Advertisment

Achari Chicken: ଛାଡ଼ଖାଇରେ ବନାନ୍ତୁ ଆଚାରି ଚିକେନ, ବନାଇବା ଖୁବ ସହଜ

ଯେଉଁମାନେ ଚିକେନ ଲଭର ସେମାନଙ୍କ ପାଇଁ ଆଚାରି ଚିକେନ ଭଲ ଅପ୍ସନ । ଛୋଟ ପିଲା ବି ଖୁସିରେ ଖାଇବେ । ଯଦି ଆପଣ ନିୟମିତ ଚିକେନ ତରକାରୀ ଖାଇ ବୋର ହେଉଛନ୍ତି ତେବେ ବନାନ୍ତୁ ଆଚାରି ଚିକେନ୍ । ଆଉ ଘର ଲୋକଙ୍କୁ ଦିଅନ୍ତୁ ସରପ୍ରାଇଜ୍ ।

ଅଦ୍ୟତନ ହୋଇଛି
 Achari Chicken

Achari Chicken

Advertisment

ଯେଉଁମାନେ ଚିକେନ ଲଭର ସେମାନଙ୍କ ପାଇଁ ଆଚାରି ଚିକେନ ଭଲ ଅପ୍ସନ । ଛୋଟ ପିଲା ବି ଖୁସିରେ ଖାଇବେ । ଯଦି ଆପଣ ନିୟମିତ ଚିକେନ ତରକାରୀ ଖାଇ ବୋର ହେଉଛନ୍ତି ତେବେ ବନାନ୍ତୁ ଆଚାରି ଚିକେନ୍ । ଆଉ ଘର ଲୋକଙ୍କୁ ଦିଅନ୍ତୁ ସରପ୍ରାଇଜ୍ । 

Advertisment

ଆବଶ୍ୟକ ସାମଗ୍ରୀ

ଚିକେନ୍‌, କଟା ପିଆଜ, ପିଆଜ-ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍‌, ଗୋଟା ପାନ ମଧୁରି,କଳା ଜିରା, ମେଥି, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଆମଚୁର ପାଉଡର, ଦହି, ଚାଟ୍‌ ମସଲା ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସାରିବା ପରେ ଏକ ପାତ୍ରରେ ରଖନ୍ତୁ। ପରେ ଗୋଟା ପାନ ମଧୁରି,କଳା ଜିରା ଓ ଅଳ୍ପ ମେଥି ପକାଇ ଭାଜି ଦିଅନ୍ତୁ। ଏହା ଭାଜି ହୋଇଗଲା ପରେ ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ଚିକେନରେ ଦହି, ଅଦା ରସୁଣ ପେଷ୍ଟ, ଲୁଣ, ହଳଦି ଗୁଣ୍ଡ ଓ ଗ୍ରାଇଣ୍ଡିଂ କରି ରଖିଥିବା ଗୁଣ୍ଡକୁ ପକାଇ ଭଲଭାବରେ ଗୋଳେଇ ମ୍ୟାରିନେଟ୍ କରି ରଖନ୍ତୁ।

Advertisment

ଅଧିକ ପଢନ୍ତୁ: ରୁଟି ଓ ଭାତ ସହ ଖାଇପାରିବେ, ବନାଇବା ବି ଖୁବ ସହଜ

ଏବେ ଏକ କଡ଼େଇରେ ତେଲ ଗରମ କରି ଏଥିରେ ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଭାଜନ୍ତୁ। ପରେ ଏଥିରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ। ଏଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଏବଂ ଚାଟ୍‌ ମସଲା ପକାଇ ଆଉ କିଛି ସମୟ ଧୀମା ଆଞ୍ଚରେ କଷନ୍ତୁ।

ମସଲା କଷି ହୋଇ ଆସିଲେ, ଏଥିରେ ମ୍ୟାରିନେଟ୍ ହୋଇ ରହିଥିବା ଚିକେନ୍‌, ଲୁଣ, ଆମଚୁର ପାଉଡର୍‌ ଓ କାଜୁ ପେଷ୍ଟ୍‌ ପକାଇ ପୁଣି କଷନ୍ତୁ। ପରେ ଏହାକୁ ସିଝିବା ଲାଗି କିଛି ସମୟ ଘୋଡ଼ଣୀ ଦେଇ ଛାଡ଼ି ଦିଅନ୍ତୁ। ସିଝିଗଲା ପରେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।

Advertisment

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଚଟ୍‌ପଟା ଆଚାରି ଚିକେନ୍‌। ଏହି ରେସିପିଟିକୁ ଆପଣ ରୁଟି, ନାନ୍‌, ପରଟା ବା ରୁମାଲି ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

ଅଧିକ ପଢନ୍ତୁ: ଘରେ ବନାନ୍ତୁ ନରମ ନରମ ଓଟ୍ସ ଇଟଲି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ