Advertisment

ସର୍ଭେ କହୁଛି ସୋସିଆଲ ମିଡିଆ ପାଇଁ ରାତିରେ ଶୋଉ ନାହାଁନ୍ତି ଛାତ୍ରଛାତ୍ରୀ

କୋଭିଡ ଯାଇଛି। ଜୀବନ ଯାତ୍ରା ସ୍ୱାଭାବିକ ହୋଇଛି। ହେଲେ କୋଭିଡ ତାର ଯେଉଁ ପ୍ରଭାବ ଛାଡ଼ି ଯାଇଛି ତାହା ଏବେ ଘରେ ଘରେ ମୁଣ୍ଡ ବିନ୍ଧାର କାରଣ ହୋଇଛି। କୋଭିଡ ସମୟରେ ଅନଲାଇନ କ୍ଲାସ କରିବା ପରେ ଛୋଟ ପିଲାମାନେ ଏପରି ଭାବେ ମୋବାଇଲ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଗୋଟିଏ ମୁହୂର୍ତ୍ତ ବିନା ସ୍ମାର୍ଟ ଫୋନରେ ରହିବା ତାଙ୍କ ପାଇଁ ଯେମିତି ଅସମ୍ଭବ ହୋଇ ପଡ଼ୁଛି।

ଅଦ୍ୟତନ ହୋଇଛି
Social Media

school kids missing whole nights sleep due to social media

Advertisment

କୋଭିଡ ଯାଇଛି। ଜୀବନ ଯାତ୍ରା ସ୍ୱାଭାବିକ ହୋଇଛି। ହେଲେ କୋଭିଡ ତାର ଯେଉଁ ପ୍ରଭାବ ଛାଡ଼ି ଯାଇଛି ତାହା ଏବେ ଘରେ ଘରେ ମୁଣ୍ଡ ବିନ୍ଧାର କାରଣ ହୋଇଛି। କୋଭିଡ ସମୟରେ ଅନଲାଇନ କ୍ଲାସ କରିବା ପରେ ଛୋଟ ପିଲାମାନେ ଏପରି ଭାବେ ମୋବାଇଲ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଗୋଟିଏ ମୁହୂର୍ତ୍ତ ବିନା ସ୍ମାର୍ଟ ଫୋନରେ ରହିବା ତାଙ୍କ ପାଇଁ ଯେମିତି ଅସମ୍ଭବ ହୋଇ ପଡ଼ୁଛି।ମୋବାଇଲ ପାଇଁ ସବୁକିଛି ଛାଡ଼ି ଦେବାକୁ ସେମାନେ ପ୍ରସ୍ତୁତ। ଏପରିକି ନିଜ ଜୀବନ ବି। କାରଣ ନିକଟରେ ମୋବାଇଲ ଫୋନ ନ ଦେବାରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଆପଣ ଶୁଣିଥିବେ। ନିକଟରେ ଏକ ଅଧ୍ୟୟନରୁ ଆଉ ଏକ ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି। ଅଧ୍ୟୟନରୁ ଜଣାଯାଇଛି, ସୋସିଆଲ ମିଡିଆ ପିଲାଙ୍କ ଆଖିରୁ ନିଦ ଚୋରାଇ ନେଉଛି। ସୋସିଆଲ ମିଡ଼ିଆ ପାଇଁ ପ୍ରାଥମିକ ସ୍କୁଲର ଛାତ୍ରାଛାତ୍ରୀଙ୍କୁ ରାତିରେ ଭଲ ନିଦ ହେଉନି। ସୋସିଆଲ ମିଡିଆରେ ବ୍ୟସ୍ତ ରହି ପିଲାମାନେ ସପ୍ତାହକରେ ଗୋଟିଏ ରାତି ବି ଭଲରେ ଶୋଇ ପାରୁନ ଥିବା ଏହି ଅଧ୍ୟୟନରୁ ଜଣାଯାଇଛି।

Advertisment

 ୧୦ରୁ ୧୧ ବର୍ଷ ପିଲାମାନଙ୍କୁ ପ୍ରତି ରାତିରେ ୧୨ ଘଣ୍ଟା ଶୋଇବା ପାଇଁ କୁହାଯାଇଥିଲା। ହେଲେ ପିଲାମାନେ ୧୨ ଘଣ୍ଟା ବଦଳରେ ମାତ୍ର ୮ରୁ ୭ ଘଣ୍ଟା ଶୋଇଥିଲେ। ଲେସିଷ୍ଟାରର ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା ଏହି ଅଧ୍ୟୟନର ତଥ୍ୟ ବ୍ରିଟିଶ ସାଇନ୍ସ ଫେଷ୍ଟିଭାଲରେ ଉପସ୍ଥାପନ କରାଯାଇଥିଲା। ଅଧ୍ୟୟନରେ ସାମିଲ ହୋଇଥିବା ୬୦ ଜଣ ପିଲାଙ୍କ ମଧ୍ୟରୁ ୮୯ ପ୍ରତିଶତ ପିଲାଙ୍କ ପାଖରେ ଥିଲା ନିଜ ସ୍ମାର୍ଟଫୋନ। ୫୫.୪ ପ୍ରତିଶତ ପିଲା ଟାବଲଏଟ୍‌ ବ୍ୟବହାର କରୁଥିବାବେଳେ ୨୩.୨ ପ୍ରତିଶତ ପିଲା କମ୍ପ୍ୟୁଟର ବ୍ୟବହାର କରୁଥିବା କହିଥିଲେ। ମାତ୍ର ୯ ପ୍ରତିଶତ ପିଲା ସ୍ମାର୍ଟଫୋନ ବ୍ୟବହାର କରୁଥିଲେ।

ଅଧ୍ୟୟନରୁ ଜଣାପଡ଼ିଥିଲା ପ୍ରତି ୮ ଜଣ ପିଲାଙ୍କ ମଧ୍ୟରୁ ଜଣେ ରାତିରେ ନ ଶୋଇ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ୬୯ ପ୍ରତିଶତ ପିଲା କହିଥିଲେ ସେମାନେ ପ୍ରତିଦିନ ୪ ଘଣ୍ଟା ସୋସିଆଲ ମିଡିଆରେ ରୁହନ୍ତି। ୬୬.୧ ପ୍ରତିଶତ ପିଲା କହିଥିଲେ ସେମାନେ ବିଛଣାକୁ ଯିବା ପୂର୍ବରୁ ୨ ଘଣ୍ଟା ସୋସିଆଲ ମିଡିଆ ବ୍ୟବହାର କରନ୍ତି। ୧୨.୫ ପ୍ରତିଶତ ପିଲା ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଶୋଇ ସୋସିଆଲ ମିଡିଆ ଦେଖନ୍ତି ବୋଲି ଜଣାଇଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରତ୍ୟେକ ସୋସିଆଲ ମିଡିଆ ସାଇଟ ଦାବି କରନ୍ତି ତାଙ୍କ ସାଇଟ୍‌କୁ ୧୩ରୁ କମ୍‌ ବୟସର ପିଲାଙ୍କୁ ଆସବା ପାଇଁ ଅନୁମତି ନାହିଁ।

Advertisment

ସବୁଠାରୁ ବେଶି ଚାଲୁଥିବା ସୋସିଆଲ ମିଡ଼ିଆ ଟିକ୍‌ଟକ୍‌କୁ ୮୯ ପ୍ରତିଶତ ଶିଶୁ ବ୍ୟବହାର କରିଥାନ୍ତି। ପାଖାପାଖି ୮୩.୯ ପ୍ରତିଶତ ପିଲା ସ୍ନାପଚାଟ, ୮୭.୫ ପ୍ରତିଶତ ୟୁଟ୍ୟୁବ,  ୫୭ ପ୍ରତିଶତ ପିଲା ଇନଷ୍ଟାଗ୍ରାମ, ୧୭ ପ୍ରତିଶତ ପିଲା ରେଡିଟ୍‌, ୨ ପ୍ରତିଶତ ପିଲା ଫେସବୁକ ବ୍ୟବହାର କରିଥାନ୍ତି। ଗବେଷକଙ୍କ କହିବା ଅନୁଯାୟୀ, ପିଲାମାନେ ଯେତେ ବେଶୀ ସୋସିଆଲ ମିଡିଆ ଦେଖୁଛନ୍ତି ତାଙ୍କର ନିଦ ସେତେ ଖରାପ ହେଉଛି।

ଏକଥା ସତ୍ୟ ଯେ, ଛୋଟ ପିଲାଙ୍କ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଉତ୍ତମ ନିଦର ଆବଶ୍ୟକତା ରହିଛି। ସ୍ୱଳ୍ପ ନିଦ ସ୍ମୃତି ଶକ୍ତି ହ୍ରାସ କରିବା ସହ ପିଲାଙ୍କୁ ଚିଡ୍‌ଚିଡ଼ା କରାଇ ଦିଏ। ଭଲ ନିଦ ନ ହେବା ଯୋଗୁ  ପିଲାଙ୍କର ସୃଜନଶୀଳତା କମିବା ସହ ସମସ୍ୟା ସମାଧାନ କରିବାର ଦକ୍ଷତା ମଧ୍ୟ ହ୍ରାସ ପାଇଥାଏ । ନିଦ୍ରା ସମୟରେ ଆମ ଶରୀର ବିଶ୍ରାମ ପାଇବା ସହ ଶକ୍ତି ସଂଗ୍ରହ କରିଥାଏ । ଗୋଟିଏ ଶବ୍ଦରେ କହିଲେ ବାୟୋଲଜିକାଲ ଚେଞ୍ଜେସ୍ ପାଇଁ ନିଦର ଆବଶ୍ୟକତା ରହିଛି। ହେଲେ ପିଲାମାନଙ୍କର ନିଦ ଏମିତି ଯଦି ସୋସିଆଲ ମିଡିଆ ଚୋରାଇ ନିଏ ତେବେ ପିଲାଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧି କେମିତି ହେବ,  ପିଲାଙ୍କର ଭବିଷ୍ୟତ କ’ଣ ହେବ ତାହା ଏବେ ଚିନ୍ତାର ବିଷୟ ହୋଇଛି।

Advertisment
Smartphones Social Media School Stdents
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ