Advertisment

ଆପଣାନ୍ତୁ ଏହି ଟିପ୍ସ୍‌, ୩୦ ବର୍ଷ ପରେ ବି ହଜିବନି ତ୍ୱଚାର ଚମକ

ଉଜ୍ୱଳ ତ୍ୱଚା ପାଇବା ପାଇଁ ସମସ୍ତେ ଚିନ୍ତିତ । ତେବେ ବୟସ ଅନୁସାରେ ତ୍ୱଚାର ଚମକ ଦିନକୁ ଦିନ ହ୍ରାସ ପାଇଥାଏ । ୩୦ ବର୍ଷ ଅତିକ୍ରାନ୍ତ କରିବା ପରେ ତ୍ୱଚାରେ ସନ ବର୍ଣ୍ଣ, ଟ୍ୟାନ, ଫାଇନ ଲାଇନ, ଡାର୍କ ସ୍ପଟ, ରିଙ୍କଲସ୍‌ ଆଦି ପରିଲକ୍ଷିତ ହୋଇଥାଏ । ତେବେ ତ୍ୱଚାରେ ଆସୁଛି କି ଶୁଷ୍କତା, ଆଖିତଳ କଳା ପଡୁଛି କି ? ତାହେଲେ ଆପଣାନ୍ତୁ ଏହି ବିଉଟି ଟିପ୍ସ୍‌।

author-image
Pallipuspa Samal
ଅଦ୍ୟତନ ହୋଇଛି
help you get rid of acne scars after 30 years

help you get rid of acne scars after 30 years

ଉଜ୍ଜ୍ୱଳ ତ୍ୱଚା ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ହେଲେ ଜଞ୍ଜାଳମୟ ଜୀବନରେ ତ୍ୱଚାର ଯତ୍ନ ନେବାକୁ ଆମକୁ ବହୁତ କମ୍‌ ସମୟ ମିଳିଥାଏ। ଯୁବାବସ୍ଥାରେ ତ୍ୱଚାରେ ମହଜୁଦ ଥିବା ନମନୀୟତା କ୍ରମଶଃ ହଜିବାକୁ ବସେ। ୩୦ ବର୍ଷ ଅତିକ୍ରାନ୍ତ କରିବା ପରେ ସାଧାରଣତଃ ତ୍ୱଚାର ଶୁଷ୍କତା ଦିନକୁ ଦିନ ବଢିବାକୁ ଲାଗେ । ଚାଲନ୍ତୁ ଜାଣିବା କିଛି ବିଉଟି ଟିପ୍ସ ।

Advertisment
  • ଆଖି ତଳ କଳା ପଡ଼ିବା, ତ୍ୱଚାରେ ଭାଙ୍ଗ ପଡ଼ିବା, କୁଞ୍ଚନ ସୃଷ୍ଟି ହେବା, ମୁହଁର ବିଭିନ୍ନ ସ୍ଥାନରେ ଦାଗ ଦେଖାଯିବା ଆଦି କାରଣରୁ ବୟସର ଛାପ ସ୍ପଷ୍ଟ ବାରି ହୋଇପଡ଼େ।
  • ଏପରି ସମସ୍ୟାର କାରଣ ପ୍ରତିଦିନ ବାହାରେ ହେଉଥିବା, ଧୂଳି, ପ୍ରଦୂଷଣ, ଖରାର କୋପ ଆଦି ହୋଇଥାଏ। ତେଣୁ ୩୦ ବର୍ଷ ପରେ ମଧ୍ୟ ଯଦି ଆପଣ ତ୍ୱଚାରେ ଚମକ ଚାହୁଁଛନ୍ତି, ତା ହେଲେ ୫ ସ୍କିନ୍‌ କେୟାର ଟିପ୍ସ ଫଲୋ କରନ୍ତୁ।
  • ଯେକୌଣସି ଋତୁରେ ବି ଖରାର କୋପ ମୁହଁ ଲାଗି ଭଲ ନୁହେଁ।
  • ସୂର୍ଯ୍ୟ କିରଣ ଭିଟାମିନ ଡି ଯୋଗାଇଥାଏ। ହେଲେ ଦ୍ୱିପ୍ରହରର ତେଜ ଖରା ଅପେକ୍ଷା ସକାଳର ହାଲକା ଖରା ଶରୀର ଲାଗି ଲାଭଦାୟକ ହୋଇଥାଏ।
  • ଏହାଦ୍ୱାରା ଆପଣଙ୍କୁ ଭିଟାମିନ-ଡି ମିଳିଥାଏ ଓ ତ୍ୱଚା ସମ୍ବନ୍ଧିତ ବହୁ ରୋଗରୁ ରକ୍ଷା ମିଳିଥାଏ । ତେଣୁ ଖରା, ବର୍ଷା, ଶୀତ ଯେକୌଣସି ଦିନ ମଧ୍ୟ ବାହାରକୁ ବାହାରିଲେ ସନ୍‌ସ୍କ୍ରିନ୍‌ ଲଗାଇବାକୁ ଭୁଲନ୍ତୁ ନାହିଁ।
  • ପ୍ରଦୂଷଣ ଯୋଗୁ ତ୍ୱଚା ସମ୍ବନ୍ଧିତ ବହୁ ରୋଗ ହୋଇଥାଏ। ଧୂଳି ଚେହେରାର ଛୋଟ ଛୋଟ ଛିଦ୍ରରେ ଜମା ହୋଇ ତାହା ବନ୍ଦ ହୋଇଯାଇଥାଏ।
  • ତ୍ୱଚାକୁ ସୁସ୍ଥ ରଖିବା ନିମନ୍ତେ ଏହାର ଛିଦ୍ରକୁ ଖୋଲା ରଖିବା ଜରୁରୀ। ଏହାଦ୍ୱାରା ତ୍ୱଚାକୁ ଅକ୍ସିଜେନ ଓ ଅନ୍ୟାନ୍ୟ ପୋଷଣ ତତ୍ତ୍ୱ ମିଳିଥାଏ। ଏଥିଲାଗି ଧୂଳି ଓ ପ୍ରଦୂଷଣରୁ ରକ୍ଷା ପାଇବା ଲାଗି ବାହାରକୁ ବାହାରିବା ବେଳେ ସବୁବେଳେ ତ୍ୱଚା ଓ ଶରୀରକୁ ଢାଙ୍କି କରି ରଖନ୍ତୁ।
Advertisment
Advertisment