Advertisment

Hair Care Tips: ଚୁଟି ପାଇଁ ରାମବାଣ ଏହି ୫ ତେଲ; ଜାଣନ୍ତୁ କେତେବେଳେ, କିପରି କରିବେ ବ୍ୟବହାର

ଗୋଟିଏ ଦିନରେ ୧୦୦ରୁ ଅଧିକ ଚୁଟି ଝଡିବା ନିଶ୍ଚିତ ଏକ ଗମ୍ଭୀର ଲକ୍ଷଣ। ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ଚୁଟି ନ ଝଡୁ, ତେବେ ଚୁଟିରେ ତେଲ ଲଗାଇବା ସହିତ କିଛି କଥା ମାନିବାକୁ ପଡିବ।

ଅଦ୍ୟତନ ହୋଇଛି
Five oil best for hair know how to apply it correctly

Five oil best for hair know how to apply it correctly

Advertisment

ଆପଣଙ୍କର କ’ଣ ପ୍ରତିଦିନ ୧୦୦ରୁ ଅଧିକ ଚୁଟି ଝଡୁଛି? ଯଦି ଆପଣ ମୁଣ୍ଡରେ ହାତ ମାରୁ ମାରୁ ଏକାବେଳେ ୧୦-୨୦ଟି ଚୁଟି ଝଡିପଡୁଛି, ତେବେ ଆପଣ ସତର୍କ ରହିବା ଉଚିତ କାରଣ ଗୋଟିଏ ଦିନରେ ୧୦୦ରୁ ଅଧିକ ଚୁଟି ଝଡିବା ନିଶ୍ଚିତ ଏକ ଗମ୍ଭୀର ଲକ୍ଷଣ।

Advertisment

ଏହାର କାରଣ ହେଉଛି ଶରୀରରେ ପୁଷ୍ଟିସାରର ଅଭାବ, କୌଣସି ରୋଗ, କିମ୍ବା ଚୁଟିର ଉପଯୁକ୍ତ ଯତ୍ନ ନ ନେବା। ଆଜିକାଲି ଚୁଟି ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇପଡିଛି। ସବୁ ବୟସର ଲୋକମାନେ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାପ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଜେନେଟିକ୍ସ, ପରିବେଶ, ଚୁଟିର ଉପଯୁକ୍ତ ଯତ୍ନ ନ ନେବା ଇତ୍ୟାଦି ଏହାର କାରଣ ହୋଇପାରେ।

ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ଚୁଟି ନ ଝଡୁ, ତେବେ ଚୁଟିରେ ତେଲ ଲଗାଇବା ସହିତ କିଛି କଥା ମାନିବାକୁ ପଡିବ।

Advertisment

ଅଧିକ ପଢ଼ନ୍ତୁ: ମୁଣ୍ଡରେ ହାତ ମାରିଦେଲେ ଉପୁଡୁଛି କି ଚୁଟି; ଘରେ ତିଆରି କରି ଲଗାନ୍ତୁ ଏହି ଶାମ୍ପୁ, ବନ୍ଦ ହେବ ସମସ୍ୟା

ତେଲ କାହିଁକି ଜରୁରୀ:

ଗୋଟିଏ କଥା ମନେରଖନ୍ତୁ ଯେ ତେଲ ହେଉଛି ଚୁଟିର ଖାଦ୍ୟ। ଏହା ଚୁଟି ଏବଂ ମୁଣ୍ଡକୁ ପୋଷଣ ପ୍ରଦାନ କରେ। କିନ୍ତୁ ଅନେକ ଲୋକ ମାସ ମାସ ଧରି ଚୁଟିରେ ତେଲ ଲଗାନ୍ତି ନାହିଁ। ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଚୁଟି କମ୍ ଝଡୁ କିମ୍ବା ଆଦୌ ନ ଝଡୁ, ତେବେ ନିୟମିତ ତେଲ ଲଗାନ୍ତୁ। ଏଥିପାଇଁ ଆପଣଙ୍କୁ କିଛି ଟିପ୍ସ ଅନୁସରଣ କରିବାକୁ ପଡିବ।

Advertisment

ଆପଣଙ୍କ ଚୁଟିର ଉପଯୁକ୍ତ ଯତ୍ନ ନେବା ପାଇଁ, ଆପଣଙ୍କୁ ସଠିକ୍ ତେଲ ବାଛିବାକୁ ପଡିବ। ଚୁଟିକୁ ସୁସ୍ଥ ଏବଂ ମଜବୁତ ରଖିବାର ଏହା ଏକ ବହୁତ ସହଜ ଉପାୟ। ବଜାରରେ ଅନେକ ପ୍ରକାରର ତେଲ ଉପଲବ୍ଧ, ଯାହା ଚୁଟିକୁ ବିଭିନ୍ନ ଉପାୟରେ ଲାଭ ଦେଇଥାଏ। ଆପଣଙ୍କ ଚୁଟି ଏବଂ ଖପୁରୀ ଅବସ୍ଥା ଏବଂ ଗୁଣବତ୍ତାକୁ ଧ୍ୟାନରେ ରଖି ତେଲ ବାଛନ୍ତୁ।

ଚୁଟିକୁ ସୁସ୍ଥ ରଖିବା ପାଇଁ ନଡ଼ିଆ ତେଲ, ବାଦାମ ତେଲ, ଜଡା ତେଲ, ଆର୍ଗନ ତେଲ, ଅଁଳା ତେଲ ସର୍ବୋତ୍ତମ। ଏଗୁଡ଼ିକ ଭିଟାମିନ୍ ଇ, ଡି, ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର, ଯାହା ଚୁଟି ବୃଦ୍ଧିରେ ସାହାଯ୍ୟ କରେ। ଚୁଟିକୁ ପୋଷଣ ଦିଏ, ଆର୍ଦ୍ରତା ପ୍ରଦାନ କରେ ଏବଂ ଚମକ ଆଣେ।

କିପରି କରିବେ ବ୍ୟବହାର:

ଚୁଟିରେ ଯେକୌଣସି ତେଲ ଲଗାନ୍ତୁ, ପ୍ରଥମେ ଏହାକୁ ଉଷୁମ କରନ୍ତୁ। ଏକ ପାତ୍ରରେ ତେଲ ନେଇ ଏହାକୁ ୧୫-୨୦ ସେକେଣ୍ଡ ପାଇଁ ଗରମ କରନ୍ତୁ। ଉଷୁମ ତେଲ ଲଗାଇବା ଦ୍ୱାରା ଏହା ମୁଣ୍ଡ ଏବଂ ଚୁଟିରେ ଭଲ ଭାବରେ ଶୋଷିତ ହୁଏ। ଏହାକୁ ଅଧିକ ଗରମ କରନ୍ତୁ ନାହିଁ, ନଚେତ୍ ଏହା ମୁଣ୍ଡର କୋମଳ ଚର୍ମକୁ କ୍ଷତି ପହଞ୍ଚାଇପାରେ।

କେତେବେଳେ ଏବଂ କେତେ ସମୟ ପାଇଁ ତେଲ ଲଗାଇବା ଉଚିତ:

କିଛି ଲୋକ ଚୁଟିରେ ତେଲ ଲଗାଇ ରାତିସାରା ଛାଡି ଦିଅନ୍ତି। ଏହା କରାଯିବା ଉଚିତ ନୁହେଁ। କେବଳ ଦୁଇ ଘଣ୍ଟା ପାଇଁ ଚୁଟିରେ ତେଲ ଲଗାଇ ରଖିବା ଯଥେଷ୍ଟ। ତେଲ ଲଗାଇବା ପୂର୍ବରୁ ଚୁଟିକୁ ଦୁଇ ଭାଗରେ ବିଭକ୍ତ କରନ୍ତୁ। ଆଙ୍ଗୁଠି କିମ୍ବା ତୁଳା ସାହାଯ୍ୟରେ ମସାଜ୍ କରନ୍ତୁ।

ଯେଉଁ ଜାଗାରେ ଚୁଟି ଝଡୁଛି ସେଠାରେ ଅଧିକ ତେଲ ଲଗାଇ ମାଲିସ କରନ୍ତୁ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରେ। ଚୁଟି ଫଲିକିଲ୍ସକୁ ଷ୍ଟିମୁଲେଟ୍ କରେ। ଫଳରେ ଚୁଟିର ବିକାଶ ହୁଏ। ୧୦ ମିନିଟ୍ ପାଇଁ ବୃତ୍ତାକାର ଗତିରେ ମାଲିସ୍ କରନ୍ତୁ। ଏହା ତେଲକୁ ମୁଣ୍ଡରେ ଭଲ ଭାବରେ ଶୋଷିପାରିବ।

ଏହା କରିବା ଫଳରେ ମନ ମଧ୍ୟ ରିଲାକ୍ସ ହୁଏ ଏବଂ ଚାପ ଦୂର ହେବ। ଏହା ଦ୍ୱାରା ଚୁଟି ଝିଡିବା ଏବଂ ଫାଟିବା ସମସ୍ୟାକୁ ମଧ୍ୟ ହ୍ରାସ ହୁଏ।

ଯଦିଓ ଚୁଟିରେ ତେଲ ଲଗାଇବା ୧-୨ ଘଣ୍ଟା ଯଥେଷ୍ଟ, କିନ୍ତୁ ଯଦି ଆପଣ ତେଲକୁ ରାତିସାରା ଲଗାଇ ରଖିବାକୁ ଚାହାଁନ୍ତି, ତେବେ ଚୁଟିକୁ ସାୱାର କ୍ୟାପ୍‌ରେ ଘୋଡ଼ାନ୍ତୁ। ଏହା ତେଲକୁ ତକିଆରେ ଲାଗିବାକୁ ଦେବ ନାହିଁ। ଯେଉଁମାନଙ୍କର ଚୁଟି ତେଲିଆ, ସେମାନେ କେବଳ ୧-୨ ଘଣ୍ଟା ପାଇଁ ତେଲ ଲଗାଇ ଚୁଟି ଧୋଇବା ଉଚିତ। ମୁଣ୍ଡରେ ଅଧିକ ସମୟ ତେଲ ରହିଲେ ଖପୁରୀରେ ଥିବା ଛିଦ୍ରଗୁଡ଼ିକ ମଇଳାରେ ବନ୍ଦ ହୋଇଯାଏ।

କିପରି ଧୋଇବେ:

ହାଲୁକା ହର୍ବାଲ ସାମ୍ପୁ ସାହାଯ୍ୟରେ ଆପଣଙ୍କ ଚୁଟି ସଫା କରନ୍ତୁ। ସାମ୍ପୁକୁ ଭଲ ଭାବେ ଛଡ଼ାଇ ନେବା ପାଇଁ ଚୁଟିକୁ ଦୁଇରୁ ତିନିଥର ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ଉଷୁମ ପାଣିରେ ମଧ୍ୟ ଚୁଟି ଧୋଇ ପାରିବେ। କେବଳ ସଲ୍‌ଫେଟ୍ ମୁକ୍ତ ଏବଂ ହର୍ବାଲ ସାମ୍ପୁ ବ୍ୟବହାର କରନ୍ତୁ।

ଅଧିକ ପଢ଼ନ୍ତୁ: ଘରେ ତିଆରି କରନ୍ତୁ ପିଆଜ କେଶ ତେଲ; ଚୁଟିକୁ କରେ ଲମ୍ବା, ମୋଟା ଏବଂ ମଜବୁତ୍

Hair Care Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ