/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658896510.jpg)
Don't get up in the morning
ଶାସ୍ତ୍ରରେ କୁହାଯାଇଛିଯେ ସକାଳର ଆରମ୍ଭ ଶୁଭକାମ ସହିତ କରିବା ଆବଶ୍ୟକ। ଯେପରି ଆଖି ଖୋଲିବା ମାତ୍ରେ ଭଗବାନଙ୍କ ଦର୍ଶନ କରିବା, ତାଙ୍କୁ ପ୍ରଣାମ କରିବା, ନିଜର ହାତ ପାପୁଲିକୁ ଦେଖିବା ଇତ୍ୟାଦି। ସକାଳେ କରାଯାଇଥିବା କାର୍ଯ୍ୟ ବ୍ୟକ୍ତିକୁ ସକରାତ୍ମକ ଶକ୍ତି ଦେଇଥାଏ। ଏହା ସହିତ ଦିନଟି ଭଲରେ ବିତିଥାଏ। ସେଥିପାଇଁ ସକାଳେ କରାଯାଇଥିବା କାମକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ।
Advertisment
- ଧାର୍ମିକ ବିଶ୍ୱାସ ଅନୁସାରେ ସକାଳେ ଉଠିବାମାତ୍ରେ ଆପଣ ଦର୍ପଣ ଦେଖନ୍ତୁ ନାହିଁ। ଏପରି କରିବା ଅଶୁଭ ବୋଲି କୁହାଯାଏ।
- ଆପଣ ଯେଉଁଠି ଶୁଅନ୍ତି ସେଠାରେ ଜଙ୍ଗଲି ପ୍ରାଣୀଙ୍କ ଫଟୋଚିତ୍ର ଲଗାନ୍ତୁ ନାହିଁ।ଆପଣ ସକାଳେ ଉଠି ଏହି ଫଟୋ ଚିତ୍ରକୁ ଦେଖିବା ଅଶୁଭ ହୋଇଥାଏ।
- ସକାଳେ ଉଠି ଆପଣଙ୍କ ଛାଇକୁ ଦେଖନ୍ତୁ ନାହିଁ। ଯଦି କୌଣସି ବ୍ୟକ୍ତି ଏପରି କରିଥାଏ ତାହେଲେ ଅଜଣା ଭୟ ଓ ଚିନ୍ତାର ଶୀକାର ହୋଇଥାଏ। ସେଥିପାଇଁ ସକାଳେ ଉଠି ଏପରି ଭୁଲ୍ କରନ୍ତୁ ନାହିଁ।
- ସକାଳେ ଉଠିବା ମାତ୍ରେ ଭଗବାନଙ୍କୁ ସ୍ମରଣ କରନ୍ତୁ। ତାଙ୍କୁ ହାତ ଯୋଡ଼ି ପ୍ରଣାମ କରନ୍ତୁ। ପରେ ଆପଣଙ୍କ ହାତ ପାପୁଲିକୁ ଦେଖନ୍ତୁ ।
- ହାତ ପାପଲିକୁ ଦେଖି ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ । ମନ୍ତ୍ର :~ କରାଗ୍ରେ ବସତେ ଲକ୍ଷ୍ମୀ , କରମଧ୍ୟେ ସରସ୍ୱତୀ,କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନଂ
- ସକାଳେ ଏହି ମନ୍ତ୍ରର ଉଚ୍ଚାରଣ ପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ।
- ଶାସ୍ତ୍ରରେ ବର୍ଣ୍ଣିତ ରହିଛି ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ, ମଧ୍ୟ ଭାଗରେ ସରସ୍ୱତୀ ଓ ମୂଳ ଭାଗରେ ଭଗବାନ୍ ବିଷ୍ଣୁ ବାସ କରନ୍ତି। ସେଥିପାଇଁ ହାତ ପାପୁଲିକୁ ସକାଳେ ଦେଖିବା ଶୁଭ ବୋଲି କୁହାଯାଏ।
- ଜୌତିଷ ଶାସ୍ତ୍ର ଅନୁସାରେ ସକାଳେ କରାଯାଇଥିବା କିଛି ଭୁଲ୍ ଦ୍ୱାରା ରାହୁ ଗ୍ରହକୁ ଶକ୍ତି ମିଳିଥାଏ, ଫଳରେ ଏହା ବ୍ୟକ୍ତିଙ୍କୁ ସମସ୍ୟାରେ ପକାଇଥାଏ।
- ସକାଳେ ଉଠି ନିଶାଦ୍ରଭୟ ସେବନ କରୁଥିବା ଲୋକଙ୍କୁ ରାହୁ ବହୁତ ସମସ୍ୟାରେ ପକାଇ ଥାଆନ୍ତି। ଏପରି ଲୋକମାନଙ୍କର ଜୀବନରେ ସମସ୍ୟା କେବେବି କମେନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)