Advertisment

ଭୁଲରେ ବି ଅଣ୍ଡା ସହିତ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍ ହୋଇପାରେ ସମସ୍ୟା

ଅଧିକାଂଶ ଲୋକ ସେମାନଙ୍କର ଓଜନ ବିଷୟରେ ସଚେତନ, ଯେଉଁଥିପାଇଁ ସେମାନେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି, କାରଣ ଏହା ଓଜନ ବୃଦ୍ଧି ନକରି ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ । କିନ୍ତୁ ଯଦି ଏହାକୁ ଭୁଲ ଉପାୟରେ ଖାଇଥାନ୍ତି, ତେବେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

author-image
Pallipuspa Samal
ଅଦ୍ୟତନ ହୋଇଛି
Don't eat this thing with egg

Don't eat this thing with egg

ପ୍ରାୟତଃ ଲୋକମାନେ ଶରୀରରେ ଉତ୍ତମ ପ୍ରୋଟିନ୍ ପାଇଁ ଜଳଖିଆରେ ଅଣ୍ଡା ଖାଇଥା’ନ୍ତି । ପ୍ରୋଟିନ୍ ବ୍ୟତୀତ ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ଅଣ୍ଡାରେ ପ୍ରଚୁର ପରିମାଣରେ ମିଳିଥାଏ ଏବଂ କାର୍ବୋହାଇଡ୍ରେଟ୍ ଏଥିରେ ଅଳ୍ପ ପରିମାଣରେ ରହିଥାଏ ଆୟୁର୍ବେଦ ଅନୁଯାୟୀ, ଅନେକ ଥର ଆମେ ଏପରି ଜିନିଷ ଖାଇଥାଉ ଯାହା ହେତୁ ହଜମ ପ୍ରକ୍ରିୟା ଖରାପ ହୋଇଥାଏ। ସେହିଭଳି, ଏପରି କିଛି ଖାଦ୍ୟ ଅଛି ଯାହା ଅଣ୍ଡା ସହିତ ଖାଇଲେ ଆଲର୍ଜି ହୋଇପାରେ, ତେଣୁ ଆସନ୍ତୁ ଜାଣିବା କେଉଁ ଜିନିଷକୁ ଆମେ ଅଣ୍ଡା ସହିତ ଖାଇବା ଉଚିତ୍ ନୁହେଁ ।

Advertisment

ବେକନ୍:

ନନ୍-ଭେଜିଟେରିୟନ୍ ଲୋକମାନେ ପ୍ରାୟତଃ ସକାଳେ ଜଳଖିଆରେ ଅଣ୍ଡା ଖାଇଥାନ୍ତି, କିନ୍ତୁ କେବେ ବି ଅଣ୍ଡା ଏବଂ ବେକନ୍ ଏକାଠି ଖାଇବେ ନାହିଁ । ଏହି ଦୁଇଟିକୁ ଏକାଠି ଖାଇବା ଦ୍ୱାରା ଦୁର୍ବଳତା ଅନୁଭବ ହୋଇଥାଏ । ବାସ୍ତବରେ ଉଭୟ ମଧ୍ୟରେ ହାଇ ପ୍ରୋଟିନ୍ ଏବଂ ଅଧିକ ଫ୍ୟାଟ୍ ରହିଥାଏ ଯାହା ଶରୀରକୁ ଭାରୀ ଏବଂ ଅଳସୁଆ କରିଥାଏ ।
ଚିନି:

ଅଣ୍ଡା ସହିତ ଚିନି କେବେବି ବ୍ୟବହାର କରିବେ ନାହିଁ, ଏହି ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ବାସ୍ତବରେ, ଏହି ଦୁଇଟିରେ ଆମିନୋ ଏସିଡ୍ ରହିଥାଏ, ଯଦି ଏହା ବହୁ ପରିମାଣରେ ଶରୀରରେ ପ୍ରବେଶ କରେ, ଏହା ବିଷାକ୍ତ ହୋଇପାରେ ଏବଂ ରକ୍ତରେ ଜମାଟ ବାନ୍ଧିପାରେ ।

Advertisment
Egg and SugarEgg and Sugar

ସୋୟା କ୍ଷୀର:

ସୋୟା କ୍ଷୀରକୁ କେବେ ଅଣ୍ଡା ସହିତ ନିଅନ୍ତୁ ନାହିଁ । ଯଦି ଆପଣ ଏହି ଦୁଇଟିକୁ ଏକାଠି ଖାଇଥାନ୍ତି ତେବେ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ପ୍ରୋଟିନ୍ ଅବଶୋଷଣରେ ସମସ୍ୟା ହୋଇପାରେ ।

ଚା ପିଅନ୍ତୁ ନାହିଁ:

ପ୍ରାୟତଃ ଲୋକମାନେ ସକାଳ ଜଳଖିଆ ପାଇଁ ଅଣ୍ଡା ସହିତ ଚା ପିଇବାକୁ ଭଲ ପାଇଥାନ୍ତି, କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ସକାଳେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟକର କିନ୍ତୁ ଏହା ସହିତ ଚା ପିଇବା ଶରୀର ପାଇଁ ବିଷାକ୍ତ ହୋଇପାରେ । ଏହା ଆପଣଙ୍କର ହଜମ ପ୍ରକ୍ରିୟା ପ୍ରଭାବିତ କରିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ ।

egg and teaegg and tea
Health Benifits For Egg
Advertisment
Advertisment