହାର କରାଯାଏ ଏବଂ ଏହା କିପରି ପ୍ରୟୋଗ କରାଯାଏ ଆସନ୍ତୁ ଜାଣନ୍ତୁ।

ହେୟାର ମାସ୍କ:

ଚୁଟି ପାଇଁ ମନ୍ଦାର ହେୟାର ମାସ୍କ ବହୁତ ଲାଭଦାୟକ। ହେୟାର୍ ମାସ୍କ ତିଆରି କରିବା ପାଇଁ ସମ ପରିମାଣର ମନ୍ଦାର ଫୁଲ ଏବଂ ମନ୍ଦାର ପତ୍ର ମିଶାଇ ଗ୍ରାଇଣ୍ଡ୍ କରନ୍ତୁ। ଏହି ପେଷ୍ଟ୍‌କୁ ଚୁଟିରେ ଲଗାନ୍ତୁ ଏବଂ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହି ପେଷ୍ଟ୍‌କୁ ସପ୍ତାହରେ ଦୁଇଥର ମୁଣ୍ଡରେ ଲଗାଇଲେ ଚୁଟି ବଢିବାରେ ଲାଭଦାୟକ ହୁଏ।

ମନ୍ଦାର ତେଲ:

ମନ୍ଦାର ତେଲ ତିଆରି କରି ପାଇଁ ୮ ରୁ ୧୦ଟି ମନ୍ଦାର ପତ୍ର ଏବଂ ସମାନ ସଂଖ୍ୟକ ମନ୍ଦାର ଫୁଲ ନିଅନ୍ତୁ। ଏହାକୁ ଏକାଠି ଗ୍ରାଇଣ୍ଡ୍ କରନ୍ତୁ ଏବଂ ଏକ ମୋଟା ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏକ ପାତ୍ରରେ କିଛି ନଡ଼ିଆ ତେଲ ନିଅନ୍ତୁ। ଏହାକୁ ନିଆଁରେ ବସାଇ ଫୁଟାନ୍ତୁ ଏବଂ ଏଥିରେ ମନ୍ଦାର ପେଷ୍ଟ ଢାଳି ଗରମ କରନ୍ତୁ। ତେଲ ଫୁଟିଲା ପରେ ଏହାକୁ ଛାଣି ଏକ ବୋତଲରେ ରଖନ୍ତୁ। ଏହାକୁ ଆଙ୍ଗୁଠିରେ ନେଇ ଖପୁରୀକୁ ଭଲ ଭାବରେ ମାଲିସ୍ କରନ୍ତୁ। ଏକ ଘଣ୍ଟା ରଖିଲା ପରେ ମୁଣ୍ଡ ଧୋଇ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: Hair Care: ଘରେ ତିଆରି କରନ୍ତୁ ଅଁଳାରେ ମାସ୍କ; ଧଳା ଚୁଟିରେ ଲଗାନ୍ତୁ, ହୋଇଯିବ କଳା

ମନ୍ଦାର ଫୁଲ ଏବଂ ଅଁଳା ମାସ୍କ:

ଚୁଟି ପାଇଁ ଅଁଳା ଚମତ୍କାର ଭାବରେ କାମ କରେ। ଏପରି ପରିସ୍ଥିତିରେ ଅଁଳା ଏବଂ ମନ୍ଦାର ଏକାଠି ପ୍ରୟୋଗ କରିବା ଦ୍ୱାରା ଚୁଟି ଉପରେ ଚମତ୍କାର ପ୍ରଭାବ ପଡିଥାଏ। ହେୟାର୍ ମାସ୍କ ତିଆରି କରିବା ପାଇଁ ସମାନ ପରିମାଣର ମନ୍ଦାର ଫୁଲ ଏବଂ ପତ୍ର ମିଶାନ୍ତୁ ଏବଂ ଏଥିରେ ଅଧା ପରିମାଣର ଅଁଳା ମିଶାନ୍ତୁ। ଏସବୁ ଏକତ୍ର ଗ୍ରାଇଣ୍ଡ୍ କରନ୍ତୁ। ଏବେ ହେୟାର ମାସ୍କ ପ୍ରସ୍ତୁତ। ଏହାକୁ ଚୁଟିରେ ଲଗେଇ ୪୦ରୁ ୫୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ଏବଂ ଧୋଇ ଦିଅନ୍ତୁ। ଏହି ହେୟାର ମାସ୍କ ସପ୍ତାହରେ ଥରେ ପ୍ରୟୋଗ କରାଯାଇପାରେ।

Hair Care
Advertisment
Advertisment