Advertisment

Relationship Tips: ବିବାହ ପରେ ବ୍ୟାଚ୍‌ଲର୍ ଜୀବନକୁ ମିସ୍ କରୁଛନ୍ତି କି… ଜାଣନ୍ତୁ କିପରି ଫେରି ପାଇବେ

ବିବାହ ପରେ ଅନେକ ଲୋକ ଦାୟିତ୍ୱରେ ଛନ୍ଦି ହୋଇ ନିଜର ମଜାମସ୍ତି ଭୁଲିଯାଆନ୍ତି। ତେବେ ବିବାହ ପରେ ମଧ୍ୟ ଜଣେ ଚାହିଁଲେ ନିଜ ଜୀବନରେ ପୂର୍ବ ପରି ସୁଖଶାନ୍ତି, ମଜାମସ୍ତି ପାଇପାରିବେ। ଏଥିପାଇଁ କିନ୍ତୁ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ପଡିବ।

author-image
Pramod Behera
ଅଦ୍ୟତନ ହୋଇଛି
Have you started missing bachelor life after marriage know how to get it

Have you started missing bachelor life after marriage know how to get it

ବିବାହ କରିବା ମାତ୍ରେ, ପ୍ରାୟ ସମସ୍ତେ ଏପରି ଦାୟିତ୍ୱରେ ଛନ୍ଦି ହୋଇଯାଆନ୍ତି ଯେ ସତେ ଯେପରି ସେମାନଙ୍କ ଜୀବନରୁ ହସଖୁସି, ମଜାମସ୍ତି ପ୍ରାୟ ହଜିଯାଏ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ନିଜର ବ୍ୟାଚ୍‌ଲର୍ ଜୀବନ ହରାଇବା ଆରମ୍ଭ କରନ୍ତି ଏବଂ ଏହା ସେମାନଙ୍କର ଦାମ୍ପତ୍ୟ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

Advertisment

ଏହି ସମୟରେ କଥା କଥାରେ ଅନୁତାପ କରିବା, ଅଭିଯୋଗ ବଢିବା, ପରସ୍ପରଙ୍କ ଉପରେ ଦୋଷ ଲଦିବା, ଖୁସି ନ ରହିବା କାରଣରୁ ଅନ୍ୟକୁ ଦାୟୀ କରିବା କିମ୍ବା କିଛି କରିବାକୁ ଅସମର୍ଥ ହେବାର କାରଣ ପରିବାରକୁ କହିବା ଭଳି ପରିସ୍ଥିତି ଦେଖାଯାଏ।

ଅଧିକ ପଢ଼ନ୍ତୁ: Relationship Tips: ଜଣେ ପ୍ରତାରଣା କରିବାକୁ ଚାହିଁଲେ କହିଥାଏ ଏମିତି; ଜାଣନ୍ତୁ ବାହାନାର ୭ଟି କଥା

Advertisment

ତେବେ ବିବାହ ପରେ ମଧ୍ୟ ଜଣେ ଚାହିଁଲେ ନିଜ ଜୀବନରେ ପୂର୍ବ ପରି ସୁଖଶାନ୍ତି, ମଜାମସ୍ତି ପାଇପାରିବେ। ଏଥିପାଇଁ କିନ୍ତୁ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ପଡିବ। ଏମିତି କିଛି ଉପାୟ ଅଛି ଯାହାକୁ ଅନୁସରଣ କଲେ ଆପଣ ନିଜେ ଖୁସି ହେବା ସହିତ ଆପଣଙ୍କ ପରିବାର ମଧ୍ୟ ଖୁସି ହେବେ। ବାସ୍, ଆପଣଙ୍କୁ କେବଳ ଏହି ସବୁ ଜିନିଷ ଉପରେ ଧ୍ୟାନ ରଖିବାକୁ ପଡିବ।

ଏହିପରି ଭାବେ ବିବାହିତ ଦମ୍ପତିମାନେ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ଉପଭୋଗ କରି ପାରିବେ:

  • ଆପଣଙ୍କର ବ୍ୟକ୍ତିଗତ ସ୍ପେସ୍‌କୁ ବଜାୟ ରଖନ୍ତୁ କିନ୍ତୁ ପରସ୍ପରକୁ ସମୟ ମଧ୍ୟ ଦିଅନ୍ତୁ। ପରସ୍ପରଙ୍କ ସଉକ୍ ଏବଂ ଆଗ୍ରହକୁ ବୁଝନ୍ତୁ ଏବଂ ସେଗୁଡିକ ମଧ୍ୟ ପୂରଣ କରିବାରେ ସାହାଯ୍ୟ କରନ୍ତୁ।
  • ଏକତ୍ର ବୁଲିବା, ରାନ୍ଧିବା, କିମ୍ବା ଖେଳ ଖେଳିବା ଭଳି ନୂତନ ହବି ବନାନ୍ତୁ। ଏହା ଆପଣଙ୍କ ସମ୍ପର୍କରେ ନୂତନତା ଆଣିବ।
  • ଆପଣଙ୍କର ସାଙ୍ଗ ଏବଂ ପରିବାର ସହିତ ଯୋଗାଯୋଗରେ ରୁହନ୍ତୁ ଏବଂ ବେଳେବେଳେ ସେମାନଙ୍କ ସହିତ ସମୟ ମଧ୍ୟ ବିତାନ୍ତୁ। ଏହା କରିବା ଦ୍ୱାରା ଆପଣ ବ୍ୟାଚ୍‌ଲର୍ ଜୀବନ ଭଳି ଅନୁଭବ କରିପାରିବେ।
  • ଛୁଟିଦିନ କିମ୍ବା ୱିକେଣ୍ଡରେ ଗେଟ୍‌ୱେ ଯୋଜନା କରନ୍ତୁ। ଏକ ଛୋଟ ଯାତ୍ରା କିମ୍ବା ବାହାରକୁ ଯିବାର ବ୍ୟବସ୍ଥା କରନ୍ତୁ, ଯାହା ସମ୍ପର୍କକୁ ରୋମାଞ୍ଚକର ଏବଂ ସତେଜ ରଖେ।

ଅଧିକ ପଢ଼ନ୍ତୁ: Relationship Tips: ବୈବାହିକ ଜୀବନକୁ ନଷ୍ଟ କରୁଛି ଇମୋସନାଲ ଆଫେୟାର; କିପରି ଜାଣିବେ ଏହାର ଲକ୍ଷଣ

Have you started missing bachelor life after marriage know how to get itଆପଣଙ୍କର ବ୍ୟକ୍ତିଗତ ସ୍ପେସ୍‌କୁ ବଜାୟ ରଖନ୍ତୁ କିନ୍ତୁ ପରସ୍ପରକୁ ସମୟ ମଧ୍ୟ ଦିଅନ୍ତୁ
  • ନିଜର ପ୍ରାଥମିକତାର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଏବଂ ନିଜର ସଉକ୍ ମଧ୍ୟ ଏହି ତାଲିକାରେ ରଖନ୍ତୁ। ଉଭୟଙ୍କ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ।
  • ପରସ୍ପରଙ୍କ ସହିତ ଖୋଲାଖୋଲି କଥାବାର୍ତ୍ତା କରନ୍ତୁ ଏବଂ ନିଜ ଭାବନାକୁ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତୁ। ଏହା ସହିତ ସରସ୍ପର ମଧ୍ୟରେ ଥିବା ସମସ୍ୟାର ସମାଧାନ କରିବାକୁ ସକ୍ଷମ ହେବେ ଏବଂ ନିଜ ସମ୍ପର୍କ ପ୍ରତ୍ୟେକ ପରିସ୍ଥିତିରେ ଦୃଢ ରହିବ।
  • କାମ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ଏକ ସନ୍ତୁଳନ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ ଯାହା ଦ୍ୱାରା ଦୁହେଁ ପରସ୍ପର ପାଇଁ ଯଥେଷ୍ଟ ସମୟ ପାଇବେ।
  • ଆତ୍ମ-ଯତ୍ନ ସ୍ୱାର୍ଥପର ବୋଲି ଭାବନ୍ତୁ ନାହିଁ। ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଏହା ସମସ୍ତଙ୍କ ମାନସିକ-ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।
  • ନୂଆ ନୁଆ ଅନୁଭୂତିକ୍ ଅନୁଭବ କରିବାକୁ ଚେଷ୍ଟା କରନ୍ତୁ। ନୂଆ ଜାଗାକୁ ଯିବା, ନୂଆ ଖାଦ୍ୟ ଚେଷ୍ଟା କରିବା, କିଛି ନୂଆ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଉଚିତ।

ଯଦି ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖାଯାଏ ତେବେ, ବିବାହ ପରେ ମଧ୍ୟ ଏହା ଜୀବନକୁ ଉପଭୋଗ କରିବାରେ ସାହାଯ୍ୟ କରିବ ଏବଂ ନିଜ ସମ୍ପର୍କକୁ ଆହୁରି ମଜବୁତ କରିଦେବ।

Relationship Tips
Advertisment
Advertisment