• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିର ବ୍ୟସ୍ତବହୁଳ ସମୟରେ ସମସ୍ତେ ଧାଁ-ଦୈଡ଼ରେ ଅଛନ୍ତି । କିଏ ଅଫିସ୍ କାମ ତ ଆଉ କିଏ ନିଜ ଘର କାମରେ ଲାଗିଛନ୍ତି । ଅନେକ ଲୋକେ ଘଣ୍ଟା ଘଣ୍ଟା ଧରି ବସି ଅଫିସ୍ କାମ କରିଥାନ୍ତି । ହେଲେ ଆପଣ ଜାଣନ୍ତି କି ଅଧିକ ସମୟ ବସିବା ପଡ଼ିପାରେ ମହଙ୍ଗା ? ଏହା ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇପାରେ । ଏମିତିକି ଗୋଟିଏ ଦିନରେ ୮-୯ ଘଣ୍ଟା ବସିବା ମୃତ୍ୟୁର ଆଶଙ୍କାକୁ ବଢ଼ାଇଥାଏ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ ଆମେ ଚାହିଁଲେ କିଛିମାତ୍ରାରେ ଏହି ସମସ୍ୟାକୁ ଦୂରେଇ ପାରିବା । ଯଦି ଆମେ ଚେୟାରରେ ବସିବା ସଠିକ୍ ଉପାୟ ଆପଣାଇବା ତେବେ ଏହି ସମସ୍ୟାକୁ ଏଡ଼ାଇ ପାରିବା । ତେବେ ଚାଲନ୍ତୁ ଜାଣିବା ପ୍ରକୃତରେ କମ୍ପ୍ୟୁଟର ଡେସ୍କରେ ବସିବାର ସଠିକ୍ ଉପାୟ କଣ...

ଅଫିସର କାମ ହେଉ ଅବା ପାଠପଢ଼ା ଆଜିର ଯୁଗରେ ଲୋକମାନେ ଅଧିକ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସିଥାନ୍ତି । ଯାହା କରାଣରୁ ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ । ବ୍ରିଟିସ୍ ମେଡିକାଲ୍ ଜର୍ନାଲରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଯେଉଁ ଲୋକ ଗୋଟିଏ ଦିନରେ ୮-୯ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବସିଥାନ୍ତି ସେମାନଙ୍କର ପାଇଁ ମୃତ୍ୟୁ ଆଶଙ୍କା ବଢ଼ଯାଇଥାଏ । କାମ କି ପାଠପଢ଼ା ପାଇଁ ଗୋଟିଏ ସ୍ଥାନରେ ଏକା ଲୟ ତଥା ସ୍ଥିର ଭାବରେ ବସିବା ମେରୁଦଣ୍ଡ ଜନିତ ସସସ୍ୟା ବଢ଼ିଥାଏ । ଏହାସହ ବେକ, ପିଠି, ଆଣ୍ଠୁ, କାନ୍ଧ ଓ ହିପ୍ ରେ ବ୍ୟଥା ହୋଇଥାଏ ।

ଅଧିକ ସମୟ ଧରି ବସିବା କଷ୍ଟରୁ ମୁକ୍ତି ପାଇବା ପାଇଁ କିଛି ଲୋକେ ନିଜ ସୁବିଧା ଅନୁଯାୟୀ ଫର୍ନିଚରର ବ୍ୟବହାର କରୁଥିବାବେଳେ ପ୍ରାୟ ଲୋକ ଯୋଗ ତଥା ବ୍ୟାୟାମ୍ କରିଥାନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ନିଜ ଚ୍ୟାରରେ ସଠିକ୍ ଭାବରେ ବସିବା ଦ୍ୱାରା ହିଁ ଏହି ସମସ୍ୟାରୁ ରକ୍ଷ। ପାଇପାରିହେବ । ତେବେ ଚାଲନ୍ତୁ ଜାଣିବା ବସିବାର ସଠିକ୍ ଉପାୟ :-

ବସିବାର ସଠିକ୍ ଶୈଳୀ (Proper Sitting Posture) -

କାନ୍ଧ ନୁଆଁଇବା, ବେକ ନୁଆଁଇବା ଏବଂ ବଙ୍କା ମେରୁଦଣ୍ଡ ଥିବା ଚେୟାରରେ ବସିବା ଆଦୌ ଉଚିତ୍ ନୁହେଁ । କମ୍ପ୍ୟୁଟର ଡେସ୍କରେ ବସିବା ପାଇଁ ଏହି ସବୁ ଭୁଲ ଉପାୟ । ଦୀର୍ଘ ସମୟ ଧରି ଏହିପରି ବସିବା ଦ୍ୱାରା ଶରୀରରେ ଯନ୍ତ୍ରଣାଦାୟକ ହୋଇପାରେ । ଏହାସହ ମେଟାବୋଲିଜିମ୍ ତଥା ହଜମ ପ୍ରକ୍ରିୟା ମନ୍ଥର ହୋଇଥାଏ । ଏହି ସବୁ ସମସ୍ୟାରୁ ରକ୍ଷ। ପାଇବାକୁ ହେଲେ ନିଜ ବସିବା ଶୈଳୀ ଉପରେ ଧ୍ୟାନ ଦେବା ଆବଶ୍ୟକ । ବିଶେଷ କରି ଡେସ୍କ ଓ ଚେୟାରର ଉଚ୍ଚତା ଉପରେ ଧ୍ୟାନ ଦେବା ଆବଶ୍ୟକ ।

1

ଲଗାତାର ବସନ୍ତୁ ନାହିଁ (Don't sit constantly) -

ବିଶେଷଜ୍ଞଙ୍କ ମତ ଅନୁସାରେ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟର ସ୍କ୍ରିନ୍ ସମ୍ମୁଖରେ ବସିବା ଉଚିତ୍ ନୁହେଁ । ଯଦିଓ କୌଣସି ପରିସ୍ଥିତିରେ ବସିବାକୁ ପଡ଼େ ତେବେ ୩୦ ମିନିଟ ପରେ ବିଶ୍ରାମ ନେବା ଉଚିତ୍ । ଏହା ଦ୍ୱାରା ମାଂସ ପେଶୀରେ ଯନ୍ତ୍ରଣା ହୋଇନଥିବା ସହ ହାଲିଆ ଲାଗିନଥାଏ । ଏହାସହ ବ୍ଲଡସର୍କ୍ୟୁଲେସନ୍ ମଧ୍ୟ ଠିକ୍ ରହିବ ।

2

ଆରାମଦାୟକ ଚେୟାରରେ ବସନ୍ତୁ (Sit on a comfy chair) -

କମ୍ପ୍ୟୁଟରରେ କାମ କରିବାବେଳେ ସର୍ବଦା ଆରାମଦାୟକ ଚେୟାରରେ ବସିବା ଆବଶ୍ୟକ । ଏମିତିକି ଚେୟାରଟି ଆରାମଦାୟକ,ବ୍ୟାକ୍ ସପୋର୍ଟ ତଥା ଆଡଜେଷ୍ଟେବଲ ରହିବା ଆବଶ୍ୟକ ।

3

ବ୍ୟାୟାମ ଓ ଷ୍ଟ୍ରେଚିଙ୍ଗ୍ (Exercise and Stretching) କରନ୍ତୁ

ଦୀର୍ଘ ସମୟ ବସିବା ଦ୍ୱାରା କାନ୍ଧ,ପିଠି ଓ ବେକରେ ରକା ପଶିଯାଏ । ଏଥିପାଇଁ କମ୍ପ୍ୟୁଟର ସମ୍ନାରେ ବସିବାବେଳେ ମଧ୍ୟ ଏକ୍ସରସାଇଜ୍ ଓ ଷ୍ଟ୍ରେଚିଙ୍ଗ୍ ଆଦି କରିବା ଆବଶ୍ୟକ । ଏହା ଦ୍ୱାରା ହାଲିଆ ଲାଗିବନି ଏବଂ ରକା ମଧ୍ୟ ପଶିବନାହିଁ ।

4

କମ୍ପ୍ୟୁଟରର ମାଉସକୁ ଦୂରରେ ରଖନ୍ତୁ ନାହିଁ (Don't put the mouse away) -

କମ୍ପ୍ୟୁଟରର ମାଉସର ସଠିକ୍ ସ୍ଥାନରେ ରଖିବା ମଧ୍ୟ ବସିବା ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ଯଦି ମାଉସ୍ ଠିକ୍ ସ୍ଥାନରେ ନଥିବ ତେବେ କମ୍ପ୍ୟୁଟର ବ୍ୟବହାରକାରୀ ମାଉସ୍ ବ୍ୟବହାର କରିବା ପାଇଁ ଆଗକୁ ନଇଁବାକୁ ପଡିଥାଏ । ତେଣୁ ମାଉସକୁ ଅଧିକ ଦୂରରେ ନ ରଖି ନିଜ କି-ବୋର୍ଡରେ ରଖିବା ଆବଶ୍ୟକ ।