Advertisment

Relationship Tips: ବାପାଙ୍କ ସହ ସବୁବେଳେ ରଖିବାକୁ ଚାହାନ୍ତି କି ଭଲ ସଂପର୍କ; ତାଙ୍କୁ କୁହନ୍ତୁ ଏହି ୫ କଥା

ବାପା ଏବଂ ପୁଅଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର । ଏହା ସତ୍ତ୍ୱେ ବି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଭାବନା ଏବଂ ସମ୍ବେଦନାର ଅଭାବ ଦେଖିବାକୁ ମିଳେ। ଏହାକୁ ଏଡାଇବା ପାଇଁ ଏମିତି କିଛି କଥା ଅଛି ଯାହାକୁ ପ୍ରତ୍ୟେକ ପୁଅ ନିଜ ବାପାଙ୍କୁ ଠିକ୍ ସମୟରେ କହିବା ଉଚିତ।

author-image
Pramod Behera
ଅଦ୍ୟତନ ହୋଇଛି
Tips For Healthy Relationship With Father Son

Relationship Tips

ବାପା ଏବଂ ପୁଅଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର । ଏହା ସତ୍ତ୍ୱେ ବି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଭାବନା ଏବଂ ସମ୍ବେଦନାର ଅଭାବ ଦେଖିବାକୁ ମିଳେ। ଯେଉଁଥିପାଇଁ ମନରେ ଅନେକ ପ୍ରେମ ଏବଂ ସ୍ନେହ ଥିବା ସତ୍ତ୍ୱେ ସେମାନେ ନିଜ ନିଜ ଭାବନା ବାଣ୍ଟି ପାରନ୍ତି ନାହିଁ।

Advertisment

ଏହାକୁ ଏଡାଇବା ପାଇଁ ଏମିତି କିଛି କଥା ଅଛି ଯାହାକୁ ପ୍ରତ୍ୟେକ ପୁଅ ନିଜ ବାପାଙ୍କୁ ଠିକ୍ ସମୟରେ କହିବା ଉଚିତ। ଏହି ଜିନିଷଗୁଡ଼ିକ କେବଳ ଏକ ବାପା-ପୁଅର ସମ୍ପର୍କକୁ ମଜବୁତ କରିବ ନାହିଁ ବରଂ ମାନସିକ ଶାନ୍ତି ସହିତ ନିଜକୁ ଓ ବାପାଙ୍କୁ ମଧ୍ୟ ସନ୍ତୁଷ୍ଟ କରିବ।

ଅଧିକ ପଢନ୍ତୁ : Relationship Tips: ପ୍ରେମିକାର ବାପାମା'ଙ୍କ ହୃଦୟ ଜିତିବାକୁ ଚାହୁଁଛନ୍ତି କି… ଏହି ୬ଟି କଥା ମାନନ୍ତୁ

Advertisment

ଏହିସବୁ କଥା କହି ନିଜ ଭାବନାକୁ ମଧ୍ୟ ବାପାଙ୍କ ସହିତ ଶେୟାର କରାଯାଇ ପାରିବ ଏବଂ ତାଙ୍କ ସହିତ ବିତାଇଥିବା ସମୟକୁ ସ୍ମରଣୀୟ କରାଯାଇ ପାରିବ। ଏତେ ଆସନ୍ତୁ ସେ ସବୁ କଥା କ’ଣ ଜାଣିବା।

ଧନ୍ୟବାଦ ଦେବା:

ଆମେ ପ୍ରାୟତଃ ଏପରି ଲୋକଙ୍କୁ ଭେଟିଥାଉ, ଯେଉଁମାନେ ବାପାଙ୍କ ମୃତ୍ୟୁ ପରେ ପଶ୍ଚାତାପ କରନ୍ତି। ସେମାନେ ନିଜକୁ ନିଜେ କୁହନ୍ତି ମୁଁ ମୋର ସମସ୍ୟା ପାଇଁ ସବୁବେଳେ ବାପାଙ୍କୁ ଦାୟୀ କରୁଥିଲି, କିନ୍ତୁ ମୋର ଉତ୍ତମ ପ୍ରତିପୋଷଣ ପାଇଁ ମୁଁ ତାଙ୍କୁ କେବେ ବି ଧନ୍ୟବାଦ ଦେଇପାରି ନାହିଁ। ତେଣୁ ଶିକ୍ଷା, ସମର୍ଥନ ଏବଂ ପ୍ରେମ ପାଇଁ ମଝିରେ ମଝିରେ ବାପାଙ୍କୁ ‘ଧନ୍ୟବାଦ’ ଦେବାକୁ ଭୁଲନ୍ତୁ ନାହିଁ।

କ୍ଷମା ମାଗିବା:

ଯଦି ଜୀବନରେ କୌଣସି କାରଣରୁ ଆପଣ ଦୁହିଁଙ୍କ ମଧ୍ୟରେ ମତଭେଦ କିମ୍ବା ରାଗରୁଷା ହୋଇଥାଏ, ତେବେ ଏହାକୁ ସ୍ପଷ୍ଟ କରନ୍ତୁ ଏବଂ କ୍ଷମା ମାଗନ୍ତୁ। ଏହା ଜରୁରୀ ନୁହେଁ ଯେ ଆପଣ ତାଙ୍କୁ ସବୁକିଛି ଖୋଲାଖୋଲି ଭାବରେ କହିବେ, କିନ୍ତୁ ଆପଣଙ୍କ ମନରେ ଯାହା ଅଛି, ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବା ଜରୁରୀ। ଆପଣ ଏମିତି କହିପାରିବେ ଯେ ସରୀ ବାପା, ଆମ ଭିତରେ କିଛି ମତଭେଦ ଥିଲା। ମୁଁ ଆପଣଙ୍କୁ କ୍ଷମା କରିଦେଉଛି ଏବଂ ଆପଣ ବି ମୋତେ କ୍ଷମା କରିଦିଅନ୍ତୁ।

ପାଇଥିବା ସଂସ୍କାର କଥା କୁହନ୍ତୁ:

ବାପା ଦେଇଥିବା ସଂସ୍କାର ଏବଂ ଜୀବନର ମୂଲ୍ୟକୁ ନେଇ କଥାବାର୍ତ୍ତା କରନ୍ତୁ ଏବଂ ସେମାନେ ଶିଖାଇଥିବା କଥାଗୁଡ଼ିକ କେତେ ଗୁରୁତ୍ୱପୂର୍ଣ୍ଣ ତାହା କୁହନ୍ତୁ। ସେମାନେ ଶିଖାଇଥିବା ଜିନିଷଗୁଡ଼ିକ ଆପଣଙ୍କ ପାଇଁ କେତେ ଉପଯୋଗୀ ହୋଇପାରୁଛି ତାହା ମଧ୍ୟ କୁହନ୍ତୁ। ଉଦାହରଣ ସ୍ୱରୂପ, ଆପଣ ମୋତେ ସର୍ବଦା ସଚ୍ଚୋଟତା ଏବଂ ପରିଶ୍ରମୀ ହେବାକୁ ଶିଖାଇଥିଲେ ଏବଂ ମୁଁ ମୋ ଜୀବନରେ ଏହି ମୂଲ୍ୟକୁ ସର୍ବଦା ମାନିବି।

ଖୋଲାଖୋଲି ସମ୍ମାନ ଏବଂ ପ୍ରେମ:

ମା’ଙ୍କ ସହିତ ବାପାଙ୍କ ପ୍ରତି ମଧ୍ୟ ପ୍ରେମ ଏବଂ ସମ୍ମାନକୁ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତୁ। ସେ ଆପଣଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ଆପଣ ତାଙ୍କୁ କେତେ ପସନ୍ଦ କରନ୍ତି ତାହା ସ୍ପଷ୍ଟ ଭାବେ କୁହନ୍ତୁ।

ଅନୁଭୂତିକୁ ନେଇ କଥା ହେବା:

ଆପଣ ତାଙ୍କଠାରୁ କ’ଣ ଶିଖିଛନ୍ତି ଏବଂ ସେମାନଙ୍କର ଅନୁଭୂତି ଆପଣଙ୍କ ଜୀବନକୁ କିପରି ବଦଳାଇଛି ତାହା ସେମାନଙ୍କୁ କୁହନ୍ତୁ। ଏହା ଦ୍ୱାରା ସେମାନେ ଜାଣିବେ ଯେ ସେମାନଙ୍କର କଠିନ ପରିଶ୍ରମ ଫଳ ଦେଇଛି। ଉଦାହରଣ ସ୍ୱରୂପ, ତାଙ୍କୁ କୁହନ୍ତୁ ଯେ ଆପଣଙ୍କ ଅଭିଜ୍ଞତା ଏବଂ ପରାମର୍ଶ ମୋ ଜୀବନର ଦିଗ ବଦଳାଇ ଦେଇଛି ଏବଂ ଆପଣଙ୍କ ବିଚାରକୁ ସବୁବେଳେ ମୋ ନିଷ୍ପତ୍ତିରେ ସାମିଲ୍ କରିବି।

ଅଧିକ ପଢ଼ନ୍ତୁ: Relationship Tips: ଜଣେ ପ୍ରତାରଣା କରିବାକୁ ଚାହିଁଲେ କହିଥାଏ ଏମିତି; ଜାଣନ୍ତୁ ବାହାନାର ୭ଟି କଥା

Relationship Tips
Advertisment
Advertisment